ବିଧାନସଭାରେ ମହିଳା ପ୍ରତିନିଧିତ୍ୱରେ ଓଡ଼ିଶା ଅଷ୍ଟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଥିବା ବିଜେଡି ଏବେ ପ୍ରାୟ ୨ବର୍ଷ ପରେ ପୁଣିଥରେ ମହିଳାଙ୍କୁ ସଂରକ୍ଷଣ କଥା ଉଠାଇଛି। ଦଳର ୨୪ତମ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେଡିର ଭବିଷ୍ୟତ କାର୍ଯ୍ୟପନ୍ଥା ବଦଳରେ ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗକୁୁ ବିଜେଡି ଏକ ଆନ୍ଦୋଳନର ରୂପ ଦେବ ବୋଲି କହିବା ପରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ରାଜ୍ୟରେ ମହିଳା […]

bjd-odisha

bjd-odisha

Manoranjan Sial
  • Published: Saturday, 26 December 2020
  • Updated: 26 December 2020, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଥିବା ବିଜେଡି ଏବେ ପ୍ରାୟ ୨ବର୍ଷ ପରେ ପୁଣିଥରେ ମହିଳାଙ୍କୁ ସଂରକ୍ଷଣ କଥା ଉଠାଇଛି। ଦଳର ୨୪ତମ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେଡିର ଭବିଷ୍ୟତ କାର୍ଯ୍ୟପନ୍ଥା ବଦଳରେ ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗକୁୁ ବିଜେଡି ଏକ ଆନ୍ଦୋଳନର ରୂପ ଦେବ ବୋଲି କହିବା ପରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ରାଜ୍ୟରେ ମହିଳା ଓ ନାବାଳିକା ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାବେଳେ ମହିଳାଙ୍କ ହକ୍ ସପକ୍ଷରେ ବିଜେଡି ସୁପ୍ରିମୋ ଆନ୍ଦୋଳନ ପାଇଁ ସଜବାଜ ହେବା ନିମନ୍ତେ ଦଳୀୟ କର୍ମୀଙ୍କୁ ସନ୍ଦେଶ ଦେବାକୁ ପଛାଇ ନାହାନ୍ତି। ଯଦିଓ ବିଜେଡି ଉଭୟ ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରୁଛି ତଥାପି ବିଧାନସଭାରେ ମହିଳାଙ୍କୁ ପ୍ରତିନିଧିତ୍ୱ ଦେବାରେ ଓଡ଼ିଶା ଏବେ ଅଷ୍ଟମ ସ୍ଥାନରେ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ମହିଳା ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ କରିଥିବା ୩୩% ସଂରକ୍ଷଣ ବ୍ୟବସ୍ଥା ଓ ତାଙ୍କ ସରକାର ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା କଥା କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା। ଏବେ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ନିମନ୍ତେ ସଂରକ୍ଷଣ ପାଇଁ ବିଜେଡି ଲଢ଼େଇ କରୁଛି। ଆଗାମୀ ଦିନରେ ପ୍ରତ୍ୟେକସ୍ତରରେ ଏହି ପ୍ରସଙ୍ଗ ଉଠାଇ ଏହାକୁ ଆନ୍ଦୋଳନର ରୂପ ଦେବ ବୋଲି କହିବା ସହ ଜାତୀୟ ଦଳଗୁଡ଼ିକ ନିର୍ବାଚନବେଳେ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପରବର୍ତ୍ତୀ ସମୟରେ ଭୁଲି ଯାଉଛନ୍ତି କହି କଟାକ୍ଷ ମଧ୍ୟ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ସାଧାରଣ ନିର୍ବାଚନ ସରିବାର ପ୍ରାୟ ଦେଢ଼ବର୍ଷରୁ ଅଧିକ ସମୟ ଧରି ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଚୁପ୍ ଥିବା ବିଜେଡି ଅଚାନକ ପୁଣିଥରେ ମହିଳା କାର୍ଡ ଖେଳିଲା କାହିଁକି? ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ୨୦୧୮ ନଭେମ୍ବର ୨୦ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ଗୃହୀତ କରିଥିବା ଶାସକ ବିଜେଡି ୨୦୧୯ ମାର୍ଚ୍ଚ ମାସରେ ସମାନ ପ୍ରସଙ୍ଗରେ ବିଭିନ୍ନ ରାଜନୀତିକ ଦଳର ମୁଖ୍ୟଙ୍କୁ ଭେଟି ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ପ୍ରବର୍ତ୍ତାଇବା ଓ ନିଜେ ନବୀନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗକୁ ଜାତୀୟସ୍ତରକୁ ନେଇଥିଲେ।

