ଗାନ୍ଧି ଜୟନ୍ତୀରୁ ଗାଁ ଗାଁ ବୁଲି ମାସ୍କ ବାଣ୍ଟିବେ ବିଜେଡି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଗାନ୍ଧି ଜୟନ୍ତୀରୁ ଏକମାସ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନସଚେତନତା ଅଭିଯାନ ଆୟୋଜନ କରାଯିବ। ଦଳର ପ୍ରତ୍ୟେକ ବିଧାୟକ ପଂଚାୟତସ୍ତରରେ ଗାଁ ଲୋକଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ପ୍ରତି ସଚେତନ କରାଇବେ। ଏହାସହିତ କୋଭିଡ୍ ସଂକ୍ରମଣ ରୋକିବା ଦିଗରେ ଆବଶ୍ୟକ ଗାଇଡଲାଇନ୍ ପାଳନ ପାଇଁ ମଧ୍ୟ ଲୋକଙ୍କୁ ବୁଝାଇବେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ବିଧାୟକ,ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ […]

bjd

bjd

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଗାନ୍ଧି ଜୟନ୍ତୀରୁ ଏକମାସ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନସଚେତନତା ଅଭିଯାନ ଆୟୋଜନ କରାଯିବ। ଦଳର ପ୍ରତ୍ୟେକ ବିଧାୟକ ପଂଚାୟତସ୍ତରରେ ଗାଁ ଲୋକଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ପ୍ରତି ସଚେତନ କରାଇବେ। ଏହାସହିତ କୋଭିଡ୍ ସଂକ୍ରମଣ ରୋକିବା ଦିଗରେ ଆବଶ୍ୟକ ଗାଇଡଲାଇନ୍ ପାଳନ ପାଇଁ ମଧ୍ୟ ଲୋକଙ୍କୁ ବୁଝାଇବେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ବିଧାୟକ,ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ କର୍ମକର୍ତ୍ତା, ଦଳର ସମସ୍ତ ୱିଙ୍ଗର ମୁଖ୍ୟ, ନଗର ଓ ବ୍ଲକ ସଭାପତି ଓ ଜିଲ୍ଲା ପରିଷଦ ସଭାପତିମାନଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାସହିତ ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ କରି ଓଡ଼ିଶାବାସୀଙ୍କୁ ଠିକ୍ ସମୟରେ କରୋନା ଟୀକା ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମଧ୍ୟ ନବୀନ ନିଜର ଦଳୀୟ ପଦାଧିକାରୀଙ୍କୁ ଅବଗତ କରିଛନ୍ତି।

ବିଜେଡି ପ୍ରତିବର୍ଷ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ପଦଯାତ୍ରା ଅଭିଯାନ କରିଥାଏ। କିନ୍ତୁ ଚଳିତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସଚେତନତା ଅଭିଯାନ ଆୟୋଜନ କରିଛି। ଏ ସମ୍ପର୍କରେ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏବେ କରୋନା ମହାମାରୀ ପରିସ୍ଥିତି ଏକ ଅଭାବନୀୟ ସ୍ଥିତିରେ ପହଂଚାଇଛି। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ। ତେଣୁ ବିଜେଡି ଚଳିତବର୍ଷ କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଜନସଚେତନତା ଅଭିଯାନ କରିବ। ଦଳର ପ୍ରତ୍ୟେକ ବିଧାୟକ ପଂଚାୟତସ୍ତରରେ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ପ୍ରତି ସଚେତନ କରାଇବେ। କରୋନା ମହାମାରୀକୁ ରୋକିବା ସହିତ କରୋନା ସଂକ୍ରମଣରୁ ରକ୍ଷା ନିମନ୍ତେ ସଚେତନ ଓ ସତର୍କ ରହିବା ଜରୁରୀ। କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇ ନେବା, ଆଗଧାଡ଼ିର କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସହ ସମ୍ମାନ ପ୍ରଦର୍ଶନ ଓ ପ୍ଲାଜମା ଦାନ ପ୍ରତି ଆଗେଇ ଆସିବାକୁ ନବୀନ ନିଜର ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି।

ଏହାସହିତ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜମା, ଜୀବନବିନ୍ଦୁ ଅଭିଯାନରେ ରକ୍ତଦାନ ଓ ମୃତକଙ୍କ ଶବ ସତ୍କାର ପାଇଁ ଓଡ଼ିଶା ମୋ ପରିବାର ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି। ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ବିଜେଡି କର୍ମୀ ଜଣେ ଉର୍ତ୍ସଗୀକୃତ କର୍ମୀ ଭାବେ ଓଡ଼ିଶାବାସୀଙ୍କ ପ୍ରତି ଉତ୍ତରଦାୟିିତ୍ୱକୁ ନିର୍ବାହ କରିବା ଓ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖି ଓଡ଼ିଶାକୁ ଜିତାଇବାକୁ ଆହ୍ୱାନ କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ ୬ମାସ ମଧ୍ୟରେ ମହାମାରୀ ସାଧାରଣ ଜୀବନରେ ନାହିଁ ନଥିବା ପରିବର୍ତ୍ତନ ଆଣିଛି। ରାଜ୍ୟ ସରକାର କୋଭିଡ୍ ଚିକିତ୍ସା ପାଇଁ ସାରା ରାଜ୍ୟରେ ୭୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରିଛନ୍ତି। ଟେଷ୍ଟିଂଠାରୁ ପ୍ଲାଜମା ଥେରାପି ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ୩୦ଲକ୍ଷରୁ ଅଧିକ ଲୋକଙ୍କ ନମୂନା ପରୀକ୍ଷା ଓ ପ୍ରାୟ ୨ଲକ୍ଷ ଲୋକଙ୍କୁ ସୁସ୍ଥ କରି ଓଡ଼ିଶା କୋଭିଡ୍ ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି। କୋଭିଡ୍ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ନିମନ୍ତେ ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ ବୋଲି ନବୀନ କହିଛନ୍ତି । ରାଜ୍ୟବାସୀଙ୍କୁ ନିର୍ଦ୍ଧାରିତ ସମୟରେ ଟୀକା ଯୋଗାଇ ଦେବା ପାଇଁ ବିଭିନ୍ନ ଟୀକା ପ୍ରସ୍ତୁତିିକାରୀ ସଂସ୍ଥାମାନଙ୍କ ସହ ଯୋଗସୂତ୍ର ରକ୍ଷା କରୁଛୁ ଓ ଏଥିରେ ନିଶ୍ଚିତ ସଫଳ ହେବା ବୋଲି ନବୀନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos