ସିଏଏକୁ ନେଇ ବିଜେପି ଯୋଗୁ ଅଶାନ୍ତି ହେଉଛି: ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସଂସଦରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଥିବା ବିଜେଡି ଏବେ ଦେଶରେ ସିଏଏ କାର୍ଯ୍ୟକାରିତାକୁ ନେଇ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛି। ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର ପକ୍ଷରୁ ଜାରି ରହିଥିବା ବିରୋଧ ଉପରେ ବିଜେଡି କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହିଁ। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସିଏଏକୁ ନେଇ ବିଜେପି […]

pinaki-mishra

Tapas Behera
  • Published: Sunday, 05 January 2020
  • , Updated: 05 January 2020, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସଂସଦରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଥିବା ବିଜେଡି ଏବେ ଦେଶରେ ସିଏଏ କାର୍ଯ୍ୟକାରିତାକୁ ନେଇ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛି। ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର ପକ୍ଷରୁ ଜାରି ରହିଥିବା ବିରୋଧ ଉପରେ ବିଜେଡି କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହିଁ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସିଏଏକୁ ନେଇ ବିଜେପି ଆଗରୁ ଜନସଚେତନତା କାର୍ଯ୍ୟକ୍ରମ କରିବାର ଥିଲା। ଏଭଳି ସଚେତନତା ନକରି ବିଜେପି ଯେପରି ଆଗେଇ ଚାଲିଛି ସେଥିପାଇଁ ସବୁ ସମସ୍ୟା ଦେଖାଦେଇଛି। ସଂସଦରେ ବିଜେଡି ସିଏଏକୁ ସମର୍ଥନ କରିଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏନଆରସିକୁ ଓଡ଼ିଶା ସମର୍ଥନ କରିବ ନାହିଁ। ଏନଆରସି ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସିଏଏ ଭାରତର ନାଗରିକଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ। ଏନଆରସି ସମସ୍ୟା ସୃଷ୍ଟି କରିବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ମନା କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ସିଏଏ ସମର୍ଥନରେ ଆଜିଠାରୁ ବିଜେପି ରାଜ୍ୟରେ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ମହାକାଳପଡ଼ାରେ ବିଶାଳ ବିସ୍ଥାପନ ସମାବେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଯାହାକି ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ଚାଲିବ ଓ ବିଜେପି ରାଜ୍ୟରେ ଏକ କୋଟି ପରିବାର ପାଖରେ ପହଞ୍ôଛବାକୁ ଲକ୍ଷ୍ୟ ରଖିଛି।

Related story