ଏହି ୪ ସାଂସଦଙ୍କୁ ଏଥର ଟିକେଟ ଦେବେନି ସୁପ୍ରିମୋ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ ଏକପ୍ରକାର ଚୂଡାନ୍ତ ହୋଇଛି । ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ। ପର୍ଯ୍ୟବେକ୍ଷକ ଓ ଦଳର ଆଭ୍ୟନ୍ତରୀଣ ରିପୋର୍ଟକୁ ଭିତ୍ତି କରି ପ୍ରାର୍ଥୀ ଚୟନ କରାଯାଇଛି। ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନ ପାଇଁ […]

cmo

cmo

Tapas Behera
  • Published: Thursday, 14 March 2019
  • Updated: 14 March 2019, 10:44 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ ଏକପ୍ରକାର ଚୂଡାନ୍ତ ହୋଇଛି । ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ। ପର୍ଯ୍ୟବେକ୍ଷକ ଓ ଦଳର ଆଭ୍ୟନ୍ତରୀଣ ରିପୋର୍ଟକୁ ଭିତ୍ତି କରି ପ୍ରାର୍ଥୀ ଚୟନ କରାଯାଇଛି।

ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନ ପାଇଁ ବର୍ତ୍ତମାନର ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ସାଂସଦ ଝିନ ହିକ୍କା ଓ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କୁ ଏଥର ଆଉ ଟିକେଟ୍ ମିଳିନପାରେ।

ସେହି ସ୍ଥାନ ଗୁଡିକରେ ନୂଆ ମୁହଁଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନର କସରତ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos