ରବିବାର ବିଜେଡି ବିଧାୟକ ଦଳ ବୈଠକ, ଶପଥ ଗ୍ରହଣ ନେଇ ସ୍ପଷ୍ଟ ନିଷ୍ପତ୍ତି ଆସି ନାହିଁ :ସସ୍ମିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ନିର୍ବାଚନରେ ରାଜ୍ୟରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିବା ସହ ଏକକ ସଂଖ୍ୟା ଗରିଷ୍ଟତା ହାସଲ କରିଛି। ଏନେଇ ବିଜେଡି ପୁଣି ଥରେ ରାଜ୍ୟରେ ଶାସନର ମଙ୍ଗ ଧରିବାକୁ ଯାଉଛି। ତେବେ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, “ଆସନ୍ତା ରବିବାର ସକାଳେ ବିଜୁ ଜନତା ଦଳର ନବ […]

BJD-12

BJD-12

Tapas Behera
  • Published: Saturday, 25 May 2019
  • Updated: 25 May 2019, 09:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ନିର୍ବାଚନରେ ରାଜ୍ୟରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିବା ସହ ଏକକ ସଂଖ୍ୟା ଗରିଷ୍ଟତା ହାସଲ କରିଛି। ଏନେଇ ବିଜେଡି ପୁଣି ଥରେ ରାଜ୍ୟରେ ଶାସନର ମଙ୍ଗ ଧରିବାକୁ ଯାଉଛି। ତେବେ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି।

ଏହି ପରିପ୍ରେକ୍ଷୀରେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, “ଆସନ୍ତା ରବିବାର ସକାଳେ ବିଜୁ ଜନତା ଦଳର ନବ ନିର୍ବାଚିତ ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟତା ମୂଳକ ଭାବେ ନବୀନ ନିବାସରେ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି। ସେହିଦିନ ମଧ୍ୟାହ୍ଣରେ ବିଜୁ ଜନତା ଦଳର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ତେବେ ଏହା ପଞ୍ଚମ ପାଳିର ପ୍ରଥମ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି।

ଏଥିରେ ଯେଉଁସବୁ କାର୍ଯ୍ୟସୂଚୀ ରହିଛି ସେଗୁଡ଼ିକ ଉପରେ କାର୍ଯ୍ୟକାରୀ କରାଯିବ। ଶପଥ ଗ୍ରହଣ ବିଷୟ ସମ୍ପର୍କରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ଆସି ନାହିଁ। ସେ ସମ୍ପର୍କରେ ସୂଚନା ଆସିଲେ ସୂଚନା ଦିଆଯିବ ବୋଲି ସସ୍ମିତ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos