କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରିଥିବା ବିଜେଡି ବିଧାୟକଙ୍କ ନାଁରେ ଏତଲା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପିଡବ୍ଲ୍ୟୁଡିର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ବିଧାୟକ କ୍ଷମା ମାଗିଥିଲେ। ଏହା ସତ୍ତ୍ୱେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ନାଁରେ ପାଟଣାଗଡ଼ ଥାନାରେ ଏକ ଏତଲା ଦେଇଛନ୍ତି ଓ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ […]

sarojmeher

sarojmeher

Jitendra Garnayak
  • Published: Thursday, 06 June 2019
  • Updated: 06 June 2019, 09:23 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପିଡବ୍ଲ୍ୟୁଡିର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ବିଧାୟକ କ୍ଷମା ମାଗିଥିଲେ। ଏହା ସତ୍ତ୍ୱେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ନାଁରେ ପାଟଣାଗଡ଼ ଥାନାରେ ଏକ ଏତଲା ଦେଇଛନ୍ତି ଓ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଗତକାଲି ତାଙ୍କ ସ୍ୱାମୀ ଜୟକାନ୍ତ ଶବର ଘରେ ଥିଲେ। ଦିନ ପ୍ରାୟ ୩.୧୫ ମିନିଟ୍‌ରେ ବିଧାୟକ ସରୋଜ ମେହେର ଓ ତାଙ୍କ ସମର୍ଥକମାନେ ତାଙ୍କୁ ଜବରଦସ୍ତ ଘରୁ ଡାକି ନେଇଥିଲେ। କିନ୍ତୁ ସେଦିନ ସେ ଆଉ ଘରକୁ ଫେରି ନଥିଲେ। ବିଧାୟକ ତାଙ୍କ ସ୍ୱାମୀଙ୍କୁ ଅପହରଣ କରି ନେଇଥିଲେ। ସେଠାରେ ତାଙ୍କୁ ଜାତିଆଣ ଆକ୍ଷେପ କରି ୧୦୦ ଥର ଉଠ୍‌ବସ୍‌ କରାଇଥିଲେ। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା କଥା ସେ ଟିଭିରୁ ଦେଖିବା ପରେ ଜାଣିଲେ ବୋଲି ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ବଲାଙ୍ଗିର ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ଉପ-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ବେଲପଡ଼ା ବ୍ଲକ୍‌ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ବିଧାୟକ ସରୋଜ ମେହେର ନିଜେ ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍‌କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ ମଧ୍ୟରେ ଶହେ ଥର ଉଠବସ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠବସ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି।

ଭିଡିଓଟି ଭାଇରାଲ୍ ହେବା ପରେ ଅଡୁଆ ବଢ଼ିବାରୁ ଉଠବସ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ ବିଧାୟକ ସରୋଜ ମେହେର। ସେ ତାଙ୍କ ସଫେଇରେ କହିଥିଲେ,“ନିମ୍ନମାନର ରାସ୍ତା ହୋଇଥିବା ନେଇ ଲୋକ ଅଭିଯୋଗ କରିଥିଲେ। ମୁଁ ଯେହେତୁ ଲୋକଙ୍କ ପ୍ରତିନିଧି, ତେଣୁ ସେମାନଙ୍କ କଥା ଶୁଣିବାକୁ ପଡ଼ିବ। ସେଥିପାଇଁ ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲି। ଜେଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଲୋକେ ଜେଇଙ୍କ ବିରୋଧରେ ସେଇଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଧ୍ୟ କଲେ। ପରିସ୍ଥିତି ଏମିତି ହେଲା ଯେ ତାହା ମୋ ଆୟତ୍ତ ବାହାରକୁ ଚାଲିଯାଇଥିଲା। କାର୍ଯ୍ୟାନୁଷ୍ଠାନ ଦାବିରେ ମୋ ଉପରେ ଆକ୍ରମଣ ପରିସ୍ଥିତି ହୋଇଥିଲା। ପରିସ୍ଥିତି ଦେଖି ସେମିତି କରିବାକୁ ବାଧ୍ୟ ହୋଇଥିଲି। ସେଥିପାଇଁ ମୁଁ ଦୁଃଖିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story