ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ମାଧବ ସର୍ଦ୍ଦାର ଓ ଶତାଧିକ କର୍ମୀ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ କେନ୍ଦୁଝର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କ ସହ ଶତାଧିକ କର୍ମୀ ବିଜେଡିରେ ମିଶିଛନ୍ତି। ଆଜି ସେମାନେ ନବୀନ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମାଧବ ସର୍ଦ୍ଦାର ଜଣେ ଲୋକପ୍ରିୟ ନେତା ହୋଇଥିବାରୁ କେନ୍ଦୁଝରରେ ବିଜେଡି ସଂଗଠନ ଅଧିକ ସଦୃଢ଼ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି। ମାଧବ […]

bjd

Rakesh Mallick
  • Published: Wednesday, 30 December 2015
  • , Updated: 30 December 2015, 07:48 AM IST

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ କେନ୍ଦୁଝର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କ ସହ ଶତାଧିକ କର୍ମୀ ବିଜେଡିରେ ମିଶିଛନ୍ତି। ଆଜି ସେମାନେ ନବୀନ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

ମାଧବ ସର୍ଦ୍ଦାର ଜଣେ ଲୋକପ୍ରିୟ ନେତା ହୋଇଥିବାରୁ କେନ୍ଦୁଝରରେ ବିଜେଡି ସଂଗଠନ ଅଧିକ ସଦୃଢ଼ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।

ମାଧବ ସର୍ଦ୍ଦାର କହିଛନ୍ତି, ୧୯୯୨ ମସିହାଠାରୁ କଂଗ୍ରେସରେ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲି। ମୋ ନୀତି ଆଦର୍ଶ ବର୍ତ୍ତମାନ ଦଳୀୟ ନେତାଙ୍କୁ ସହ ଖାପ ଖୁଆଇଲା ନାହିଁ।  ତେଣୁ ଦଳ ଛାଡି ବିଜେଡିରେ ମିଶିଛି । ଏହି ଦଳରେ ରହି କେନ୍ଦୁଝରର ବିକାଶ ପାଇଁ କାମ କରିବି।

Related story