ଆଗରେ ସୁଲୋଚନା, ପଛରେ ସୁନୀତି; କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ଦେଖିବ ମହିଳା ମେୟର । ଏହି ଆସନ ହାତେଇବାକୁ ବିଜେଡି, ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ପଛରେ ପଡ଼ି ଯାଇଛି କଂଗ୍ରେସ । ବିଜେଡିରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ୧୧,୩୧୨ ଭୋଟରେ ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡୁ ୭୦୫୮ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।  ହେଲେ କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ […]

sulochana-&-suniti

Niharika Rout
  • Published: Saturday, 26 March 2022
  • , Updated: 26 March 2022, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ଦେଖିବ ମହିଳା ମେୟର । ଏହି ଆସନ ହାତେଇବାକୁ ବିଜେଡି, ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ପଛରେ ପଡ଼ି ଯାଇଛି କଂଗ୍ରେସ ।

ବିଜେଡିରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ୧୧,୩୧୨ ଭୋଟରେ ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡୁ ୭୦୫୮ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।  ହେଲେ କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୪୩୪ ଭୋଟ ସହ ପଛରେ ପଡ଼ି ଯାଇଛନ୍ତି।

ଗତକାଲି ସନ୍ଧ୍ୟାରେ ବିଜେବି କଲେଜ ସାମ୍ନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରଠୁ ଆଜି ସକାଳେ ବି ଉତ୍ତେଜନା ଥମିବା ନାଁ ଧରୁ ନ ଥିଲା। ତେଣୁ ଅନ୍ୟ ସ୍ଥାନରେ ସକାଳ ୮ଟା ସୁଦ୍ଧା ଗଣତି ଆରମ୍ଭ ହୋଇଥିବା ବେଳେ  ଭୁବନେଶ୍ୱର ବିଜେବି କଲେଜରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ୧୦ଟାରେ ଆରମ୍ଭ ହୋଇଛି ଗଣତି । ତେଣୁ ଫଳାଫଳ ବାହାରିବାରେ ସାମାନ୍ୟ ବିଳମ୍ବ ହେବ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗରୁମ୍‌ରେ କିଛି ବ୍ୟକ୍ତି ଫେକ ଆଇକାର୍ଡ ଦେଖାଇ ପ୍ରବେଶ କରିଥିଲେ ।   କ୍ଷିପ୍ର ବେଗରେ  ଏହି ଖବର ବ୍ୟାପି ଯିବା ପରେ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଜମିଥିଲା ଭିଡ଼ ।  ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାସହ ସିସିଟିଭି ରେକର୍ଡିଂ ଠିକ ଭାବେ ହେଉନଥିବା ଲୋକ ଅଭିଯୋଗ କରିଥିଲେ । ଏହାପରେ ସେହି ବ୍ୟକ୍ତିମାନଙ୍କୁ ଲୋକେ ଆକ୍ରମଣ କରିଥିଲେ ।

ପୋଲିସ ଯେତେ ବୁଝା ସୁଝା କରିଥିଲେ ବି ଲୋକେ ବୁଝି ନଥିଲେ । ଫଳରେ ବାଧ୍ୟ ହୋଇ ପୋଲିସ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଲାଠି ଚାର୍ଜ କରିଥିଲା   ଲୋକଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ରାତି ତମାମ ସେଠାରେ ଉତ୍ତେଜନା ଲାଗି ରହିଥିଲା । ଲୋକଙ୍କୁ ବୁଝାଇବାକୁ ଏଡିଏମ୍ ଏବଂ ପୋଲିସ ଅଧିକାରୀ ଉଦ୍ୟମ କରି ବିଫଳ ହୋଇଥିଲେ । ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

ଏହି ଘଟଣା ପାଇଁ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୁଲିସ୍‌ ବିଭାଗକୁ ସୋଶାଲ ମିଡିଆ ୟୁଜର କଡ଼ା ସମାଲୋଚନା କରୁଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିବା ସହ ଫଳଫଳ ବଦଳିବା ଆଶଙ୍କା କରିଛି ।

Related story