ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଭାବପ୍ରବଣ ହୋଇ କାନ୍ଦି ପକାଇଲେ ପ୍ରଭାତ ବିଶ୍ୱାଳ

କଟକ(ଓଡ଼ିଶା ରିପୋର୍ଟର): ଚିକିତ୍ସା ପାଇଁ  କଟକ ବଡ଼ ଡାକ୍ତରଖାନା ଆସିଥିବା ଅସୁସ୍ଥ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ ଆଗରେ ଭାବବିହ୍ୱଳ ହୋଇଯାଇଥିଲେ। ସେମାନଙ୍କ ପ୍ରଶ୍ନରେ ଉତ୍ତର ଦେଉ ଦେଉ କାନ୍ଦି ପକାଇଥିଲେ। କହିଥିଲେ,“ନିସ୍ତେଜ ଲାଗୁଛି। ଦେହରେ ନିଶାର ପ୍ରଭାବ ରହୁଛି। ମୋତେ ମିଛ କହି ଆସେନାହିଁ।” ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଭାତ ବିଶ୍ୱାଳ ଆଜି ପେଟର ସିଟି ସ୍କାନ କରିବା ପାଇଁ ଆଜି କଟକ ବଡ଼ ଡାକ୍ତରଖାନାକୁ ଆସିଥିଲେ। ତେବେ ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା […]

rt

rt

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 02:35 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଚିକିତ୍ସା ପାଇଁ  କଟକ ବଡ଼ ଡାକ୍ତରଖାନା ଆସିଥିବା ଅସୁସ୍ଥ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ ଆଗରେ ଭାବବିହ୍ୱଳ ହୋଇଯାଇଥିଲେ। ସେମାନଙ୍କ ପ୍ରଶ୍ନରେ ଉତ୍ତର ଦେଉ ଦେଉ କାନ୍ଦି ପକାଇଥିଲେ। କହିଥିଲେ,“ନିସ୍ତେଜ ଲାଗୁଛି। ଦେହରେ ନିଶାର ପ୍ରଭାବ ରହୁଛି। ମୋତେ ମିଛ କହି ଆସେନାହିଁ।”

ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଭାତ ବିଶ୍ୱାଳ ଆଜି ପେଟର ସିଟି ସ୍କାନ କରିବା ପାଇଁ ଆଜି କଟକ ବଡ଼ ଡାକ୍ତରଖାନାକୁ ଆସିଥିଲେ। ତେବେ ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ଭାଇ ‌ଆର୍ତ୍ତତ୍ରାଣ ବିଶ୍ୱାଳ କହିଛନ୍ତି। ସେ କହିଛନ୍ତି,“ତାଙ୍କ ପେଟରେ ଅପରେସନ ହୋଇଥିଲା। ଘା’ ଶୁଖୁ ନାହିଁ, ପୁଜ ହେଉଛି। କାହିଁକି ସେହି ଜାଗାରେ ବାରମ୍ବାର ପୁଜ ହେଉଛି ଜାଣିବା ପାଇଁ ଡାକ୍ତର ସିଟି ସ୍କାନ କରାଇବା ପାଇଁ କହିଥିଲେ।”

ସେ ଆହୁରି କହିଛନ୍ତି,“ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦୁର୍ବଳ ରହିଛି। ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି।”

ସି ସୋର ଚିଟଫଣ୍ଡ ଲିଙ୍କରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ କୋର୍ଟରୁ ଜାମିନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos