ସହକାରୀ ଯନ୍ତ୍ରୀଙ୍କୁ ପିଟି ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗିରଫ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କୁ ପିଟିବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସାନ୍ତନୁ ଥାଟି। କଣ୍ଟାମାଳ ପୁଲିସ୍ ତାଙ୍କୁ ଗିରଫ କରିଛି। ଗତ ମାର୍ଚ୍ଚ ୧୬ ତାରିଖରେ ଏକ ଠିକା କାମର ବିଲ୍‌କୁ ନେଇ ବୌଦ୍ଧ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ସାନ୍ତନୁ ଥାଟି କଣ୍ଟାମାଳ ବ୍ଲକ ସହକାରୀ ଯନ୍ତ୍ରୀ ସ୍ମୁତିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିଲେ। ଏନେଇ ଶ୍ରୀ ସେଠୀ କଣ୍ଟାମାଳ ଥାନାରେ […]

Accused

Accused

Jitendra Garnayak
  • Published: Tuesday, 10 May 2022
  • Updated: 10 May 2022, 04:16 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କୁ ପିଟିବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସାନ୍ତନୁ ଥାଟି। କଣ୍ଟାମାଳ ପୁଲିସ୍ ତାଙ୍କୁ ଗିରଫ କରିଛି।

ଗତ ମାର୍ଚ୍ଚ ୧୬ ତାରିଖରେ ଏକ ଠିକା କାମର ବିଲ୍‌କୁ ନେଇ ବୌଦ୍ଧ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ସାନ୍ତନୁ ଥାଟି କଣ୍ଟାମାଳ ବ୍ଲକ ସହକାରୀ ଯନ୍ତ୍ରୀ ସ୍ମୁତିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିଲେ। ଏନେଇ ଶ୍ରୀ ସେଠୀ କଣ୍ଟାମାଳ ଥାନାରେ ଏତଲା ଦେଇଥିଲେ।

ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେତେବେଳେ କଣ୍ଟାମାଳ ବ୍ଲକ ସମେତ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ।

ଅନ୍ୟପକ୍ଷରେ ଉକ୍ତ ଘଟଣା ପରେ ସାନ୍ତନୁ ଥାଟି ଫେରାର ହୋଇଯାଇଥିଲେ। ଶେଷରେ ଆଜି ତାଙ୍କୁ ତାଙ୍କ ବରଗୋଚ୍ଛା ସ୍ଥିତ ବାସଭବନରୁ ଗିରଫ କରିଛି କଣ୍ଟାମାଳ ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos