ବିଜେଡି ଜନ୍ମ ଦିନରେ ସତର୍କ କରାଇଲେ ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳ(ବିଜେଡି) ଗଠନ ହେବାର ଇତି ମଧ୍ୟରେ ଦଳକୁ ୨୩ ବର୍ଷ ପୂରି ଆଜିଠାରୁ ୨୪ ଆରମ୍ଭ ହୋଇଛି। ଭୁବନେଶ୍ୱର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ। ଏକ ଆଞ୍ଚଳିକ ଦଳ ଭାବେ କ୍ରମାଗତ ଦୁଇ ଦଶନ୍ଧି ଧରି ସଫଳତା ହାସଲ କରି ଆସୁଥିବା ବିଜେଡିର ପ୍ରତିଷ୍ଠା ଦିବସକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ। ହେଲେ ନିଜ ଖବରକାଗଜରେ ସରକାରୀ […]

soumya-ranjan-

soumya-ranjan-

Tapas Behera
  • Published: Saturday, 26 December 2020
  • Updated: 26 December 2020, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳ(ବିଜେଡି) ଗଠନ ହେବାର ଇତି ମଧ୍ୟରେ ଦଳକୁ ୨୩ ବର୍ଷ ପୂରି ଆଜିଠାରୁ ୨୪ ଆରମ୍ଭ ହୋଇଛି। ଭୁବନେଶ୍ୱର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ। ଏକ ଆଞ୍ଚଳିକ ଦଳ ଭାବେ କ୍ରମାଗତ ଦୁଇ ଦଶନ୍ଧି ଧରି ସଫଳତା ହାସଲ କରି ଆସୁଥିବା ବିଜେଡିର ପ୍ରତିଷ୍ଠା ଦିବସକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ। ହେଲେ ନିଜ ଖବରକାଗଜରେ ସରକାରୀ ଦୋଷ ଦୁର୍ବଳତାକୁ ନେଇ ସ୍ପଷ୍ଟମତ ରଖି ଆସୁଥିବା ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କିନ୍ତୁ ବିଶେଷ ଖୁସି ନଥିବା ଫେସବୁକ୍‌ରେ ତାଙ୍କର ଏକ ପୋଷ୍ଟରୁ ସ୍ପଷ୍ଟ ହୋଇଛି। ଦଳୀୟ ସଫଳତାକୁ ନେଇ ଯେତେ ସବୁ ଡିଣ୍ଡିମ ପିଟାଗଲେ ମଧ୍ୟ ନୈତିକତାର ପାଠ ପଢ଼ାଇ ଦଳକୁ ସତର୍କ କରାଇ ଦେଇଛନ୍ତି ସୌମ୍ୟ। ଏବାବଦରେ ସୌମ୍ୟ ପଟ୍ଟନାୟକ ଲେଖିଛନ୍ତି ଯେ, ଆଜି ହେଉଛି ବିଜେଡିର ଜନ୍ମଦିନ I ଜନ୍ମଦିନ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ଦିନ I

ଆମପାଇଁ କିନ୍ତୁ ଏହା ଆତ୍ମ ସମୀକ୍ଷା ଓ ସଂକଳ୍ପର ଦିନ I ଆମେ ୨୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନିରନ୍ତର କ୍ଷମତା ହାସଲ କରି ଇର୍ଷଣୀୟ ସଫଳତାର ଅଧିକାରୀ ହୋଇଛେ। ତେବେ ଯେଉଁ କାରଣରୁ ଈର୍ଷାର ପାତ୍ର ହୋଇଛୁ ସେଥିରେ ଯେପରି କୌଣସି ଛିଟା ନ ଲାଗେ ସେଥିପାଇଁ ଆମକୁ ଯତ୍ନବାନ ହେବାକୁ ପଡିବ I

ମୋଟାମୋଟି ଭାବେ କହିବାକୁ ଗଲେ ସୌମ୍ୟ ପଟ୍ଟନାୟକ ଖୋଲାଖୋଲି ଭାବେ କିଛି କହି ନଥିଲେ ମଧ୍ୟ ଦଳ ଉପରେ ଲାଗିଥିବା ଦାଗ ଅବା ଭବିଷ୍ୟତରେ ଦଳର ଛବି ଅଧିକ ଖରାପ ହେବା ନେଇ ସେ ଆଶଙ୍କା କରିଛନ୍ତି । କାରଣ ବିଜେଡି ସରକାର ଆସିବା ପରଠାରୁ ଯାବତୀୟ ଦୁର୍ନୀତିରେ ଛନ୍ଦି ହୋଇ ଥିବା ବେଳେ ନିକଟରେ ପରୀ ହତ୍ୟାକାଣ୍ଡକୁ ନେଇ ସରକାର ଅଧିକ ନିନ୍ଦିତ ହୋଇଛନ୍ତି। ତେଣୁ ଆଗକୁ ରାଜନୈତିକ ପଟ୍ଟପରିବର୍ତ୍ତନ ହେବାର ସମ୍ଭାବନା ଥିବାରୁ  ଦଳ ଯେମିତି ଅଧିକ ନିନ୍ଦିତ ନହୁଏ ସେଥିପାଇଁ ସୌମ୍ୟ ଆତ୍ମସମୀକ୍ଷାର ସମୟ ଆସିଛି ବୋଲି କହି ଆଜି ସତର୍କ କରାଇ ଦେଇଛନ୍ତି।  ପୂର୍ବରୁ କରୋନାରେ ଓଡ଼ିଶା ସରକାରଙ୍କ ପରିଚାଳନାକୁ ନେଇ ସନ୍ଦେହ କରିଥିଲେ ସୌମ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story