ଶେଷରେ ରଥଯାତ୍ରାକୁ ନେଇ ମୁହଁ ଖୋଲିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚଳିତବର୍ଷ ରଥଯାତ୍ରା ବନ୍ଦ କରାଯିବା ପ୍ରସଙ୍ଗରେ ଗତକାଲି ନିରବ ଥିବା ବିଜେଡି ଶେଷରେ ମୁହଁ ଖୋଲିଛି। ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ। ରଥଯାତ୍ରା ବନ୍ଦ ନେଇ କୌଣସି ଷଡ଼ଯନ୍ତ୍ର ହୋଇନାହିଁ। ରଥଯାତ୍ରା ହେବା ପାଇଁ ଦାବି କରୁଥିବା […]

pramila

Manoranjan Sial
  • Published: Friday, 19 June 2020
  • , Updated: 19 June 2020, 07:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚଳିତବର୍ଷ ରଥଯାତ୍ରା ବନ୍ଦ କରାଯିବା ପ୍ରସଙ୍ଗରେ ଗତକାଲି ନିରବ ଥିବା ବିଜେଡି ଶେଷରେ ମୁହଁ ଖୋଲିଛି। ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ।

ରଥଯାତ୍ରା ବନ୍ଦ ନେଇ କୌଣସି ଷଡ଼ଯନ୍ତ୍ର ହୋଇନାହିଁ। ରଥଯାତ୍ରା ହେବା ପାଇଁ ଦାବି କରୁଥିବା ଲୋକେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ରହିବେ କି? କରୋନା ରୋଗ ବ୍ୟାପିବ ନାହିଁ ବୋଲି ସେମାନେ ଗ୍ୟାରେଣ୍ଟି ଦେବେ କି? ତେଣୁ ମହାମାରୀ ଓ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ପାଳନ କରାଯିବ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ମଧ୍ୟରେ ବହୁତ ଫରକ ରହିଛି। ସ୍ନାନଯାତ୍ରା ମନ୍ଦିର ଭିତରେ ହୁଏ ଓ ରଥଯାତ୍ରା ସମ୍ପୂର୍ଣ୍ଣ ବାହାରେ ହୋଇଥାଏ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବିଜେଡି ଗତକାଲି କୌଣସି ମତାମତ ଦେବାକୁ ମନା କରିଦେଇଥିଲା। ରଥଯାତ୍ରା ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଘେରରେ ଥିବା ନେଇ ବିରୋଧୀ ଦଳ ଓ ଜଗନ୍ନାଥପ୍ରେମୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଅସ୍ତରଙ୍ଗ ଅଞ୍ଚଳର ଲକ୍ଷ୍ମୀଧର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତାମିଲନାଡୁର ଜଲିକଟ୍ଟୁ ଭଳି ଅଧ୍ୟାଦେଶ ଆଣି ରଥଯାତ୍ରା କରିବା ନିମନ୍ତେ ଅନୁରୋଧ କରିଛନ୍ତି। ସେ ଏହି ଚିଠିର ନକଲ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପଠାଇଛନ୍ତି।

Related story