‘ବିଜେଡିର ବିଧାୟକମାନେ ବାପା ଓ ସ୍ତ୍ରୀଙ୍କ ନାମ ବଦଳାଉଛନ୍ତି’

ଭୁବନେଶ୍ୱର: ବିଜୁ ଜନତା ଦଳର ବିଧାୟକମାନେ ପ୍ରତିଦିନ କଥା ବଦଳାଉଛନ୍ତି। କେତେବେଳେ ବାପା ନାମ ବଦଳାଉଛନ୍ତି ତ କେତେବେଳେ ସ୍ତ୍ରୀ ନାମ ବଦଳାଉଛନ୍ତି। ଆଜି ରାଜ୍ୟ ବିଜେପି ମୁଖ୍ୟପାତ୍ର ସଜ୍ଜନ ଶର୍ମା  ଏହା କହିଛନ୍ତି। ସେ କହିଛନ୍ତି,“ବିଜୁ ଜନତା ଦଳର ବିଧାୟକମାନେ ଥରେ ନିର୍ବାଚନ ଲଢ଼ିବା ବେଳେ ଗୋଟିଏ କଥା କହୁଛନ୍ତି ଓ  ପୁଣି ଥରେ ନିର୍ବାଚନ ଲଢ଼ିବା ବେଳେ ଆଉ ଗୋଟିଏ କଥା କହୁଛନ୍ତି। ବିଜେଡି ସରକାରର ସ୍ଥାୟିତ୍ୱ ନାହିଁ।  ଏହି ସରକାରର କିଛି ପକ୍କା […]

bjp

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 06:31 PM IST

ଭୁବନେଶ୍ୱର: ବିଜୁ ଜନତା ଦଳର ବିଧାୟକମାନେ ପ୍ରତିଦିନ କଥା ବଦଳାଉଛନ୍ତି। କେତେବେଳେ ବାପା ନାମ ବଦଳାଉଛନ୍ତି ତ କେତେବେଳେ ସ୍ତ୍ରୀ ନାମ ବଦଳାଉଛନ୍ତି। ଆଜି ରାଜ୍ୟ ବିଜେପି ମୁଖ୍ୟପାତ୍ର ସଜ୍ଜନ ଶର୍ମା  ଏହା କହିଛନ୍ତି।

ସେ କହିଛନ୍ତି,“ବିଜୁ ଜନତା ଦଳର ବିଧାୟକମାନେ ଥରେ ନିର୍ବାଚନ ଲଢ଼ିବା ବେଳେ ଗୋଟିଏ କଥା କହୁଛନ୍ତି ଓ  ପୁଣି ଥରେ ନିର୍ବାଚନ ଲଢ଼ିବା ବେଳେ ଆଉ ଗୋଟିଏ କଥା କହୁଛନ୍ତି। ବିଜେଡି ସରକାରର ସ୍ଥାୟିତ୍ୱ ନାହିଁ।  ଏହି ସରକାରର କିଛି ପକ୍କା ନୁହେଁ ସବୁ କଚ୍ଚା। ଆଜି ଗୋଟିଏ କଥା କହୁଥିବା ବେଳେ ଆସନ୍ତାକାଲି ଆଉ ଗୋଟିଏ କଥା କହୁଛି।”

ସଜ୍ଜନ ଆହୁରି କହିଛନ୍ତି,“ବିଜୁ ଜନତା ଦଳର ଲୋକମାନେ ଏଭଳି କାଣ୍ଡ ଭିଆଇବେ ବୋଲି ବୋଧ ହୁଏ ନବୀନ ବାବୁ ଆଗରୁ ଜାଣିଥିଲେ। ସେଥିପାଇଁ ନବୀନ ବାବୁ ଆଫିଡେଭିଟ୍ ଉଠାଇ ଦେଇଛନ୍ତି। ଆଫିଡେଭିଟର ଯୁଗ ଏବେ ଶେଷ ହୋଇଛି।”

କେନ୍ଦ୍ରାପଡ଼ା ଜିଲ୍ଲାପାଳ ମୁରଲୀଧର ମଲ୍ଲିକ କହିଛନ୍ତି,“ବିଧାୟକଙ୍କ ବାପା ଓ  ସ୍ତ୍ରୀ ନାମକୁ ନେଇ ଆମ ପାଖରେ କିଛି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିଲେ ତଦନ୍ତ ହେବ।”

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ବାପାଙ୍କ ନାଁକୁ ନେଇ ବିବାଦ ଦେଖା ଯିବା ପରେ ଏବେ ପତ୍ନୀଙ୍କ ନାମକୁ ନେଇ ବିବାଦ ଦେଖାଯାଇଛି। ବିଧାୟକଙ୍କ ନାମାଙ୍କନ ବେଳେ ଦାଖଲ ହୋଇଥିବା ସତ୍ୟପାଠରେ ପତ୍ନୀଙ୍କ ନାମ କବିତା ତରାଇ ଲେଖା ରହିଥିବା ଅଭିଯୋଗ ହୋଇଛି। କିନ୍ତୁ ଜମି କିଣିବା ବେଳେ ବବିତା ତରାଇ ଲେଖାଯାଇଛି। ପତ୍ନୀଙ୍କ ସମିତି ସଭ୍ୟ ନାମାଙ୍କନରେ ଦାଖଲ ହୋଇଥିବା ଜାତି ପ୍ରମାଣ ପତ୍ରରେ ବବିତା ତରାଇ ଉଲ୍ଲେଖ ରହିଥିବା ଜଣାପଡ଼ିଛି।

 

 

 

 

Related story