ମୁଁ ବିଜେଡି ନେତା ନୁହେଁ, ଶୁଖୁଆ ବେପାରୀ, ଶୁଖୁଆ ବିକିବାକୁ ଆସିଛି!

ବାରିପଦା (ମାଣିକଲାଲ୍‌ ପାଣି): ମୁଁ ବିଜେଡି ନେତା ନୁହେଁ। ଜଣେ ଶୁଖୁଆ ବେପାରୀ। ଶୁଖୁଆ ବିକିବାକୁ ଆସିଛି। ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟିବାକୁ ଆସି ଗାଁ ଲୋକଙ୍କ ଆକ୍ରୋଶରେ ଶିକାର ହେବା ପରେ ଜଣେ ବିଜେଡି ନେତା ଏପରି କହିଥିବା ଅଭିଯୋଗ ହୋଇଛି। ପୂରା ଘଟଣା ଏମିତି। ବାରିପଦା ସହର ୨୦ ନମ୍ୱର ୱାର୍ଡ ଟିବି ହସ୍ପିଟାଲ ସାହିରେ ଜଣେ ବିଜେଡି ନେତା ଆଜି ଦିନ ଦି’ପହରରେ ଟଙ୍କା ବାଣ୍ଟୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଘେରି […]

BJD

Manoranjan Sial
  • Published: Wednesday, 23 March 2022
  • , Updated: 23 March 2022, 06:58 PM IST

ବାରିପଦା (ମାଣିକଲାଲ୍‌ ପାଣି): ମୁଁ ବିଜେଡି ନେତା ନୁହେଁ। ଜଣେ ଶୁଖୁଆ ବେପାରୀ। ଶୁଖୁଆ ବିକିବାକୁ ଆସିଛି। ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟିବାକୁ ଆସି ଗାଁ ଲୋକଙ୍କ ଆକ୍ରୋଶରେ ଶିକାର ହେବା ପରେ ଜଣେ ବିଜେଡି ନେତା ଏପରି କହିଥିବା ଅଭିଯୋଗ ହୋଇଛି।

ପୂରା ଘଟଣା ଏମିତି। ବାରିପଦା ସହର ୨୦ ନମ୍ୱର ୱାର୍ଡ ଟିବି ହସ୍ପିଟାଲ ସାହିରେ ଜଣେ ବିଜେଡି ନେତା ଆଜି ଦିନ ଦି’ପହରରେ ଟଙ୍କା ବାଣ୍ଟୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଘେରି ଯାଇ ବିରୋଧ କରିଥିଲେ। ଆଉ ତାଙ୍କୁ ଟଣାଓଟରା କରିଥିଲେ। ଏପରିକି ତାଙ୍କ ପକେଟରୁ ଖାଲି ୫୦୦ ଟଙ୍କିଆ ନୋଟ୍‌ ବାହାର କରିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବା ଦେଖି ବିଜେଡି ନେତା ଜଣକ ଶୁଖୁଆ ବିକ୍ରି କରିବାକୁ ଆସିଥିବା କହିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ବିଜେଡି ନେତାଙ୍କ ଟଙ୍କା ବଣ୍ଟାରକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହିଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ବିଜେଡି ନେତାଙ୍କ ଟଙ୍କା ବଣ୍ଟା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ତେବେ ଏନେଇ ହଟହଟା ହୋଇଥିବା ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

https://youtu.be/gt6PYqXGjeo

ମଙ୍ଗଳବାର ବିଳମ୍ୱିତ ରାତିରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଁରେ ଜଣେ ବିଜେଡି ପ୍ରାର୍ଥୀ ନିଜ ସ୍ୱାମୀ ଓ ସମର୍ଥକଙ୍କ ସହ ବୁଲୁ ଥିଲେ। ଟଙ୍କା ବାଣ୍ଟୁଥିବା ବେଳେ ସାହି ଲୋକେ ତାଙ୍କୁ ଘେରି ଯାଇ ଅଟକ ରଖିଥିଲେ। ରାତିରେ କାହିଁକି ଏଠାରେ ବୁଲୁଛ? କ’ଣ ପାଇଁ ଟଙ୍କା ବାଣ୍ଟିବା ପାଇଁ ଆସିଛ ବୋଲି ସାହି ଲୋକ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କ ଏପରି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Related story