ଟିକ୍‌ଟକ୍‌ ଭିଡିଓ କରି ବିଜୁ ବାବୁଙ୍କୁ ଅପମାନ, ବନ୍ଧା ହେବେ ଅଭିଯୁକ୍ତ !

କଟକ(ଓଡ଼ିଶା ରିପୋର୍ଟର):କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ବିବାଦୀୟ ଟିକ୍‌ଟକ୍ ଭିଡିଓ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି।  ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚୌଦ୍ୱାର-କଟକର କିଛି ବିଜେଡି ନେତା ଓ କର୍ମୀ ଡିସିପିଙ୍କୁ ଦାବି ପତ୍ର ଦେଇଛନ୍ତି ।  ଅନ୍ୟପଟେ ବିବାଦୀୟ ଟିକଟକ୍ କରିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି ବୋଲି କଟକ ଡିସିପି […]

c-900

c-900

Tapas Behera
  • Published: Sunday, 03 November 2019
  • Updated: 03 November 2019, 07:16 PM IST

କଟକ(ଓଡ଼ିଶା ରିପୋର୍ଟର):କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ବିବାଦୀୟ ଟିକ୍‌ଟକ୍ ଭିଡିଓ ନେଇ ଥାନାରେ ମାମଲା ରୁଜୁ ହୋଇଛି।

ଏହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି।  ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚୌଦ୍ୱାର-କଟକର କିଛି ବିଜେଡି ନେତା ଓ କର୍ମୀ ଡିସିପିଙ୍କୁ ଦାବି ପତ୍ର ଦେଇଛନ୍ତି ।  ଅନ୍ୟପଟେ ବିବାଦୀୟ ଟିକଟକ୍ କରିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି ବୋଲି କଟକ ଡିସିପି କହିଛନ୍ତି।

ଏନେଇ ବିଜେଡି ଯୁବ ନେତା ଚିନ୍ମୟ କୁମାର ଦାସ୍‌ କହିଛନ୍ତି ଯେ, ବିଜୁ ବାବୁ ହେଉଛନ୍ତି ଆମ ଦେଶ ତଥା ରାଜ୍ୟର ଗର୍ବ ଗୌରବ। ସେ ହେଉଛନ୍ତି ଓଡ଼ିଶାର ଭୂମିପୁତ୍ର। ତେଣୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ନେଇ ଏଭଳି ଭିଡିଓ ତିଆରି କରି ତାଙ୍କୁ ଅପମାନ କରିବା ଏକ ଦୁର୍ଭଗ୍ୟଜନକ ଘଟଣା। ଏନେଇ ଆମେ କଟକ ଡିସିପିଙ୍କୁ ଭେଟିଛେ। ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନପାଇଁ ଆମେ ଦାବି କରିଛୁ ବୋଲି ସେ କହିଛନ୍ତି।

https://youtu.be/C6URrY6eGbc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos