ବିଜେଡି ବିଧାୟକ ଦଳ ବୈଠକ: କେନ୍ଦ୍ରକୁ ବିରୋଧ ପାଇଁ ବି ଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶାସକ ବିଜେଡି ଆଜି ତା’ର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ସଂସଦୀୟ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କୌଣସି ବିଧାୟକଙ୍କୁ କହିବାର ସୁଯୋଗ ମିଳିନଥିଲା। ବିରୋଧୀ ସଦସ୍ୟଙ୍କ ସମସ୍ତ ଗଠନମୂଳକ ପରାମର୍ଶ ଓ ସମାଲୋଚନାକୁ ବିଜେଡି ସ୍ୱାଗତ କରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ମଧ୍ୟ ଚାଷୀ ବିଲ୍ […]

7690

7690

Tapas Behera
  • Published: Monday, 28 September 2020
  • Updated: 28 September 2020, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶାସକ ବିଜେଡି ଆଜି ତା’ର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ସଂସଦୀୟ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କୌଣସି ବିଧାୟକଙ୍କୁ କହିବାର ସୁଯୋଗ ମିଳିନଥିଲା। ବିରୋଧୀ ସଦସ୍ୟଙ୍କ ସମସ୍ତ ଗଠନମୂଳକ ପରାମର୍ଶ ଓ ସମାଲୋଚନାକୁ ବିଜେଡି ସ୍ୱାଗତ କରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ମଧ୍ୟ ଚାଷୀ ବିଲ୍ ଓ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗରେ ସିଧାସଳଖ କେନ୍ଦ୍ରକୁ ବିରୋଧ କରିବାର ସତସାହସ ଜୁଟାଇବାରେ ସକ୍ଷମ ହୋଇନାହାନ୍ତି।  ଏହି ଦୁଇଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ବିରୋଧ ନକରି ଚାଷ ବିଲର ଅନୁଧ୍ୟାନ ପାଇଁ ଦଳୀୟ କମିଟି ଓ ଶିକ୍ଷା ନୀତିରେ ଓଡ଼ିଆ ଭାଷାର ସୁରକ୍ଷା କିଭଳି ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳୀୟ ବିଧାୟକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,୨ଟି ଜାତୀୟ ପ୍ରସଙ୍ଗ କୃଷି ବିଲ୍ ଓ ନୂଆ ଶିକ୍ଷା ନୀତି ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ଜୀବନଧାରଣରେ ସମୃଦ୍ଧି ଦିଗରେ ସମସ୍ତ ପ୍ରକାରର ପଦକ୍ଷେପକୁ ବିଜେଡି ସମର୍ଥନ କରେ। ସ୍ୱାମୀନାଥନ୍ ସୁପାରିସ୍ ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟକୁ କାର୍ଯ୍ୟକାରୀ ନିମନ୍ତେ ବିଜେଡି ତା’ର ଲଢ଼େଇ ଜାରି ରଖିବ। ଏହା ହିଁ ବାସ୍ତବରେ ଚାଷୀଙ୍କୁ ଅଧିକ ସହାୟକ ହେବ।
କୃଷି ବିଲ୍ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିଜେଡି ଚାଷୀଙ୍କ ସ୍ୱାର୍ଥରକ୍ଷାକୁ ନେଇ ନିଜର ଉଦବେଗ ଜଣାଇଛି। ଏହି ବିଲକୁ ତର୍ଜମା ପାଇଁ ସଂସଦୀୟ କମିଟିକୁ ପଠାଇବାକୁ ପରାମର୍ଶ ଦେଇଥିଲା। ଦଳ ଏହି ପ୍ରସଙ୍ଗରେ ବିଧାୟକ,ସାଂସଦ ଓ ଚାଷୀ ନେତାଙ୍କୁ ନେଇ ଏକ କମିଟି ଗଢ଼ିବା ସହ ଏହାର ପ୍ରାବଧାନକୁ ଅନୁଧ୍ୟାନ କରିବ। ତେବେ ଚାଷୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ବିଜେଡିର ହସ୍ତକ୍ଷେପ ଦ୍ୱାରା ଚାଷୀଙ୍କ ସର୍ବାଧିକ କଲ୍ୟାଣ ହେବ।
ତେବେ ସ୍ୱାମୀନାଥନ୍ ସୁପାରିସ୍ ପ୍ରସଙ୍ଗ ବିଜେଡି ପାଇଁ ପୁରୁଣା ହୋଇଥିବାବେଳେ ଚାଷୀ ବିଲକୁ ସିଧାସଳଖ ବିରୋଧ କରି ରାଜ୍ୟରେ ଜନମତ ସୃଷ୍ଟି କରିବାର ଆଭିମୁଖ୍ୟ ଆପଣାଇବାକୁ ଦଳ ପଛଘୁଂଚା ଦେଇ କେବଳ ସମୟ ଗଡ଼ାଇବାକୁ ଚାହିଁଥିବା ଜଣାପଡ଼ିଛି।

ସେହିପରି ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗରେ ଦଳ ଏକ କମିଟି ଗଠନ କରି ଏହାର ସମସ୍ତ ଷ୍ଟେକହୋଲଡରଙ୍କ ସହ ବିଚାରବିମର୍ଶ କରିଛି। ଦେଶରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ମାତୃଭାଷା ଓଡ଼ିଆର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ବିଜେଡି କାର୍ଯ୍ୟ କରୁଛି। ଏହା ନୂଆ ଶିକ୍ଷା ନୀତିରେ ଅଛି ନା କେନ୍ଦ୍ର ସରକାରଙ୍କ କୌଣସି ହସ୍ତକ୍ଷେପ ରହିଛି। ଏହା ହିଁ ଶିକ୍ଷା ନୀତିର ମୂଲ୍ୟାୟନ ଦିଗରେ ପ୍ରମୁଖ ନୀତି ହେବ। ଏହି ଶିକ୍ଷାନୀତି ଗ୍ରାମାଂଚଳ ଛାତ୍ରଛାତ୍ରୀଙ୍କ ଉପରେ କିଭଳି ପ୍ରଭାବ ପକାଉଛି ତାହା ବି ପ୍ରମୁଖ ମାନଦଣ୍ଡ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୬ମାସ ହେଲା କୋଭିଡ୍ ମହାମାରୀ ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। ତେବେ କୋଭିଡ୍ ମହାମାରୀ ବିରୁଦ୍ଧରେ ଓଡ଼ିଶା ସାହାସର ସହ ଲଢ଼େଇ କରୁଛି। ଦେଶର ସର୍ବାଧିକ ସୁସ୍ଥତା ହାର ଓଡ଼ିଶାରେ ଓ ବହୁ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି। କୋଭିଡ୍ ହସ୍ପିଟାଲଠୁ ଆମର୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସବୁକିଛି ମାଗଣାରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ସମସ୍ତଙ୍କୁ ଉପଲବ୍ଧ କରାଉଛି। ଓଡ଼ିଶା ମୋ’ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ଲାଜମା ସଂଗ୍ରହ ଓ କରୋନାରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ନିମନ୍ତେ ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଆସନ୍ତା ଅକ୍ଟୋବର ୨ତାରିଖରୁ ଦଳ ପକ୍ଷରୁ ଏକ ମାସ ପର୍ଯ୍ୟନ୍ତ ଲୋକଙ୍କୁ ମାସ୍କ ପିନ୍ଧିବା,ହାତ ଧୋଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ଦିଗରେ ଦଳ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ।
କରୋନା ପୂର୍ବରୁ ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ଗତିବିଧି ଯୋଗୁ ରାଜ୍ୟର ବିଦ୍ୟୁତ ଉପଯୋଗିତା ବୃଦ୍ଧି ପାଇଛି। ମନରେଗାରେ ୨୦କୋଟି କର୍ମଦିବସ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଚାଷୀ,ମହିଳା ଏସଏଚଜି ଓ ଏମଏସଏମଇ କ୍ଷେତ୍ରକୁ ଋଣ ଯୋଗାଇ ଅର୍ଥନୀତିକୁ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକରେ ଅନ୍ୟ କୌଣସି ବିଧାୟକଙ୍କୁ କହିବାକୁ ସୁଯୋଗ ମିଳିନଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ଅଧିବେଶନରେ ୧୬ଟି ବିଲ ଆସିବ ବୋଲି ସୂଚନା ଦେଇଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story