ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ଗୋଲକ ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ  

ବ୍ରହ୍ମପୁର: ବିଜେଡି ଯୁବ ନେତା ତଥା କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଷଡ଼ଯନ୍ତ୍ରକାରୀ ଦର୍ଶାଇ ବିଜେପି ନେତା ଗୋଲକ ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବ୍ରହ୍ମପୁର ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ବ୍ରହ୍ମପୁର ବସଷ୍ଟାଣ୍ଡ  ଛକରେ ଗୋଲକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏଥିରେ ବିଜେଡି କର୍ମୀ, ବିଜେଡିର ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତାଙ୍କ ସହ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ସାମିଲ  ହୋଇଥିଲେ। ଏହି ଅବସରରେ ଗୋଲକ ମହାପାତ୍ରଙ୍କ ଗିରଫ ଦାବି  କରିବା ସହ ଆଗାମୀ ଦିନରେ ତାଙ୍କୁ ଗଞ୍ଜାମରେ ବିରୋଧ କରାଯିବ ବୋଲି କହିଥିଲେ।