୨୦ରେ ବିଜେଡି କାର୍ଯ୍ୟକାରିଣୀ: କରୋନା କଟକଣାରେ ବି ବିଜେଡି କରିବ ଯୁବ ଓ ମହିଳା ସମାବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଆସନ୍ତା ୨୬ତାରିଖରେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବା ନିମନ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି। କରୋନା କଟକଣାରେ ବି ବିଜେଡି ଚଳିତଥର ନିର୍ବାଚନମଣ୍ଡଳୀସ୍ତରରେ ଯୁବ ଓ ମହିଳା ସମାବେଶ କରିବ ବୋଲି ଜଣାପଡ଼ିଛି। ତେବେ ଏହା ପୂର୍ବରୁ ଦଳର ପରିବର୍ତ୍ତିତ କାର୍ଯ୍ୟକାରିଣୀ ଓ ଛାମୁଆ ସଂଗଠନଗୁଡ଼ିକର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

bjd

bjd

Manoranjan Sial
  • Published: Friday, 11 December 2020
  • Updated: 11 December 2020, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଆସନ୍ତା ୨୬ତାରିଖରେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବା ନିମନ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି। କରୋନା କଟକଣାରେ ବି ବିଜେଡି ଚଳିତଥର ନିର୍ବାଚନମଣ୍ଡଳୀସ୍ତରରେ ଯୁବ ଓ ମହିଳା ସମାବେଶ କରିବ ବୋଲି ଜଣାପଡ଼ିଛି। ତେବେ ଏହା ପୂର୍ବରୁ ଦଳର ପରିବର୍ତ୍ତିତ କାର୍ଯ୍ୟକାରିଣୀ ଓ ଛାମୁଆ ସଂଗଠନଗୁଡ଼ିକର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସର୍ବବୃହତ୍ ଆଂଚଳିକ ଦଳ ଭାବେ କ୍ରମାଗତ ଦୀର୍ଘବର୍ଷ କ୍ଷମତାରେ ରହି ରେକର୍ଡ କରିଥିବା ବିଜେଡି ଏଥର ପୌର, ସମବାୟ ଓ ପଂଚାୟତ ନିର୍ବାଚନ ନିମନ୍ତେ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ। ଇତିମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କର ୩ଥର ବୈଠକ ବସି ପ୍ରତିଷ୍ଠା ଦିବସ ପାଳନ ସହ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି। ଚଳିତମାସ ୨୦ ଓ ୨୧ ତାରିଖରେ ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇ ଥିବାବେଳେ ୧୮ତାରିଖରେ ଯୁବ ଓ ୨୩ତାରିଖରେ ଛାତ୍ର ଶାଖାର କାର୍ଯ୍ୟକାରିଣୀ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠା ଦିବସକୁ ଗତବର୍ଷ ଭଳି ନିର୍ବାଚନମଣ୍ଡଳୀସ୍ତରୀୟ ପାଳନ କରିବା ଉପରେ ଦଳ ଗୁରୁତ୍ୱ ଦେବା ସହ ରାଜ୍ୟବ୍ୟାପୀ ଯୁବ ଓ ମହିଳା ସମାବେଶର ଆୟୋଜନ କରାଇବ।

୨୦ ଓ ୨୧ତାରିଖରେ ହେବାକୁ ଥିବା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ କାର୍ଯ୍ୟକ୍ରମମାନ ହାତକୁ ନେବ ବୋଲି ଜଣାପଡ଼ିଛି। ବିଶେଷକରି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱାମୀନାଥନ୍ କମିଟିର ସୁପାରିସକୁ ଲାଗୁ ଦାବି, ମହାନଦୀ-ପୋଲାଭରମ ଭଳି ପୁରୁଣା ପ୍ରସଙ୍ଗ, କୋଇଲା ରୟାଲିଟି ଓ ରେଳବାଇ ପ୍ରକଳ୍ପ ତ୍ୱରାନ୍ୱିତ କରିବାରେ ବିଳମ୍ବ ସହ କେତେକ କେନ୍ଦ୍ରୀୟ ଅବହେଳାକୁ ଏଥର ପ୍ରସଙ୍ଗ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ବିଜେଡି ସରକାର ଦ୍ୱାରା ଚାଲିଥିବା ପ୍ରାୟ ୫୦ରୁ ଅଧିକ ସାମାଜିକ ସୁରକ୍ଷା ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ଜୀବିକାନିର୍ବାହ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା କରାଇବା ପାଇଁ ଦଳ ପକ୍ଷରୁ ସନ୍ଦେଶ ଦିଆଯିବ। ଏହାସହିତ ମହିଳା ଓ ଚାଷୀ ଭୋଟ ବ୍ୟାଙ୍କକୁ ବାନ୍ଧି ରଖିବା ନିମନ୍ତେ ଦଳ ମଧ୍ୟ ସ୍ୱତନ୍ତ୍ର ଫୋକସ୍ ଦେବ। କାର୍ଯ୍ୟକାରିଣୀରେ ରାଜନୀତିକ, ଅର୍ଥନୀତିକ ଓ ସାମାଜିକ ଏଜେଣ୍ଡାକୁ ଗୃହୀତ କରାଯିବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକାରିଣୀ ବୈଠକ ପରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେଉଥିବାବେଳେ ଉକ୍ତ ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ଡିସେମ୍ବର ୨୬ତାରିଖରେ ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳନବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଜେଡିର ଭବିଷ୍ୟତକୁ ନେଇ ଏକ ବଡ଼ ଘୋଷଣା କରିଥିଲେ, ଯାହାକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେ କହିଥିଲେ ଯେ, ବିଜେଡି ଏକ ରାଜନୀତିକ ଦଳ ନୁହେଁ ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇସାରିଛି। ବିଜେଡି ନିଜର ଅସ୍ତିତ୍ୱ ଓ ଅଭିବୃଦ୍ଧି ପାଇଁ କାହା ଉପରେ ବି ନିର୍ଭରଶୀଳ ନୁହେଁ। ଏପରିକି ସେ କିମ୍ବା କିଛି ନେତାଙ୍କ ଉପରେ ବିଜେଡି ନିଜର ଭବିଷ୍ୟତ ପାଇଁ ନିର୍ଭରଶୀଳ ନୁହେଁ ବୋଲି କହି ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ପଛାଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story