ବିଜେଡି ବିଧାୟକଙ୍କ ସେକ୍ସ ରାକେଟ୍ ଲିଙ୍କ: ଚର୍ଚ୍ଚାରେ ଜଗତସିଂହପୁର ଏସ୍‌ପିଙ୍କ ଭୂମିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ସେକ୍ସ ରାକେଟ ଓ ବେଶ୍ୟାଳୟ ପରିଚାଳନା କରୁଥିବା ନେଇ ତାଙ୍କ ପ୍ରେମିକା କରିଥିବା ଅଭିଯୋଗର କ୍ରାଇମବାଂଚ ତଦନ୍ତ ପାଇଁ ଜଗତସିଂହପୁର ଜିଲ୍ଲା ଏସପି ଅଖିଳେଶ୍ୱର ସିଂଙ୍କ ଭୂମିକାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଶାସକ ଦଳର ଜଣେ ଯୁବ ବିଧାୟକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ତାଙ୍କ ପ୍ରେମିକା ଓ ବିଧାୟକଙ୍କ ବୟାନକୁ ରେକର୍ଡ […]

Bijay-Shankar-Das (1)

Bijay-Shankar-Das (1)

Ordigital Desk
  • Published: Thursday, 14 July 2022
  • Updated: 14 July 2022, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ସେକ୍ସ ରାକେଟ ଓ ବେଶ୍ୟାଳୟ ପରିଚାଳନା କରୁଥିବା ନେଇ ତାଙ୍କ ପ୍ରେମିକା କରିଥିବା ଅଭିଯୋଗର କ୍ରାଇମବାଂଚ ତଦନ୍ତ ପାଇଁ ଜଗତସିଂହପୁର ଜିଲ୍ଲା ଏସପି ଅଖିଳେଶ୍ୱର ସିଂଙ୍କ ଭୂମିକାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଶାସକ ଦଳର ଜଣେ ଯୁବ ବିଧାୟକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ତାଙ୍କ ପ୍ରେମିକା ଓ ବିଧାୟକଙ୍କ ବୟାନକୁ ରେକର୍ଡ ନକରି, ଅଭିଯୋଗର ପ୍ରାରମ୍ଭିକ ତଦନ୍ତ ନକରି ଜଣେ ବରିଷ୍ଠ ଆଇପିଏସ୍ ଅଫିସର(ଜିଲ୍ଲା ଏସପି) ଶ୍ରୀ ସିଂ କେଉଁ ଆଧାରରେ କ୍ରାଇମବ୍ରାଂଚକୁ ତଦନ୍ତ ନିମନ୍ତେ ଲିଖିତ ଭାବେ ଅନୁରୋଧ କରିଛନ୍ତି ଓ କାହା ଚାପରେ ଏଭଳି ଅପରିପକ୍ୱ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ(ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ)ଙ୍କ ବିରୁଦ୍ଧରେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଗତ ଜୁନ୍ ୧୮ତାରିଖରେ ଜଗତସିଂହପୁର ଥାନାରେ ଏକ ଏଫଆଇଆର ରୁଜୁ କରିଥିଲେ, ଯେଉଁଥିରେ ସେ ବିଧାୟକଙ୍କ ବିରୁଦ୍ଧରେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଓହରି ଯାଇଥିବା, ଏକାଧିକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା, ସେକ୍ସ ରାକେଟ୍ ଓ ବେଶ୍ୟାଳୟ ଚଳାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆଉ ଏହି ଏଫଆଇଆର ଉପରେ ଜିଲ୍ଲା ପୁଲିସ ଏପର୍ଯ୍ୟନ୍ତ ସାମାନ୍ୟତମ ପ୍ରାରମ୍ଭିକ ଯାଂଚ କରିନଥିବାବେଳେ ଜିଲ୍ଲା ପୁଲିସ ଏସପି ଶ୍ରୀ ସିଂ ଜୁଲାଇ ୪ତାରିଖରେ କ୍ରାଇମବ୍ରାଂଚ ଏଡିଜିଙ୍କୁ ଚିଠି ଲେଖି ବିଧାୟକଙ୍କ ଦ୍ୱାରା ସେକ୍ସ ରାକେଟ୍ ଓ ବେଶ୍ୟାଳୟ ପରିଚାଳନା କରାଯାଉଥିବା ଅଭିଯୋଗ(କେବଳ ତାଙ୍କ ପ୍ରେମିକା କରିଥିବା)ର କ୍ରାଇମବ୍ରାଂଚ ତଦନ୍ତ ପାଇଁ ସୁପାରିଶ କରିବା ତଥ୍ୟାଭିଜ୍ଞ ମହଲକୁ ଆଶ୍ଚର୍ଯ୍ୟ କରିଛି । ଏହି ଚିଠି କ୍ରାଇମବ୍ରାଂଚ ଅଫିସକୁ ଜୁଲାଇ ୭ତାରିଖରେ ମିଳିଥିବାବେଳେ ଗତକାଲି ଜୁଲାଇ ୧୩ତାରିଖରେ ଏହା ଗଣମାଧ୍ୟମକୁ ଆସିଛି । ଆଉ ଆଶ୍ଚର୍ଯ୍ୟର କଥା ସେହି ୧୩ତାରିଖ(ଗତକାଲି) ହିଁ ଜଗତସିଂହପୁର ଥାନା ପୁଲିସ ପ୍ରେମିକା ସୋମାଲିକାଙ୍କୁ ସିଆରପିସି ଧାରା ୧୬୧ରେ ବୟାନ ରେକର୍ଡ କରିବାକୁ ନୋଟିସ ପଠାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜଣେ ବରିଷ୍ଠ ଆଇପିଏସ୍ ଅଫିସର ତଥା ଜିଲ୍ଲା ଏସପି କୌଣସି ଘଟଣାର କ୍ରାଇମବ୍ରାଂଚ ତଦନ୍ତି ନିମନ୍ତେ ସୁପାରିଶ କରିବା ପୂର୍ବରୁ ସେହି ମାମଲାକୁ ନେଇ ସାମାନ୍ୟତମ ଖୋଳତାଡ଼ କରିଛନ୍ତି କି? ବିଧାୟିକାଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ଯେଉଁ ଅଭିଯୋଗ ଆଧାରରେ ଜିଲ୍ଲା ଏସପି ଏହି ତଦନ୍ତ ପାଇଁ ସୁପାରିଶ କରିଛନ୍ତି ତା’ର ସତ୍ୟାସତ୍ୟ କେତେ ତାହା ସେ ଜାଣନ୍ତି କି? ବିଧାୟିକାଙ୍କ ପ୍ରେମିକା ସୋମାଲିକାଙ୍କ ଏଫଆଇଆରକୁ ଜଗତସିଂହପୁର ଥାନା ଗତ ଜୁନ୍ ୧୮ତାରିଖରୁ ପଞ୍ଜିକୃତ କରିଥିବାବେଳେ ଏପର୍ଯ୍ୟନ୍ତ କାହିଁକି ତାଙ୍କୁ କିମ୍ବା ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚରାଉଚୁରା କରିନି ଅବା ସୋମାଲିକାଙ୍କଠୁ ସେ ଆଣିଥିବା ଅଭିଯୋଗର ଦସ୍ତାବିଜ ସଂଗ୍ରହ କରିନି ? ସମ୍ପୃକ୍ତ ଯୁବତୀ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତା’ର ସତ୍ୟାସତ୍ୟ କ’ଣ ସେ ନେଇ ଜିଲ୍ଲା ପୁଲିସ ଏସପିଙ୍କ ପାଖରେ କ’ଣ ପ୍ରମାଣ ରହିଛି? ଜଣେ ଯୁବ ବିଧାୟକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଥିବାବେଳେ ତା’ର ପ୍ରାରମ୍ଭିକ ଯାଂଚ ଅବା ଅଭିଯୋଗକାରିଣୀଙ୍କ ବୟାନକୁ ରେକର୍ଡ କରିବାକୁ କାହିଁକି ଜିଲ୍ଲା ପୁଲିସ ଗୁରୁତ୍ୱ ଦେଲାନି?