ରାଜନୀତିକ ବିଶ୍ଲେଷକଙ୍କ ମତରେ ରାଜ୍ୟରେ ମହିଳା ଓ ନାବାଳିକା ନିର୍ଯାତନାକୁ ନେଇ ପ୍ରତିକୂଳାତ୍ମକ ରିପୋର୍ଟ ବିଜେଡି ସରକାର ଓ ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ତା’ଛଡ଼ା ବିଜେପି ଏବେ ପରୀ ପ୍ରସଙ୍ଗକୁ ଯେଭଳି ଭାବେ ମାସାଧିକ କାଳ ଧରି ରଖିଛି ଓ ଆଗାମୀ ଦିନରେ ନାବାଳିକା ନିଖୋଜ ପ୍ରସଙ୍ଗକୁ ନେଇ ଗାଁ ଗାଁରେ ଆନ୍ଦୋଳନ କରିବାକୁ ଧମକ ଦେଇଛି ତାକୁ ପ୍ରତିହତ କରିବା ନିମନ୍ତେ ବିଜେଡି ପୁଣିଥରେ ମହିଳା କାର୍ଡ ଖେଳିଛି। ଯଦିଓ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଏଭଳି କରିଥିବା ଅନ୍ୟ କେତେକ ମତ ଦେଉଛନ୍ତି ମାତ୍ର ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ବିଜେଡି ପୂର୍ବରୁ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେଇସାରିଥିବାରୁ ଏବେ ସେହି କାର୍ଡ ଖେଳିବା ବିଶେଷ ଗୁରୁତ୍ୱ ବହନ କରୁନି। ତା’ଛଡ଼ା ରାଜ୍ୟର ୮୦ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଭୁକ୍ତ କରି କ୍ଷମତାସୀନ ବିଜେଡି ଏହାକୁ ନିଜର ଭୋଟବ୍ୟାଙ୍କ ଭାବେ ବିବେଚନା କରୁଛି। କିନ୍ତୁ ବିଜେପି ଏବେ ସେଥିରେ ଛିଦ୍ର କରିବାରେ ଲାଗିଲାଣି।

ସେହିପରି ଓଡ଼ିଶା ବିଧାନସଭାରେ ଏବେ ମହିଳା ବିଧାୟିକାଙ୍କ ସଂଖ୍ୟା ୧୫ ଥିବାବେଳେ ସେଥିରେ ବିଜେପିର ଜଣେ ସଦସ୍ୟ ଓ ବାକି ସମସ୍ତେ ବିଜେଡିର। ବିଧାନସଭାରେ ମୋଟ ଆସନର ୧୦.୨ ପ୍ରତିଶତ ମହିଳା ପ୍ରତିନିଧି ହୋଇଥିବାବେଳେ ହରିଆଣା ଓ ଛତିଶଗଡ଼ରେ ସର୍ବାଧିକ ୧୪.୪୪%, ପଶ୍ଚିମବଙ୍ଗରେ ୧୩.୬%, ବିହାରରେ ୧୧.୯୩%, ରାଜସ୍ଥାନରେ ୧୧.୫୦%. ଆନ୍ଧ୍ରପ୍ରଦେଶରେ ୧୧.୪୨% , ଦିଲ୍ଲୀରେ ୧୧.୪୦% ଓ ଝାଡ଼ଖଣ୍ଡରେ ୧୧.୧୧ ପ୍ରତିଶତ ମହିଳା ବିଧାୟିକା ଅଛନ୍ତି।

ଦୀର୍ଘ ୨୦ବର୍ଷ ଧରି କ୍ରମାଗତ କ୍ଷମତାରେ ଥିବା ବିଜେଡି ଏବେ ମହିଳା କାର୍ଡ ଖେଳୁଥିଲେ ମଧ୍ୟ ମହିଳାଙ୍କୁ ବିଧାନସଭାରେ ପ୍ରତିନିଧିତ୍ୱ କରିବାର ଆଖିଦୃଶିଆ ସୁଯୋଗ ଦେବାରେ ବିଫଳ ହୋଇଛି। ଏବେ ସରକାରର ମହିଳା ଓ ନାବାଳିକା ହିଂସାବୃଦ୍ଧି ଯୋଗୁ ବଢ଼ୁଥିବା ପ୍ରତିକୂଳ ଛବିକୁ ସୁଧାରିବା ପାଇଁ ମହିଳା କାର୍ଡ ଖେଳିଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story