ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ରାଜଭବନ ସମ୍ମୁଖରେ ଦଳ ଧାରଣା ଦେବା ସହ ପ୍ରତିବାଦ ସଭା କରିଛି।
ଏହି ଆନ୍ଦୋଳନରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ ତୁରନ୍ତ ତୈଳ ଦର ହ୍ରାସ ଲାଗି ଦଳ ଦାବି କରିଛି।
ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି,“ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି।”
ଅନ୍ୟପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଆଗ ଅନ୍ତଃରାଷ୍ଟ୍ରୀୟ ବଜାରରେ ତେଲର ଦର କମୁ, ଡଲାର ତୁଳନାରେ ଭାରତୀୟ ମୁଦ୍ରା ବ୍ୟବସ୍ଥିତ ହେଉ। ଭାରତ ସରକାର ଏହି ସବୁ କାମରେ ଲାଗିଛି। ଆମେ ବିଗତ ଦିନରେ ଯେତେବେଳେ ଏକ୍ସସାଇଜ୍ ଡ୍ୟୁଟି କମେଇ ଥିଲୁ ରାଜ୍ୟର ଅର୍ଥ ମନ୍ତ୍ରୀ ବିତଣ୍ଡା ଯୁକ୍ତି କରିଥିଲେ ଯେ ତାଙ୍କର କ୍ଷତି ହୋଇଗଲା। ଦାୟିତ୍ୱହୀନ ଲୋକମାନଙ୍କ ମନ୍ତବ୍ୟ ଉପରେ ଟିପ୍ପଣୀ ଦେବାକୁ ମୁଁ ଉଚିତ୍ ମନେ କରୁନି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୭ ଓ ୨୮ତାରିଖ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ ଭୁବନେଶ୍ୱରରେ ଆୟୋଜିତ ହେବ। ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବ।
Weather
କମିବ ଶୀତ, ବଢ଼ିବ ତାପମାତ୍ରା; ହୋଇପାରେ ବର୍ଷା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଗାମୀ ୪୮ ଘଣ୍ଟା ଭିତରେ କୋରାପୁଟ ଓ କନ୍ଧମାଳରେ ଘନ କୁଡୁଡି ହେବାର ସମ୍ଭାବନା ରହିଛି।
Politics
ବିଜେଡିରୁ ଚାଲିଛି ଇସ୍ତଫାର ସୁଅ, ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷା
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ କୋରାପୁଟ, କଟକ ଓ ଯାଜପୁର ଜିଲ୍ଲାର ତୃଣମୂଳସ୍ତର ନେତାମାନେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
Miscellaneous
ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ।
Politics
ଡିଲ୍ ପଛରେ ଅଛି କି ଡିଲ୍, ବିଜୟ ପାଲଟିଲେ ବିଜେଡି ଅସନ୍ତୁଷ୍ଟଙ୍କ ସ୍ୱର?
ମହୋତ୍ସବରୁ ଫେରିବାର ପ୍ରାୟ ୩ଦିନ ପରେ ଗଣମାଧ୍ୟମକୁ ଡାକି କୁଟ୍ଟେ ଓ ଆଶୀଷ ସିଂ ଦିଲ୍ଲୀ ଯିବା ପଛରେ ଡିଲ୍ ହୋଇଥିବା ଅଭିଯୋଗ ଆଣିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ବି ମାଗିଛନ୍ତି ।