ଆଗାମୀ ଦିନରେ ଯଦି ଅନ୍ୟ କୌଣସି ବରିଷ୍ଠ ଅଫିସର କିମ୍ବା ନେତାଙ୍କ ବିରୁଦ୍ଧରେ କେହି ଉଦ୍ଦେଶ୍ୟପ୍ରଣୋଦିତ ହୋଇ ଏଭଳି ଅଭିଯୋଗ ଆଣନ୍ତି ତା’ର ପ୍ରାରମ୍ଭିକ ଯାଂଚ ନକରି ଏସପି ଶ୍ରୀ ସିଂ କ’ଣ କ୍ରାଇମବ୍ରାଂଚ ତଦନ୍ତ ପାଇଁ ସୁପାରିଶ କରିବେ କି? ମାଲକାନଗିରିର ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଲାଗି ରହିବା ପରେ ହିଁ ସରକାର ସେ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଜଗତସିଂହପୁର ପୁଲିସ ନିଜ ଆଡ଼ୁ ସାମାନ୍ୟ ତଦନ୍ତ ନକରି ଅଚାନକ କ୍ରାଇମବ୍ରାଂଚକୁ ଚିଠି ଲେଖି ଅନୁରୋଧ କରିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡ଼ୁନି । ଅବଶ୍ୟ ବିଧାୟକଙ୍କ ବିରୁଦ୍ଧରେ ତାଙ୍କ ପ୍ରେମିକା ଆଣିଥିବା ସେକ୍ସ ରାକେଟ୍ ପରିଚାଳନା ଅଭିଯୋଗର କିଛି ସତ୍ୟାସତ୍ୟ ଥାଇପାରେ, ମାତ୍ର ପୁଲିସ ଏସପି ବିନା ତଦନ୍ତରେ କିଭଳି କୌଣସି ନିଷ୍କର୍ଷରେ ଉପନୀତ ହେଲେ ଓ ବିନା ତଥ୍ୟପ୍ରମାଣରେ ତଦନ୍ତ ପାଇଁ କ୍ରାଇମବ୍ରାଂଚକୁ ଅନୁରୋଧ କଲେ ତାହା ଏବେବି ଅସ୍ପଷ୍ଟ ।

ତେବେ ବିଧାୟିକାଙ୍କ ପ୍ରେମିକା ସୋମାଲିକାଙ୍କ ଜୁନ୍ ୧୮ତାରିଖ ଅଭିଯୋଗ ଆଧାରରେ ଜିଲ୍ଲା ଏସପି ଶ୍ରୀ ସିଂ ଜୁଲାଇ ୪ତାରିଖରେ କ୍ରାଇମବ୍ରାଂଚକୁ ତଦନ୍ତ ନିମନ୍ତେ ଲେଖିଥିବାବେଳେ ଜଗତସିଂହପୁର ଥାନା ଅଧିକାରୀ ଜୁଲାଇ ୧୩ତାରିଖ(ଗତକାଲି) ସୋମାଲିକାଙ୍କୁ ଚିଠି କରି ସିଆରପିସି ଧାରା-୧୬୧ରେ ବୟାନ ରେକର୍ଡ କରିବାକୁ ନୋଟିସ୍ ପଠାଇଛନ୍ତି । ଯଦି ଜଗତସିଂହପୁର ପୁଲିସ ଏପର୍ଯ୍ୟନ୍ତ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିନାହାନ୍ତି ଓ ସେ ଆଣିଥିବା ଅଭିଯୋଗର ସତ୍ୟାସତ୍ୟ ଯାଂଚ କରିନାହାନ୍ତି ତା’ହେଲେ ଜିଲ୍ଲା ଏସପି ଶ୍ରୀ ସିଂ କେଉଁ ଆଧାରରେ କ୍ରାଇମବ୍ରାଂଚକୁ ଚିଠି ଲେଖି ତଦନ୍ତ ଦାୟିତ୍ୱ ନେବାକୁ ଅନୁରୋଧ କଲେ ? ଏହି ହାଇପ୍ରୋଫାଇଲ କେସକୁ ଜିଲ୍ଲା ଏସପି କାହିଁକି ଏତେ ବେପରୁୱା ଭାବେ ବିନା ପ୍ରାରମ୍ଭିକ ଯାଂଚରେ ଆଗେଇ ନେବାକୁ ଚାହୁଁଛନ୍ତି ଓ କାହା ଚାପରେ ଏସପି ଏପରି ଚିଠି ଲେଖିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story