ମିଛ କହିଥିଲେ, ଏବେ କଥା ବଦଳାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀଙ୍କୁ ସହଯୋଗ ପ୍ରସଙ୍ଗରେ ବିଜେଡି ମନ୍ତବ୍ୟ ଦେବାର କିଛି ଘଣ୍ଟା ନପୁରୁଣୁ ସେଥିରେ ସଂଶୋଧନ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସମର୍ଥନ ଲୋଡ଼ିଛନ୍ତି। ତେବେ ସେ ସକାଳେ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ସଂଶୋଧନ […]

bjd

bjd

Ordigital Desk
  • Published: Tuesday, 07 August 2018
  • Updated: 07 August 2018, 05:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀଙ୍କୁ ସହଯୋଗ ପ୍ରସଙ୍ଗରେ ବିଜେଡି ମନ୍ତବ୍ୟ ଦେବାର କିଛି ଘଣ୍ଟା ନପୁରୁଣୁ ସେଥିରେ ସଂଶୋଧନ କରିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସମର୍ଥନ ଲୋଡ଼ିଛନ୍ତି। ତେବେ ସେ ସକାଳେ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ସଂଶୋଧନ କରିଛନ୍ତି।

ବିଜେଡିର ରାଷ୍ଟ୍ରପତି ପ୍ରାର୍ଥୀ ପିଏ ସାଙ୍ଗମାଙ୍କୁ ଜେଡିୟୁ ସେତେବେଳେ ସମର୍ଥନ କରିଥିବାରୁ ବିଜେଡି ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତି ନେବ ବୋଲି ଶ୍ରୀ ପାତ୍ର କହିଥିଲେ। ତେବେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ ଭାବେ ସମର୍ଥନ ଦେଲେ କାଳେ ରାଜନୀତିକ ଅଡ଼ୁଆ ସୃଷ୍ଟି ହେବ ସେହି ଭୟରେ ବିଜେଡି ଏଭଳି ଏକ ମିଛ ତଥ୍ୟକୁ ଗଣମାଧ୍ୟମରେ ଆଗରେ ରଖି ନିଜର ସମର୍ଥନର ଯଥାର୍ଥତାକୁ ଦର୍ଶାଇଥିଲା।

କିନ୍ତୁ ଜେଡିୟୁର ସାଙ୍ଗମାଙ୍କୁ ସମର୍ଥନ କଥା ମିଛ ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶ୍ରୀ ପାତ୍ର ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିନେଇଛନ୍ତି।

ତେବେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରସଙ୍ଗରେ ବିଜେପି ସଭାପତି ଅମିତ୍ ଶାହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିବା ଶ୍ରୀ ପାତ୍ର ସ୍ୱୀକାର କରିଛନ୍ତି । ଅର୍ଥାତ୍ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନର ଅସଲ ରହସ୍ୟ ପଦାରେ ପଡ଼ିଯାଇଛି।

ବିଜେଡି ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos