ଗ୍ୟାସ ସବ୍‌ସିଡି ପ୍ରତ୍ୟାହାର ପ୍ରତିବାଦରେ ଆସନ୍ତାକାଲି ରାସ୍ତାକୁ ଓହ୍ଲାଇବ ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର: ଏଲ୍‌ପିଜି ସିଲିଣ୍ଡରରୁ ସବ୍‌ସିଡି ପ୍ରତ୍ୟାହାର ଏବଂ ଜୁଲାଇ ପହିଲାରୁ ଗ୍ୟାସ ସିଲିଣ୍ଡର ପିଛା ପ୍ରତି ମାସରେ ୪ ଟଙ୍କା ବୃଦ୍ଧି ନିଷ୍ପତ୍ତିର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ମହିଳା ଜନତା ଦଳ। ଆସନ୍ତାକାଲି ସକାଳ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜୁ ମହିଳା ଜନତା ଦଳ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବ। ସେହିପରି ଆସନ୍ତା ୮ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ […]

pramila mallick

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 06:08 PM IST

ଭୁବନେଶ୍ୱର: ଏଲ୍‌ପିଜି ସିଲିଣ୍ଡରରୁ ସବ୍‌ସିଡି ପ୍ରତ୍ୟାହାର ଏବଂ ଜୁଲାଇ ପହିଲାରୁ ଗ୍ୟାସ ସିଲିଣ୍ଡର ପିଛା ପ୍ରତି ମାସରେ ୪ ଟଙ୍କା ବୃଦ୍ଧି ନିଷ୍ପତ୍ତିର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ମହିଳା ଜନତା ଦଳ। ଆସନ୍ତାକାଲି ସକାଳ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜୁ ମହିଳା ଜନତା ଦଳ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବ। ସେହିପରି ଆସନ୍ତା ୮ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ।

Related story