ବିଧାୟକ ବିଷ୍ଣୁ ଦାସ ନିମୋନିଆରେ ପୀଡ଼ିତ, ଆପୋଲୋରେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବିଧାୟକ ଶ୍ରୀ ଦାସ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଛି। ଗତ ୪ ଦିନ ହେଲାଣି ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି। ତାଙ୍କ ଫୁସ୍‌ଫୁସ୍ ସଂକ୍ରମିତ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବା ହସ୍‌ପିଟାଲ୍‌ ସୂତ୍ରରୁ ସୂଚନା ମିଳିଛି।