ସୋମବାରଠାରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ; ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ମାର୍ଚ୍ଚ ୫ରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ଆଜି ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅଧିବେଶନରେ କ’ଣ ରହିବ ବିଜେଡିର ରଣନୀତି, କେଉଁ କେଉଁ ପ୍ରସଙ୍ଗ ଉଠାଯିବ ସେ ନେଇ ଆଜି ବୈଠକରେ ଚୂଡ଼ାନ୍ତ ହେବ। ଜାନୁଆରୀ ୨୯ରେ  ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିଲା।  ୮ଟି ଅଧିବେଶନ ପରେ ଫେବୃୟାରୀ ୯ରେ ଗୃହକୁ ମୁଲତବି […]

bjD

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 08:16 AM IST

ଭୁବନେଶ୍ୱର: ମାର୍ଚ୍ଚ ୫ରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ଆଜି ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅଧିବେଶନରେ କ’ଣ ରହିବ ବିଜେଡିର ରଣନୀତି, କେଉଁ କେଉଁ ପ୍ରସଙ୍ଗ ଉଠାଯିବ ସେ ନେଇ ଆଜି ବୈଠକରେ ଚୂଡ଼ାନ୍ତ ହେବ।

ଜାନୁଆରୀ ୨୯ରେ  ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିଲା।  ୮ଟି ଅଧିବେଶନ ପରେ ଫେବୃୟାରୀ ୯ରେ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା।

ମାର୍ଚ୍ଚ ୫ରୁ ଆରମ୍ଭ ହେଉଥିବା ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ୨୩ଟି କାର୍ଯ୍ୟଦିବସ ରହିବ। ଏପ୍ରିଲ ୬ରେ ସଂସଦର ବଜେଟ୍‌ ଅଧିବେଶନ ସମାପ୍ତ ହେବ।

Related story