ସମ୍ବିଧାନ ପ୍ରତି ବିଜେଡିର ଏମିତି ସମ୍ମାନ ! ରାଜ୍ୟପାଳଙ୍କୁ ବଦନାମ କରିବାକୁ ଭାଇରାଲ୍ କରିଦେଲେ ସରକାରୀ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସନ ଗାଦିର ମୋହରେ ବିଜୁ ଜନତା ଦଳ (ବିଜେଡି) ଧୀରେ ଧୀରେ ଅନ୍ଧ ହୋଇଗଲାଣି। ବିଜେପି ଭୟରେ ଏ ଦଳ ନିଜର ହିତାହତ ଜ୍ଞାନ ମଧ୍ୟ ଭୁଲିବାକୁ ବସିଲାଣି। ବିରୋଧୀ ବିଜେପିକୁ ଅଡୁଆରେ ପକାଇବାକୁ ଏହା ଯେକୌଣସି ନିମ୍ନମାନର ଫନ୍ଦି କରିବାକୁ ବି ପଛାଉ ନାହିଁ। ଆଜି ଏହାର ଏକ ଉତ୍କୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି। ଘଟଣାଟି ଏହିପରି। ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ଏବେ ଏକ […]

bjd

bjd

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 07:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସନ ଗାଦିର ମୋହରେ ବିଜୁ ଜନତା ଦଳ (ବିଜେଡି) ଧୀରେ ଧୀରେ ଅନ୍ଧ ହୋଇଗଲାଣି। ବିଜେପି ଭୟରେ ଏ ଦଳ ନିଜର ହିତାହତ ଜ୍ଞାନ ମଧ୍ୟ ଭୁଲିବାକୁ ବସିଲାଣି। ବିରୋଧୀ ବିଜେପିକୁ ଅଡୁଆରେ ପକାଇବାକୁ ଏହା ଯେକୌଣସି ନିମ୍ନମାନର ଫନ୍ଦି କରିବାକୁ ବି ପଛାଉ ନାହିଁ। ଆଜି ଏହାର ଏକ ଉତ୍କୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି।

ଘଟଣାଟି ଏହିପରି। ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ଏବେ ଏକ ବିବାଦ ଠିଆ ହୋଇଛି। ଗତ ଜୁନ୍ ମାସ ୧୦ରୁ ୧୪ ତାରିଖ ଭିତରେ ରାଜ୍ୟପାଳ ବିମାନ ଓ ହେଲିକପ୍ଟର ବ୍ୟବହାର କରିବା ବାବଦକୁ ଖର୍ଚ୍ଚ ହୋଇଛି ୪୬ ଲକ୍ଷ ୧୮ ହଜାର ଟଙ୍କା। ରାଜ୍ୟପାଳ ଭୁବନେଶ୍ୱରୁ ଦିଲ୍ଲୀ ଯାଆସ ପାଇଁ ସ୍ୱତନ୍ତ୍ର ଜେଟ୍ ବ୍ୟବହାର କରିଥିଲେ। ପୁଣି ଦିଲ୍ଲୀରୁ ହରିୟାଣାର ସିର୍ସାକୁ ଯିବା ପାଇଁ ହେଲିକପ୍ଟର ବ୍ୟବହାର କରିଥିଲେ। ଏମିତି ଏମିତି ବିମାନ ଭଡ଼ା ବାବଦକୁ ୪୧ ଲକ୍ଷ ୧୮ ହଜାର ଟଙ୍କା ଓ ହେଲିକପ୍ଟର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ବିଲ୍ ହୋଇଛି। ଏ ନେଇ ୟୁଜର୍ସ ସାର୍ଟିଫିକେଟ ଦାଖଲ କରିବାକୁ ଏବେ ରାଜ୍ୟ ସରକାର ରାଜ୍ୟପାଳ ଭବନକୁ କହିଛନ୍ତି। କେଉଁ ପରିସ୍ଥିତିରେ ରାଜ୍ୟପାଳ ଉଭୟ ବିମାନ ଓ ହେଲିକଟ୍ପର ବାବଦକୁ ଏତେ ଟଙ୍କା ଖର୍ଚ୍ଚ କଲେ ତାହା ଜଣାଇବାକୁ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖିଛି ସାଧାରଣ ପ୍ରଶାସନ (ଜିଏ) ବିଭାଗ।

