ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ୍‌ ପ୍ରସଙ୍ଗରେ ତାତିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ସ୍କାମ୍‌ ମାମଲାରେ ବିଜେଡିର ୨ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ ପଠାଇବା ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ଏନେଇ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ)କୁ ଟାର୍ଗେଟ୍ କରିଛି ବିଜେଡି। ଏକ ପ୍ରେସ୍‌ମିଟ୍‌ରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ନିଜର ମତ ରଖି ସିବିଆଇକୁ ତାଚ୍ଛଲ୍ୟ କରିଛନ୍ତି। କହିଛନ୍ତି ଅତନୁ ଓ ଅରୁଣଙ୍କ ପାଖେ ଏଯାଏ ସେମିତି କିଛି ନୋଟିସ୍‌ ପହଞ୍ଚିନି। […]

bb

bb

Tapas Behera
  • Published: Tuesday, 29 January 2019
  • Updated: 29 January 2019, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ସ୍କାମ୍‌ ମାମଲାରେ ବିଜେଡିର ୨ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ ପଠାଇବା ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ଏନେଇ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ)କୁ ଟାର୍ଗେଟ୍ କରିଛି ବିଜେଡି।

ଏକ ପ୍ରେସ୍‌ମିଟ୍‌ରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ନିଜର ମତ ରଖି ସିବିଆଇକୁ ତାଚ୍ଛଲ୍ୟ କରିଛନ୍ତି। କହିଛନ୍ତି ଅତନୁ ଓ ଅରୁଣଙ୍କ ପାଖେ ଏଯାଏ ସେମିତି କିଛି ନୋଟିସ୍‌ ପହଞ୍ଚିନି। ଗଣମାଧ୍ୟମ ପାଖରେ କିପରି ଏ ଖବର ପ୍ରଥମେ ପହଞ୍ଚିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ନୋଟିସ୍ ବୋଧେ ଡାକରେ ଆସୁଛି ବୋଲି ତାଚ୍ଛଲ୍ୟ କରି କହିଛନ୍ତି ସସ୍ମିତ ପାତ୍ର।

"ଏବେ ସିବିଆଇର ରାଜନୀତିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ବିଚାର କରିବେ" ବୋଲି ସସ୍ମିତ୍‌ କହିଛନ୍ତି।

ଏହି ଦୁଇ ନେତାଙ୍କୁ ମଧ୍ୟରୁ ଜଣଙ୍କୁ ୨୮ ଓ ଅନ୍ୟ ଜଣଙ୍କୁ ୩୦ରେ ହାଜର ପାଇଁ ନୋଟିସ୍ ହୋଇଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ଏନେଇ ANI ପକ୍ଷରୁ ଟ୍ୱିଟ୍‌ ମଧ୍ୟ କରାଯାଇଛି। ହେଲେ ୨୮ ତାରିଖରେ ସିବିଆଇରେ ଦୁଇଜଣଙ୍କ ମଧ୍ୟରୁ କେହି ହାଜର ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos