ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ନେତା ପ୍ରଭାତ ବିଶ୍ୱାଳ ହଟହଟା ହୋଇଥିଲେ । ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବାଲେଶ୍ୱରର ୯ନମ୍ବର ଓ୍ୱାର୍ଡରେ ପ୍ରଭାତ ବିଶ୍ୱାଳ ସମ୍ବୋଧନ କରୁଥିଲେ। ପ୍ରଭାତ ମହିଳାମାନଙ୍କୁ ନେଇ ଏକ ସଭା କରୁଥିବା ବେଳେ ଭୋଟର ତାଙ୍କୁ ଜାବବ ମାଗିଛନ୍ତି । ଏନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।
ଯୁବକ ଜଣକ ତାଙ୍କୁ ବାଲେଶ୍ୱରରେ କଣ ବିକାଶ କରିଛ ବୋଲି ପ୍ରଶ୍ନ ପଚାରି ଘାଇଲା କରିଥିଲେ । ବାଲେଶ୍ୱରରେ ଛୁଞ୍ଚି କାରଖାନା ଟି କରିନ ବୋଲି କହିଥିଲେ । କ’ଣ ପାଇଁ ଭୋଟ ମାଗୁଛ ବୋଲି ପ୍ରଶ୍ନ କରିଥିଲେ । ସେପଟେ ପ୍ରଭାତ କହିଛନ୍ତି ତାଙ୍କୁ ଯିଏ ପ୍ରଶ୍ନ ପଚାରିଥିଲେ ସେ ହେଉଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର।
୨୦ ବର୍ଷ ଭିତରେ ରାଜ୍ୟ ସରକାର ବାଲେଶ୍ୱରରେ ଅନେକ ବିକାଶ କରିଛନ୍ତି। ସେ କହିଛନ୍ତି ଯେ, ୨୦୦୯ରେ ୫୦୦୦ କୋଟି ଟଙ୍କାର ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱରରେ ୫ ଟି ଫ୍ଲାଏ ଓଭର କରାଯାଉଛି। ଏମିତି ଏଠି ଅନେକ ବିକାଶ କରାଯାଉଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।