ବିଜେପି ବିରୋଧରେ ବିଜେଡିର ରଣହୁଙ୍କାର: ଅସ୍ତ୍ର କଲା ମହାନଦୀକୁ
Ordigital Desk
• Published: Sunday, 22 April 2018
• , Updated: 22 April 2018, 08:24 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀକୁ ଅସ୍ତ୍ର କରି ବିଜେପି ବିରୋଧରେ ଲଢେଇ ପାଇଁ ବିଜେଡି ଦେଇଛି ରଣହୁଙ୍କାର। କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାର, ମହାନଦୀ ପାଣି ଅଟକାଉଥିବା କହି, ଗାଁ ଗାଁରେ ଏଇ ବାର୍ତ୍ତା ପହଞ୍ଚାଇବାକୁ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେଉଁଥିରୁ ୧୯ ନିର୍ବାଚନରେ ଦଳ, ମହାନଦୀକୁ ଯେ ପ୍ରମୁଖ ପ୍ରସଙ୍ଗ କରୁଛି, ତାହା ସ୍ପଷ୍ଟ ହୋଇଯାଇଛି। ବିଜେଡି ମୁଖ୍ୟାଳୟରେ ମହାନଦୀ ଦ୍ୱାରା ପ୍ରଭାବିତ ୧୫ଟି ଜିଲ୍ଲାର ଜନ ପ୍ରତିନିଧିଙ୍କୁ ନେଇ ଆୟୋଜିତ କର୍ମଶାଳାରେ ମହା ଲଢ଼େଇ ନେଇ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।
ମହାନଦୀ ଲଢ଼େଇରେ ପଲିଟିକାଲ୍ ଟୁଇଷ୍ଟ ଏହି ପ୍ରସଙ୍ଗରେ ବିଜେପିକୁ ସିଧାସଳଖ ନିଶାନା କରି ଲଢେଇକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାର କିଭଳି ମହାନଦୀ ପାଣିକୁ ବନ୍ଦ କରିଛନ୍ତି ସେ ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ ଜନ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ୧୯ ନିର୍ବାଚନରେ ମହାନଦୀ ହିଁ ବିଜେଡିର ଟ୍ରମ୍ପ କାର୍ଡ ହେବାକୁ ଯାଉଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଖାସ୍ ସେଥିପାଇଁ ମହାନଦୀ ପାଇଁ ମହାସଂଗ୍ରାମର ଡାକରା ଦେଇଛି ଦଳ।
ମହାନଦୀ ଲଢ଼େଇକୁ ତୀବ୍ରତର କରିବା ପାଇଁ ଛତିଶଗଡ଼ ଯାଇ ବ୍ୟାରେଜଗୁଡିକ ନିକଟରେ ଆନ୍ଦୋଳନ କରିବାକୁ କିଛି ନେତା ପ୍ରସ୍ତାବ ରଖିଥିଲେ। ସେପଟେ ମହାନଦୀ ମହାସଂଗ୍ରାମ କର୍ମଶାଳାଲେ ଦଳୀୟ ନେତାଙ୍କ ମଧ୍ୟରେ ଭିନ୍ନ ମତ ସାମ୍ନାକୁ ଆସିଥିଲା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହାନଦୀ ଆନ୍ଦୋଳନରୁ କେତେ ସଫଳତା ମିଳିଥିଲା, ଆଉ ସାନି ଆନ୍ଦୋଳନରୁ କି ଲାଭ ମିଳିବ ତାକୁ ନେଇ ପ୍ରଶ୍ନ ଉଠିଥିଲା।
ମହାନଦୀରେ ଜଳ ପ୍ରବାହ କମିଛି, ଧିରେ ଧିରେ ଶୁଷ୍କ ହେଉଛି ଜଳସେଚନଠୁ ଆରମ୍ଭ କରି ବିଦ୍ୟୁତ ଉତ୍ପଦାନ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦଳର ନେତମାନେ କହିଥିଲେ। ଏସବୁ ତଥ୍ୟ ସମ୍ବଳିତ ପୁସ୍ତିକା ବି ଆଜି ଉନ୍ମୋଚିତ ହୋଇଛି।
ସେପଟେ ମହାନଦୀ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମାଲୋଚନା କରିଛି ବିଜେପି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, “ପାଣି ପାଇଁ ନୁହେଁ, ବିଜେପି ସହ ଲଢିବାକୁ ନବୀନ ଆଜି ଆହ୍ୱାନ ଦେଇଛନ୍ତି। ଲୋକେ ନବୀନଙ୍କ ଅପାରଗତା ବୁଝିଗଲେଣି। ଏହା ବିଜେଡିର ସୁଆଙ୍ଗ।”
Related story