ବିଜେଡିର ପ୍ରଶ୍ନ: ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା କେତେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି। ମାଆ, ଭଉଣୀଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ଏପରି ଅପପ୍ରଚାର କରୁଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଏହି ଅବସରରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଉଭୟ କେନ୍ଦ୍ର ସରକାର ଓ ବିଜେପିକୁ ସମାଲୋଚନା କରିବା ସହ ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା କେତେ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି-“ୟୁପି, ଗୁଜରାଟ, […]

pratap

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 05:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି। ମାଆ, ଭଉଣୀଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ଏପରି ଅପପ୍ରଚାର କରୁଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଏହି ଅବସରରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଉଭୟ କେନ୍ଦ୍ର ସରକାର ଓ ବିଜେପିକୁ ସମାଲୋଚନା କରିବା ସହ ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା କେତେ ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି-“ୟୁପି, ଗୁଜରାଟ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଅଙ୍ଗନବାଡ଼ି କର୍ମୀ କେତେ ଦରମା ପାଉଛନ୍ତି? ବିଜେପିର ଏହି ଅପପ୍ରଚାର ରଣନୀତି ସଫଳ ହେବାକୁ ଦିଆଯିବ ନାହିଁ। ବର୍ଦ୍ଧିତ ହାରରେ ଘୋଷଣା ହୋଇଥିବା ଦରମା ଅନୁସାରେ ୬ ହଜାର ଟଙ୍କାରୁ ରାଜ୍ୟ ସରକାର ୪ ହଜାର ୨ଶହ ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାର ମାତ୍ର ୧୮ଶହ ଟଙ୍କା ଦେଉଛନ୍ତି।”

Related story