ବିଜେଡି ରଣନୀତି: ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ଅଲଗା ବସିଲା ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନ ପାଇଁ ବିଜେଡି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଛି। ଦଳ ପ୍ରଥମଥର ପାଇଁ ନିଜର ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଅଲଗା ବସାଇ ରଣନୀତି ପ୍ରସ୍ତୁତ କରିଛି। ଉଭୟ ଲୋକସଭା ଓ ରାଜ୍ୟସଭା ସଂସଦୀୟ ଦଳ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଭିଡିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ସାଂସଦମାନଙ୍କ ଏହି ବୈଠକରେ ବିଜେଡି ଚିରାଚରିତ ଢଙ୍ଗରେ […]

BJD-Flag

BJD-Flag

Manoranjan Sial
  • Published: Monday, 25 January 2021
  • Updated: 25 January 2021, 09:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନ ପାଇଁ ବିଜେଡି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଛି। ଦଳ ପ୍ରଥମଥର ପାଇଁ ନିଜର ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଅଲଗା ବସାଇ ରଣନୀତି ପ୍ରସ୍ତୁତ କରିଛି। ଉଭୟ ଲୋକସଭା ଓ ରାଜ୍ୟସଭା ସଂସଦୀୟ ଦଳ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଭିଡିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ସାଂସଦମାନଙ୍କ ଏହି ବୈଠକରେ ବିଜେଡି ଚିରାଚରିତ ଢଙ୍ଗରେ ପୁରୁଣା ପ୍ରସଙ୍ଗକୁ ସବୁ ଉତଥାପନ କରିବାକୁ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁସାରେ, ସଂସଦରେ ବିଜେଡି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ। ବିଶେଷକରି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ୍‌’ର ମାନ୍ୟତା, ରେଳବାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ପୁରୀରେ ଆନ୍ତଃର୍ଜାତିକ ବିମାନ ବନ୍ଦର ନିର୍ମାଣ, ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ, ଉପକୂଳ ରାଜପଥ ନିର୍ମାଣ, ‌କ୍ଲିନଏନର୍ଜି ସେସ୍ , କୋଇଲା ରୟାଲିଟି ବକେୟା ପ୍ରଦାନ, ବିଧାନ ପରିଷଦ ବିଲକୁ ମଞ୍ଜୁରୀ ସମେତ କୃଷି ବିଲ୍ ଆଦି ସମେତ ଅନେକ ପ୍ରସଙ୍ଗରେ ସଂସଦରେ ବିଜେଡି ସାଂସଦମାନେ ସ୍ୱର ଉତ୍ତୋଳନ କରିବା ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତ୍ତି ନେଇଛନ୍ତି।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଲୋକସଭା ସାଂସଦ ମହେଶ ସାହୁ କହିଛନ୍ତି ଯେ, ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗ ସଂସଦରେ ଉଠାଯିବ। ବିଶେଷକରି କୃଷି, ରେଳବାଇ, ଫୋକସ ଷ୍ଟେଟ୍ ପ୍ରସଙ୍ଗକୁ ବିଜେଡି ଉଠାଇବ। ସେହିପରି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ରେଳବାଇ ଓଡ଼ିଶାରେ ୩୦୦ଟି ଷ୍ଟପେଜକୁ ଇତିମଧ୍ୟରେ ବନ୍ଦ କରିଦେଇଛି। ଏସବୁକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ସଂସଦରେ ଦାବି କରାଯିବ। ତା’ଛଡ଼ା ଏକାଧିକ ରେଳବାଇ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦାବି ସମେତ ମହିଳା ସଶକ୍ତିକରଣ ନିମନ୍ତେ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ରାଜ୍ୟର ସମସ୍ତ ପଂଚାୟତରେ ବ୍ୟାଙ୍କିଂ ସୁବିଧା ଓ ଟେଲି ସାନ୍ଧ୍ରତା ଆଦି ପ୍ରସଙ୍ଗ ଉଠିବ। ଓଡ଼ିଶାକୁ କ୍ଲିନ୍ ଏନର୍ଜି ସେସ୍ ପ୍ରଦାନ ପାଇଁ ମଧ୍ୟ ବିଜେଡି ସାଂସଦମାନେ ଗୃହରେ ଦାବି ରଖିବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

ତେବେ ଦୀର୍ଘ ୨୦ବର୍ଷ ଧରି ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନେଇ ସଂସଦ ଅଧିବେଶନ ପୂର୍ବରୁ ବିଜେଡିର ସଂସଦୀୟ ଦଳ ବୈଠକ ବସୁଥିଲେ ମଧ୍ୟ ପ୍ରଥମଥର ପାଇଁ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ଅଲଗା ବସିଛି। ଦଳର ସାଂସଦମାନେ ଭୁବନେଶ୍ୱରରେ ଥିଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ସହ ସିଧାସଳଖ ବସି ଦଳୀୟ ରଣନୀତିକୁ ଚୂଡ଼ାନ୍ତ କରିବାର ସୁଯୋଗ ପାଇନାହାନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ସାଂସଦମାନେ ଏହି ବୈଠକରେ ଭାଗ ନେଇଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story