ରତ୍ନପଥର ଲୁଟ୍‌ରେ ରହିଛି ବିଜେଡି ଲିଙ୍କ! ଅଭିଯୋଗ ଆଣି ଘେରିଲା ବିଜେପି

ରାୟଗଡ଼ା (ମନୋଜ ପାତ୍ର): ରତ୍ନପଥର ଲୁଟ୍‌ରେ ରହିଛି ବିଜେଡି ଲିଙ୍କ। ଏପରି ଅଭିଯୋଗ ଆଣିଛି ରାୟଗଡ଼ା ଜିଲ୍ଲା ବିଜେପି। ଏପରିକି ରତ୍ନପଥର ଲୁଟ୍‌ରେ ଗିରଫ ଅଭିଯୁକ୍ତଙ୍କ ସହ ବିଜେଡି ନେତାଙ୍କ ଫଟୋକୁ ଦେଖାଇଛି ବିଜେପି। କ୍ରାଇମବ୍ରାଞ୍ଚ ସେହି ନେତାଙ୍କୁ ଜେରା କଲେ ଗୁଢ଼ ରହସ୍ୟ ପଦାକୁ ଆସିବ ବୋଲି ଦାବି କରିଛନ୍ତି ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶିବସଙ୍କର ଉଲ୍ଲାକା। ଯାହାକୁ ସ୍ଥାନୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଖଣ୍ଡନ କରିଛନ୍ତି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାକୁଲଗୁଡ଼ାରେ […]

raigada

raigada

Ordigital Desk
  • Published: Friday, 11 December 2020
  • Updated: 11 December 2020, 09:31 PM IST

ରାୟଗଡ଼ା (ମନୋଜ ପାତ୍ର): ରତ୍ନପଥର ଲୁଟ୍‌ରେ ରହିଛି ବିଜେଡି ଲିଙ୍କ। ଏପରି ଅଭିଯୋଗ ଆଣିଛି ରାୟଗଡ଼ା ଜିଲ୍ଲା ବିଜେପି। ଏପରିକି ରତ୍ନପଥର ଲୁଟ୍‌ରେ ଗିରଫ ଅଭିଯୁକ୍ତଙ୍କ ସହ ବିଜେଡି ନେତାଙ୍କ ଫଟୋକୁ ଦେଖାଇଛି ବିଜେପି। କ୍ରାଇମବ୍ରାଞ୍ଚ ସେହି ନେତାଙ୍କୁ ଜେରା କଲେ ଗୁଢ଼ ରହସ୍ୟ ପଦାକୁ ଆସିବ ବୋଲି ଦାବି କରିଛନ୍ତି ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶିବସଙ୍କର ଉଲ୍ଲାକା। ଯାହାକୁ ସ୍ଥାନୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଖଣ୍ଡନ କରିଛନ୍ତି।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାକୁଲଗୁଡ଼ାରେ ରହିଛି ବୈଦୁର୍ଯ୍ୟ (କ୍ୟାଟ୍- ଆଇ) ରତ୍ନପଥର ଖଣି। ଯେଉଁଠି ଚୋରାରେ ବେଧଡ଼କ ଚାଲିଛି ଖନନ। ପ୍ରଶାସନର ନାକ ତଳେ ବେଆଇନ ଭାବେ ଖାଦାନ ଖୋଳି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ବୈଦୁର୍ଯ୍ୟ ରତ୍ନପଥର। ରାଜ୍ୟ ବାହାରକୁ ଚାଲାଣ କରି ମାଲାମାଲ୍‌ ଦଲାଲ୍‌ ଓ ବେପାରୀ। ଏସବୁ ଦେଖି ମଧ୍ୟ ପ୍ରଶାସନ ଚୁପ୍‌ ରହିଛି।

ଦୀର୍ଘ ୨୦ବର୍ଷର ବାଦବିବାଦ ପରେ ଡାକୁଲୁଗୁଡ଼ା ପାହାଡ଼ ଖୋଳିବାକୁ ରାଜ୍ୟ ଖଣି ବିଭାଗର ଅନୁମତି ପରେ ଗତବର୍ଷ ଏଠି ପ୍ରଶାସନ ପକ୍ଷରୁ ଜନଶୁଣାଣି ହୋଇଥିଲା। ଖଣି ଖୋଳା ହେଲେ ଭାଗ୍ୟ ବଦଳିବ ବୋଲି ଭାବିଥିଲେ ସ୍ଥାନୀୟ ଲୋକେ। ହେଲେ ସବୁ ସ୍ୱପ୍ନରେ ରହିଗଲା। ସେତେବେଳେ ରତ୍ନପଥର ଚୋରା ଖନନକୁ ନେଇ ଅଭିଯୋଗ ପରେ ପ୍ରଶାସନ କିଛି ଦିନ ପାଇଁ ସେଠି ୧୪୪ ଧାରା ଜାରି କରି ତାରବାଡ଼ ଘେରାଇଥିଲା। ହେଲେ ସେ କଟକଣାକୁ ଫୁ’ କରି ଉଡ଼ାଇଛନ୍ତି ମାଫିଆ। ପ୍ରଶାସନ ନାକ ତଳେ ଏବେ କରୁଛନ୍ତି ରତ୍ନପଥର ଲୁଟ୍‌।

ବର୍ଷ ବର୍ଷ ଧରି ରାୟଗଡ଼ାରୁ ଚାଲିଛି ରତ୍ନପଥର ଚୋରା ଚାଲାଣ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବାହାରିଲା ଏ ସତ। ଗତ ୭ ତାରିଖରେ ଡାକୁଲଗୁଡ଼ାରେ ଚୋରା ରତ୍ନପଥର ବେପାରର ପତ୍ତା ଖୋଲିଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ପାଖାପାଖି ୧୫୧ କେଜି ଓଜନର ମୂଲ୍ୟବାନ ରତ୍ନପଥର ଜବତ କରି ଜିତେନ୍ଦ୍ର ବେହେରା ନାମକ ସ୍ମଗଲରକୁ ଗିରଫ କରିଥିଲା। ଯିଏକି ଶାସକଦଳର ନେତାଙ୍କ ଛତ୍ରଛାୟାତଳେ ରହି ତା’ର କଳା କାରବାର ଚଳାଇଥିବା ଅଭିଯୋଗ ହୋଇଥିଲା। ଗିରଫ ଅଭିଯୁକ୍ତଙ୍କ ସହ ନେତାଙ୍କ ଫଟୋ ଦେଖାଇ ଏପରି ସାଂଘାତିକ ଅଭିଯୋଗ ଆଣିଛି ରାୟଗଡ଼ା ଜିଲ୍ଲା ବିଜେପି। ସିଧାସଳଖ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲାର ଜଣେ ରାଜ୍ୟସଭା ସାଂସଦ ଓ ଅନ୍ୟ ବିଜେଡି ନେତାଙ୍କ ସହ ଗୁଢ଼ ସଂପର୍କ ଥିବା ଅଭିଯୋଗ ଆଣି ବିଜେପି।

ତେଣେ ଗିରଫ ଜିତେନ୍ଦ୍ର ସହ ଫଟୋରେ ଥିବା ମନ୍ତ୍ରୀ ଜଗନ୍ନାଥ ସାରକା କିନ୍ତୁ ଏହାକୁ ତୁଛା ରାଜନୀତି ବୋଲି କହିଛନ୍ତି।

ଆଉ ସବୁଠୁ ବଡ଼ କଥା ହେଲା, ଜବତ ଦେଢ଼ କ୍ୱିଣ୍ଟାଲ୍‌ରୁ ଅଧିକ ରତ୍ନପଥର ଅନ୍ୟ ଜିଲ୍ଲାର ହୋଇଥିବ ବୋଲି କହି ସଫେଇ ଦେଇଛନ୍ତି କୋରାପୁଟସ୍ଥିତ ଖଣି ବିଭାଗର ଉପ ନିର୍ଦ୍ଦେଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story