ଆଚରଣ ବିଧି ଉଲ୍ଲଘଂନ: ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ବିଜେଡି ପ୍ରାର୍ଥୀଙ୍କ ସମେତ ଶାସକ ଦଳର ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତାମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତିର୍ତ୍ତୋଲରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରାଯାଇଥିବା ନେଇ ଲିଖିତ ଅଭିଯୋଗ […]

lekhashree

lekhashree

Manoranjan Sial
  • Published: Saturday, 17 October 2020
  • Updated: 17 October 2020, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ବିଜେଡି ପ୍ରାର୍ଥୀଙ୍କ ସମେତ ଶାସକ ଦଳର ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତାମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତିର୍ତ୍ତୋଲରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରାଯାଇଥିବା ନେଇ ଲିଖିତ ଅଭିଯୋଗ ଦେଇଛନ୍ତି। ଏହାସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଆୟୋଗ କରୋନା ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସେ ନିୟମକୁ ଅଣଦେଖା କରିଛନ୍ତି। ଅକ୍ଟୋବର ୧୬ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଭିନ୍ନ ବସ୍ ଓ କାରରେ ନିଜ ସମର୍ଥକଙ୍କୁ ଆଣିବା ସହ ଶହ ଶହ ବିଜେଡି କର୍ମୀ ବାଇକ୍ ରାଲି କରି କରୋନା ନିୟମକୁ ଉଲ୍ଲଘଂନ କରିଥିଲେ।ଏଭଳି ବେନିୟମ କାର୍ଯ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଗରେ ହୋଇଥିଲେ ବି ଏଯାବତ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ରଘୁନାଥପୁର ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ରାଜଶ୍ରୀ ମଲ୍ଲିକ ଏବଂ ବିଜେଡି ନେତା ଦେବାଶିଷ ସାମନ୍ତରାୟ କୋଭିଡ୍ ନିୟମକୁ ଉଲ୍ଲଘଂନ କରିଛନ୍ତି।

ଅକ୍ଟୋବର ୧୫ ତାରିଖ ଦିନ ବିଜେଡି କର୍ମୀ ସମ୍ମିଳନୀରେ ବିଜେଡି ସାଂସଦ, ମନ୍ତ୍ରୀ, ନେତା ଓ କର୍ମୀମାନେ ସାମାଜିକ ଦୂରତା ପାଳନ ନକରିବା ଏବଂ ମାସ୍କ ପରିଧାନ ନକରି କୋଭିଡ ଗାଇଡଲାଇନକୁ ଉଲ୍ଲଘଂନ କରିଥିଲେ। ଏହି ବୈଠକକୁ ଯିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ସରକାରୀ ଗାଡ଼ି ବ୍ୟବହାର କରିବା ସହ ଅନ୍ୟ ବିଜେଡି ନେତାମାନେ ଦଳୀୟ କର୍ମୀମାନଙ୍କୁ ଟଙ୍କା ବାଂଟିଥିଲେ ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିଛି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ବିଜେଡି ପ୍ରାର୍ଥୀ, ସାଂସଦ, ମନ୍ତ୍ରୀ ଏବଂ ନେତାଙ୍କୁ କାରଣଦର୍ଶାଅ ନୋଟିସ୍ ପଠାଇବା ସହ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ଦାବି କରିଛି। କୋଭିଡ୍ ନିୟମ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ସମ୍ବଳିତ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଦାବି କରିଛି। ସମସ୍ତ ଅଭିଯୋଗକୁ ଅତିରିକ୍ତ ନିର୍ବାଚନ ଅଧିକାରୀ ଶୁଣିବା ପରେ ୭୨ ଘଣ୍ଟା ଭିତରେ ଶାସକ ଦଳକୁ କାରଣଦର୍ଶାଅ ନୋଟିସ ପଠାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧି ଦଳ ଆଗରେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ପ୍ରତିନିଧି ଦଳରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos