ବିଜେଡି ପ୍ରତିଷ୍ଠା ଉତ୍ସବ: ଉପସ୍ଥିତ ନ ଥିଲେ ବିଏମସି ମେୟର

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଧୂମଧାମରେ ଏହା ପାଳନ କରାଯାଇଥିଲା। ରାଜଧାନୀରେ ଆୟୋଜିତ ଉତ୍ସବରେ ୩ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି ଓ ସୂର୍ଯ୍ୟନାରାୟଣ ପାତ୍ର  ଏବଂ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦେଖିବାକୁ ମିଳି […]

bjd

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 06:44 PM IST

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଧୂମଧାମରେ ଏହା ପାଳନ କରାଯାଇଥିଲା। ରାଜଧାନୀରେ ଆୟୋଜିତ ଉତ୍ସବରେ ୩ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି ଓ ସୂର୍ଯ୍ୟନାରାୟଣ ପାତ୍ର  ଏବଂ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ଏବେ ରାଜଧାନୀ ରାଜନୀତି ବେଶ ସରଗରମ ରହିଛି।

ତେବେ ନିଜ ଅନୁପସ୍ଥିତି ନେଇ ମେୟର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ମୋ ମାଆଙ୍କ ଦେହ ଭଲ ନ ଥିବାରୁ ମୁଁ ଉତ୍ସବକୁ ଯାଇପାରି ନ ଥିଲି। ଏ ନେଇ ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ସହ କଥା ମଧ୍ୟ ହୋଇଛି।”

ସେ ଆହୁରି କହିଛନ୍ତି,“ବିବାଦୀୟ ସିଡି ଓ ରିଷି ମୃତ୍ୟୁ ମାମଲାରେ ମୁଁ ଆଇନର ଆଶ୍ରୟ ନେଇଛି। ମୋର ଦୃଢ଼ ବିଶ୍ୱାସ ସତ୍ୟର ଜୟ ହେବ।”

Related story