ପୁଣି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି, ଗାଡ଼ିରୁ ଓହ୍ଲାଇ ପିଟିଲେ   

ବାଲୁଗାଁ(ଓଡ଼ିଶା ରିପୋର୍ଟର):ପୁଣି ଥରେ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି। ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ପିଟିଲେ ବିଧାୟକ। ବିଚ୍ ରାସ୍ତାରେ ନଗର ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଲେ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଛନ୍ତି ବିଧାୟକ। ନଗର ସଭାପତିଙ୍କୁ ବିଧାୟକଙ୍କ ମାଡ଼ ନେଇ ତାତିଛି ବିଜେପି। ଏନେଇ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀମାନେ  ଧାରଣା ଦେଇଛନ୍ତି। ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ପ୍ରଶାନ୍ତ। […]

5g1

Tapas Behera
  • Published: Wednesday, 08 September 2021
  • , Updated: 08 September 2021, 08:44 PM IST

ବାଲୁଗାଁ(ଓଡ଼ିଶା ରିପୋର୍ଟର):ପୁଣି ଥରେ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି। ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ପିଟିଲେ ବିଧାୟକ। ବିଚ୍ ରାସ୍ତାରେ ନଗର ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଲେ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଛନ୍ତି ବିଧାୟକ। ନଗର ସଭାପତିଙ୍କୁ ବିଧାୟକଙ୍କ ମାଡ଼ ନେଇ ତାତିଛି ବିଜେପି। ଏନେଇ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀମାନେ  ଧାରଣା ଦେଇଛନ୍ତି। ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଛନ୍ତି ବିଜେପି କର୍ମୀ। ଘଟଣା ସ୍ଥଳରେ ପହଞ୍ଚିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

୨୦୧୬ରେ ବେଗୁନିଆରେ ବିଧାୟକ ଥିବା ବେଳେ  ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରି ଚର୍ଚ୍ଚାରେ ଥିଲେ।  ସେ ସମୟରେ ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସେହିପରି ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ସର୍ବ ସାଧାରଣରେ ଧମକାଇବା ଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ। ବିଧାୟକଙ୍କ ବିରୋଧରେ ଏମିତି ଅପରାଧିକ ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି। ସେହିପରି ମନମୁଣ୍ଡାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ସରକାରୀ ଅଧିକାରୀ ବି ତାଙ୍କ ଦାଦାଗିରିରୁ ବର୍ତ୍ତି ନାହାନ୍ତି। ବୋଲଗଡ଼ ତଦସିଲଦାରଙ୍କୁ ମାଡ଼ ହେଉ କି ପୁରୀ ମନ୍ଦିରରେ ଏସପିଙ୍କୁ ଗାଳି, ସର୍ବସାଧାରଣ ସ୍ଥାନରେ ଅନେକ ବାର ତାଙ୍କ ଔଦ୍ଧତ୍ୟ ଦେଖିବାକୁ ମିଳିଛି।

Related story