ଜିଏ ଡିପାର୍ଟମେଣ୍ଟର କହିବା କଥା, ଏହା ଏକ ନିୟମିତ ପ୍ରକ୍ରିୟା। ଗସ୍ତର ସଂପୂର୍ଣ୍ଣ ବିବରଣୀ ନଦେଲେ ଆମେ ଟଙ୍କା ପଇଠ କରିବା ସମ୍ଭବ ନୁହେଁ। ସରକାରୀ ଭାବେ ଏହା ହିଁ ନିୟମ। ପ୍ରଶ୍ନ ଉଠୁଛି, ଯଦି ଏହା ନିୟମ ଓ ଏଥିରେ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ, ତେବେ ଏ ଚିଠି ପଦାକୁ ଗଲା କିପରି? ଅସଲ କଥା ହେଲା, ଏହି ଚିଠିକୁ ଅସ୍ତ୍ର କରିଛନ୍ତି ନିଜେ ରାଜ୍ୟ ସରକାର। ଟାର୍ଗେଟ୍‌ରେ ବିଜେପି। ଯେହେତୁ ରାଜ୍ୟପାଳ ଗଣେଶୀ ଲାଲ ହେଉଛନ୍ତି ମାର୍କାମରା ବିଜେପି ନେତା ତେଣୁ ତାଙ୍କୁ ବଦନାମ କରିବାକୁ ବିଜେଡି ସରକାର ଏପରି ପେଞ୍ଚ କରିଛନ୍ତି ବୋଲି ଏକ ସୂତ୍ରରୁ ଖବର ମିଳିଛି। ବିଜେଡି ଏ କଥା ଭୁଲିଗଲା ଯେ, ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀ। ଏଥିରେ ଅଧିଷ୍ଠିତ ବ୍ୟକ୍ତିଙ୍କୁ କୌଣସି ଦଳର ବୋଲି ବିବେଚନା କରାଯାଇ ପାରିବ ନାହିଁ। ବିଜେପିକୁ ବଦନାମ କରିବାକୁ ବିଜେଡି ଏମିତି ରକ୍ତଚାଉଳ ଚୋବାଉଛି ଯେ, ଦେଶର ସମ୍ବିଧାନକୁ ବି ଗୋଇଠା ମାରିବାକୁ ପଛାଉ ନାହିଁ।

ରାଜ୍ୟପାଳ ଗଣେଶୀ ଲାଲ ବିଜେପିର ଜଣେ ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତି ଭାବରେ ଖୁବ୍ ଲୋକପ୍ରିୟ। ତାଙ୍କ ବେଶଭୂଷା ଓ ଜୀବନଶୈଳୀ ଖୁବ୍ ସରଳ। ଏହି ଟ୍ୟାଗ୍‌ରେ କଳଙ୍କ ଲଗେଇବାକୁ ବିଜେଡି କେବେଠୁ ସୁଯୋଗ ଉଣ୍ଡୁଥିଲା। ତେଣୁ ରାଜ୍ୟପାଳଙ୍କ ବିମାନ ଖର୍ଚ୍ଚ ସଂପର୍କିତ ସରକାରୀ ଚିଠି ମିଳିଗଲା ପରେ, ତୁରନ୍ତ ଏହାକୁ ଭାଇରାଲ୍ କରିବାକୁ ଯୋଜନା କରାଗଲା। ମିଳିଥିବା ଖବର ଅନୁଯାୟୀ, ଏ ଚିଠିଟିକୁ ଯୋଜନାବଦ୍ଧ ଭାବରେ କିଛି ସାମ୍ବାଦିକଙ୍କୁ ଧରେଇ ଦିଆଯାଇଥିଲା ଏବଂ ସେମାନଙ୍କୁ ଷ୍ଟୋରିର ଆଙ୍ଗଲ୍‌ ବି ବତେଇ ଦିଆଯାଇଥିଲା। ତା ସହିତ ବିଜେଡିର ସୋସିଆଲ୍ ମିଡିଆ ଏଜେଣ୍ଟ୍ ମାନଙ୍କୁ ମଧ୍ୟ ଏହାକୁ ଭାଇରାଲ୍ କରିବାକୁ ଦିଆଯାଇଥିଲା।

ଏଥିରୁ ସ୍ପଷ୍ଟ ହୋଇଗଲା ଯେ, ଗଣତନ୍ତ୍ରରେ ବିଶ୍ବାସ କରୁଛି ବୋଲି କହୁଥିବା ବିଜେଡି ଦେଶର ସମ୍ବିଧାନକୁ ବି ସମ୍ମାନ ଦିଏନାହିଁ। ମଉକା ମିଳିଲେ ଏହା ସମ୍ବିଧାନକୁ ଅସମ୍ମାନ କରିବାକୁ ମଧ୍ୟ ପଛାଏ ନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos