ସାଧାରଣ ନିର୍ବାଚନ ବେଳେ ବିଜେଡି ସର୍ବାଧିକ ଟଙ୍କା ଆୟ କରିଛି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜନୀତିକ ଦଳ ମାନେ ନିର୍ବାଚନ ବଣ୍ଡ ଓ ଅନ୍ୟାନ୍ୟ ମାଧ୍ୟମରେ ଚାନ୍ଦା ଆଦାୟ କରିଛନ୍ତି। ଦେଶର ୨୫ଟି ଦଳ ୨୦୧୮-୧୯ ଆର୍ଥିକ ବର୍ଷ ଆୟର ରିପୋର୍ଟ ଦାଖଲ କରିଥିବାବେଳେ ୩୫ଟି ଦଳ ଆୟର ରିପୋର୍ଟ ଦାଖଲ କରିନାହାନ୍ତି। ଅକ୍ଚୋବର ୩୧ ଯାଏ ଦେଶର ସମସ୍ତ ନିର୍ବାଚନ ଦଳ ମାନଙ୍କୁ ୨୦୧୯-୧୯ ଆର୍ଥିକ ବର୍ଷର ଆୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ତେବେ ଏହି ୨୨ଟି ରାଜନୀତିକ ଦଳ […]

bjd-1..

bjd-1..

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 11:47 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜନୀତିକ ଦଳ ମାନେ ନିର୍ବାଚନ ବଣ୍ଡ ଓ ଅନ୍ୟାନ୍ୟ ମାଧ୍ୟମରେ ଚାନ୍ଦା ଆଦାୟ କରିଛନ୍ତି। ଦେଶର ୨୫ଟି ଦଳ ୨୦୧୮-୧୯ ଆର୍ଥିକ ବର୍ଷ ଆୟର ରିପୋର୍ଟ ଦାଖଲ କରିଥିବାବେଳେ ୩୫ଟି ଦଳ ଆୟର ରିପୋର୍ଟ ଦାଖଲ କରିନାହାନ୍ତି। ଅକ୍ଚୋବର ୩୧ ଯାଏ ଦେଶର ସମସ୍ତ ନିର୍ବାଚନ ଦଳ ମାନଙ୍କୁ ୨୦୧୯-୧୯ ଆର୍ଥିକ ବର୍ଷର ଆୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ତେବେ ଏହି ୨୨ଟି ରାଜନୀତିକ ଦଳ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ଆୟର ୫୦ ପ୍ରତିଶତ ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆୟ କରିଛନ୍ତି।

ଅକ୍ଚୋବର ୩୧ ସୁଦ୍ଧା ୩ ଜାତୀୟ ଦଳ ତୃଣମୂଳ କଂଗ୍ରେସ, ସିପିଆଇ (ଏମ) ଏବଂ ବହୁଜନ ସମାଜ ପାର୍ଟି ଆୟର ରିପୋର୍ଟ ଦାଖଲ କରିଥିବା ବେଳେ ଆଞ୍ଚଳିକ ଦଳ ମଧ୍ୟରେ ବିଜୁ ଜନତା ଦଳ ସମେତ ୨୨ଟି ଦଳ ମଧ୍ୟ ଆୟ ରିପୋର୍ଟ ଦାଖଲ କରିଛନ୍ତି।

ହେଲେ ବିଜେପି, କଂଗ୍ରେସ, ଏନସିପି, ସିପିଆଇ, ଡିଏମକେ, ଆରଜେଡି, ଏସଏଚଏସ, ଟିଡିପି, ଏଆଇଏମଆଇଏମ, ଏଆଇଏଫବି ଇତ୍ୟାଦି ଦଳ ବାର୍ଷିକ ଆୟ ରିପୋର୍ଟ ଦାଖଲ କରିନଥିବା ସୂଚନା ରହିଛି। ଆସୋସିଏସନ ଅଫ୍ ଡେମୋକ୍ରାଟିକ ରିଫୋର୍ମସ (ଏଡିଆର) ଏହି ରିପୋର୍ଟ ପ୍ରକାଶ କରିଛି।

୨୨ଟି ଆଞ୍ଚଳିକ ଦଳ ୨୦୧୮-୧୯ରେ ମୋଟ୍ ୧, ୧୬୩.୧୭ କୋଟି ଟଙ୍କା ଆୟ କରିଛନ୍ତି। ଏହି ଦଳ ମାନଙ୍କ ମଧ୍ୟରୁ ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ସର୍ବାଧିକ ୨୪୯.୩୧ କୋଟି ଟଙ୍କା ଆୟ କରିଛି। ସେହିପରି ଜାତୀୟ ଦଳ ତୃଣମୂଳ କଂଗ୍ରେସ ତଥା ପଶ୍ଚିମବଙ୍ଗର ଶାସକ ଦଳ ୧୯୨.୬୫ କୋଟି, ତେଲେଙ୍ଗାନାର ଶାସକ ଦଳ ଟିଆରଏସ ୧୮୮.୭୧ କୋଟି ଆୟ କରିଥିବା ଜଣାପଡିଛି। ଏହି ତିନି ଦଳ ନିଜ ନିଜ ରାଜ୍ୟରେ ଶାସନ ଗାଦିରେ ରହିଛନ୍ତି। ଏମାନେ ମୋଟ୍ ୨୨ଟି ଦଳର ଆୟର ୫୪.୨୨ ପ୍ରତିଶତ ଆୟ କରିଛନ୍ତି। ଅର୍ଥାତ୍ ୧, ୧୬୩. ୧୭ କୋଟିରୁ ୬୩୦.୬୭ କୋଟି ଟଙ୍କା ତିନି ଦଳ ଆୟ କରିଛନ୍ତି।

ଅକ୍ଚୋବର ୩୧ ସୁଦ୍ଧା ଆୟ ରିପୋର୍ଟ ଦାଖଲ କରିଥିବା ମୋଟ୍ ୨୫ଟି ଦଳ ମଧ୍ୟରୁ ୧୭ଟି ଦଳ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଆୟ ଅଧିକ କରିଛନ୍ତି। ହେଲେ ୬ଟି ଦଳ ୨୦୧୮-୧୯ରେ ପୂର୍ବ ବର୍ଷ ତୁଳନାରେ କମ୍ ଆୟ କରିଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି।

୨୦୧୭-୧୮ରେ ବିଜେଡି ୧୪.୧୧୬ କୋଟି ଆୟ କରିଥିବା ବେଳେ ୨୦୧୮-୧୯ରେ ୨୪୯.୩୧ କୋଟି ଆୟ କରିଥିବା ଏଡିଆର କହିଛି। ସେହିପରି ତୃଣମୂଳ କଂଗ୍ରେସ ୨୦୧୭-୧୮ରେ ୫.୧୭ କୋଟି ଆୟ କରିଥିବା ବେଳେ ୨୦୧୮-୧୯ରେ ୧୯୨.୬୫ କୋଟି ଆୟ କରିଛି। ଟିଆରଏସ ୨୦୧୭-୧୮ରେ ୨୨.୨୭ କୋଟି ଆୟ କରିଥିବା ବେଳେ ୨୦୧୮-୧୯ରେ ୧୮୮.୭୧ କୋଟି, ଓ୍ୱାଇଏସଆର କଂଗ୍ରେସ ୨୦୧୭-୧୮ରେ ୧୪.୨୩୯ କୋଟି ଆୟ କରିଥିବା ବେଳେ ୨୦୧୮-୧୯ରେ ୧୮୧.୦୯ କୋଟି ଏବଂ ସିପିଏମ ୨୦୧୭-୧୮ରେ ୧୦୪.୮୪ କୋଟି ଆୟ କରିଥିବାବେଳେ ୨୦୧୮-୧୯ରେ ୧୦୦.୯୬ କୋଟି ଆୟ କରିଥିବା ଜଣାପଡ଼ିଛି।

ତେବେ ୨୦୧୮-୧୯ରେ ଏହି ୨୨ଟି ଆଞ୍ଚଳିକ ଦଳ ମିଶି ୪୪୨.୭୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ରହିଛି। ଖର୍ଚ୍ଚ କରିବାରେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ୮୭. ୬୮୪ କୋଟି ସହ ସର୍ବାଧିକ ରହିଛି। ସେହିପରି ସିପିଏମ ୭୬.୧୫୦ କୋଟି ଏବଂ ସମାଜବାଦୀ ପାର୍ଟି ୫୦.୯୨ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଜୁ ଜନତା ଦଳ ମାତ୍ର ୫୦.୫୭ କୋଟି, ତୃଣମୂଳ କଂଗ୍ରେସ ୧୧.୫୦ କୋଟି ଖର୍ଚ୍ଚ କରିଥିବା ଏଡିଆର କହିଛି। ଆଞ୍ଚଳିକ ଦଳ ମାନଙ୍କ ମଧ୍ୟରେ ବିଜେଡ଼ି ଆୟରେ ଅଧିକ ରହିଥିବା ବେଳେ ଖର୍ଚ୍ଚ ବେଳେ କଞ୍ଜୁସି କରିଥିବା ଦେଖିବାକୁ ମିଳିଛି।

ଏହି ସମସ୍ତ ଦଳ ମାନେ ମୋଟ୍ ଆୟର ୫୦ ପ୍ରତିଶତ ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆୟ କରିଛନ୍ତି। ତୃଣମୂଳ କଂଗ୍ରେସ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୯୭. ୨୮ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଛି। ସେହିପରି ୨୨ ଆଞ୍ଚଳିକ ଦଳମାନେ ମୋଟ୍ ୪୯୦.୫୯ କୋଟି ନିର୍ବାଚନ ବଣ୍ଡ ମାଧ୍ୟମରେ ଆୟ କରିଛନ୍ତି। ହେଲେ ଏହି ଆଞ୍ଚଳିକ ଦଳମାନଙ୍କ ମଧ୍ୟରୁ ୫ ଦଳ ନିର୍ବାଚନୀ ବଣ୍ଡ ମାଧ୍ୟମରେ କେତେ ଟଙ୍କା ଆୟ କରିଛନ୍ତି ତାର ହିସାବ ଦେଇଥିବା ସୂଚନା ରହିଛି। ବିଜେଡି କେତେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos