ବିଜେଡିର ନିର୍ବାଚନୀ ଖର୍ଚ୍ଚ ବିବରଣୀ: ବିଧାୟକଙ୍କୁ ୨୦ ଲକ୍ଷ, ସାଂସଦଙ୍କୁ ୫୦ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ସାଧାରଣ ନିର୍ବାଚନରେ ବିଜେଡି ନିଜର ଦଳୀୟ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ୩୯.୪୦କୋଟି ଟଙ୍କା ଦେଇଛି। ଦଳର ସମସ୍ତ ୧୪୭ ବିଧାୟକ ପ୍ରାର୍ଥୀ ଓ ୨୦ଜଣ ସାଂସଦ ପ୍ରାର୍ଥୀଙ୍କୁ ଏହି ଅର୍ଥ ଦିଆଯାଇଛି। ନିର୍ବାଚନ କମିଶନଙ୍କ ପାଖରେ ଦଳ ପକ୍ଷରୁ ଦାଖଲ ହୋଇଥିବା ଆଂଶିକ ଖର୍ଚ୍ଚ ବିବରଣୀରୁ ଏହା ଜଣାପଡ଼ିଛି। ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂଙ୍କ ଦସ୍ତଖତରେ ଗତ ଜୁଲାଇ ୨୯ତାରିଖରେ ଦାଖଲ ହୋଇଥିବା ଦଳର ଲୋକସଭା ଓ ବିଧାନସଭା ନିର୍ବାଚନୀ ଖର୍ଚ୍ଚର […]

11bjd-office

11bjd-office

Manoranjan Sial
  • Published: Wednesday, 07 August 2019
  • Updated: 07 August 2019, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ସାଧାରଣ ନିର୍ବାଚନରେ ବିଜେଡି ନିଜର ଦଳୀୟ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ୩୯.୪୦କୋଟି ଟଙ୍କା ଦେଇଛି। ଦଳର ସମସ୍ତ ୧୪୭ ବିଧାୟକ ପ୍ରାର୍ଥୀ ଓ ୨୦ଜଣ ସାଂସଦ ପ୍ରାର୍ଥୀଙ୍କୁ ଏହି ଅର୍ଥ ଦିଆଯାଇଛି। ନିର୍ବାଚନ କମିଶନଙ୍କ ପାଖରେ ଦଳ ପକ୍ଷରୁ ଦାଖଲ ହୋଇଥିବା ଆଂଶିକ ଖର୍ଚ୍ଚ ବିବରଣୀରୁ ଏହା ଜଣାପଡ଼ିଛି।

ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂଙ୍କ ଦସ୍ତଖତରେ ଗତ ଜୁଲାଇ ୨୯ତାରିଖରେ ଦାଖଲ ହୋଇଥିବା ଦଳର ଲୋକସଭା ଓ ବିଧାନସଭା ନିର୍ବାଚନୀ ଖର୍ଚ୍ଚର ବିବରଣୀର ଆଂଶିକ ରିପୋର୍ଟ ଅନୁସାରେ, ପ୍ରତ୍ୟେକ ବିଧାୟକ ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ଚେକ୍ , ଡିିମାଣ୍ଡ ଡ୍ରାଫ୍ଟ ଓ ଅନଲାଇନ୍ ଫଣ୍ଡ ଟ୍ରାନ୍ସଫର ମାଧ୍ୟମରେ ୨୦ଲକ୍ଷ ଟଙ୍କା ଲେଖାଏ ଦିଆଯାଇଥିଲା।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନ ପାଇଁ ୪୦ଲକ୍ଷ ଟଙ୍କା ନେଇଛନ୍ତି। ମୋଟ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରତ୍ୟେକ ଦଳୀୟ ପ୍ରାର୍ଥୀଙ୍କୁ ୨୦ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି ଓ ଯାହାର ମୋଟ ପରିମାଣ ୨୯.୪୦କୋଟି ଟଙ୍କା। ସେହିପରି ମୋଟ ୨୧ଟି ଲୋକସଭା ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲେ ମଧ୍ୟ କେବଳ ପୁରୀ ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ନିର୍ବାଚନ ଲଢ଼ିବା ପାଇଁ ଦଳଠୁ ଟଙ୍କାଟିଏ ନେଇନାହାନ୍ତି। ଅନ୍ୟ ସମସ୍ତ ୨୦ଜଣ ସାଂସଦ ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ୫୦ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି । ଯାହାର ମୋଟ ପରିମାଣ ୧୦କୋଟି ଟଙ୍କା।

ନିର୍ବାଚନ ଲଢ଼ିବା ପାଇଁ ମୋଟ ୧୬୭ଜଣ ବିଧାୟକ ଓ ସାଂସଦ ପ୍ରାର୍ଥୀ ଦଳଠୁ ପାଣ୍ଠି ନେଇଥିଲେ ବି କାହାରିକୁ ନଗଦ ଆକାରରେ ଟଙ୍କା ଦିଆଯାଇ ନଥିବା ଜଣାପଡ଼ିଛି। ଦଳର ଚାଟାର୍ର୍ଡ ଆକାଉଣ୍ଟାଣ୍ଟ ବିଭୂତି ଭୂଷଣ ସାହୁ ଏହି ଖର୍ଚ୍ଚ ବିବରଣୀ ପ୍ରସ୍ତୁତ କରିଛନ୍ତି। ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ଅନ୍ୟାନ୍ୟ ଖର୍ଚ୍ଚ ବିବରଣୀ ଦାଖଲ କରାଯିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ୯୦ଦିନ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦାଖଲ କରିବା ନିମନ୍ତେ ଜୁଲାଇ ୧୯ତାରିଖରେ ବିଜେଡିକୁ ଚିଠି ଲେଖି ନିର୍ବାଚନ କମିଶନ ସ୍ମରଣ କରାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story