ବିଜେଡି କରିବ ଖେଳ... ବିରୋଧୀ ଖାଇବେ ମାଡ଼...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ବିଜେଡିର ଗୁଣ୍ଡାଗର୍ଦ୍ଦି।ବିରୋଧୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ବିଜେଡି କର୍ମୀ। ବୁଥ୍‌ କ୍ୟାପଚର କଲେ, ଆଉ ମନ ଇଚ୍ଛା ଭୋଟ୍‌ ଦେଇ ଚାଲିଲେ। କାରଣ ଏଥର ବିଜେଡି କରିବ ଖେଳ। ବିରୋଧୀ ଖାଇବେ ମାଡ଼। ନ୍ୟାୟର ଯୁଦ୍ଧ ହେବ। ଏକଥା ଆମେ କହୁନୁ। ବିଜେଡିର ପଂଚାୟତ ନିର୍ବାଚନୀ ଗୀତ ଏବେ ବେଶ ଭାଇରାଲ ହେବାର ଲାଗିଛି। ଖୋଲା ଖୋଲି ଭାବେ ବିଜେଡି ବିରୋଧୀଙ୍କୁ ମାଡ଼ ହେବା କଥା ନିଜ ନିର୍ବାଚନୀ ପ୍ରଚାର […]

BJD

Ordigital Desk
  • Published: Thursday, 17 February 2022
  • , Updated: 17 February 2022, 08:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ବିଜେଡିର ଗୁଣ୍ଡାଗର୍ଦ୍ଦି।ବିରୋଧୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ବିଜେଡି କର୍ମୀ। ବୁଥ୍‌ କ୍ୟାପଚର କଲେ, ଆଉ ମନ ଇଚ୍ଛା ଭୋଟ୍‌ ଦେଇ ଚାଲିଲେ। କାରଣ ଏଥର ବିଜେଡି କରିବ ଖେଳ। ବିରୋଧୀ ଖାଇବେ ମାଡ଼। ନ୍ୟାୟର ଯୁଦ୍ଧ ହେବ। ଏକଥା ଆମେ କହୁନୁ। ବିଜେଡିର ପଂଚାୟତ ନିର୍ବାଚନୀ ଗୀତ ଏବେ ବେଶ ଭାଇରାଲ ହେବାର ଲାଗିଛି। ଖୋଲା ଖୋଲି ଭାବେ ବିଜେଡି ବିରୋଧୀଙ୍କୁ ମାଡ଼ ହେବା କଥା ନିଜ ନିର୍ବାଚନୀ ପ୍ରଚାର ଗୀତରେ ରଖି କର୍ମୀଙ୍କୁ ଉସକାଉଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଆଦର୍ଶ କରି ଓଡ଼ିଶାରେ ମଧ୍ୟ ଖେଳ ହେବ ବୋଲି ସିଧା ଚ୍ୟାଲେଞ୍ଜ ଦେଉଛି ଶାସକ ବିଜେଡି। ବିଜେଡିର ଏମିତି ଏକ ଭାଇରାଲ ପ୍ରଚାର ଗୀତକୁ ନେଇ ବିରୋଧୀ ବି ହତବାକ୍। ବିଜେପି କହିଛି କଂସ ଓ ଦୁର୍ଯ୍ୟୋଧନ ମଧ୍ୟ ଶକ୍ତି ପ୍ରୟୋଗ କରି କ୍ଷମତା ହାତେଇବାକୁ ଚାହୁଁଥିଲେ, ହେଲେ ସଫଳ ହୋଇନଥିଲେ। ସେହିପରି ଖେଳ ହେବ ବୋଲି ନାରା ଦେଇ ବିଜେଡି ବିଶୃଙ୍ଖଳା ସୃଷ୍ଟି କରୁଥିବା କହିଛି କଂଗ୍ରେସ।

ରାଜ୍ୟରେ ୪ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ହେଉଛି। କିନ୍ତୁ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରୁ ହିଁ ବିଜେଡିର ଖେଳ ସମସ୍ତଙ୍କୁ ଜଳ ଜଳ ହୋଇ ଦିଶିଲାଣି। ସବୁଠି ନିର୍ବାଚନୀ ହିଂସା, ମାରପିଟ୍। ସ୍ଥିତି ଏମିତି ହେଲା ଯେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଛାଡ଼ି ନାହାଁନ୍ତି ଶାସକ ବିଜେଡି କର୍ମୀ। ସତେ ଯେମିତି ଯୁବ ବାହିନୀ ନାଁରେ ଗାଁ ଗାଁରେ ଗୁଣ୍ଡା ବାହିନୀ ସୃଷ୍ଟି କରି ବିରୋଧୀଙ୍କୁ ମାଡ଼ ମାରିବା ପାଇଁ ଦଳ ନିଜକୁ ପ୍ରସ୍ତୁତ କରି ରଖିଛି। ଆଉ ଦିଦିଙ୍କ ଷ୍ଟାଇଲରେ ଖେଳ ହେବ ବୋଲି ଛାତି ବାଡ଼େଇ କହି ବୁଲୁଛି ଦଳ।

ଖେଳ ହେବ ନାରାବାଜିରେ ରକ୍ତାକ୍ତ ହୋଇଥିଲା ପଶ୍ଚିମବଂଗ ମାଟି, ଆଉ ଗଡ଼ି ଥିଲା ୧୭ଟି ମୁଣ୍ଡ। ଓଡ଼ିଶାରେ ଖେଳ ହେବ ନାରାରେ ଏବେ ଖାଲି ରକ୍ତ ରଂଜିତ ହୋଇଛି ଗାଁ ଦାଣ୍ଡ କିନ୍ତୁ ମୁଣ୍ଡ ଗଡ଼ିବା ବାକି ଅଛି। ବାକି ୩ଟି ପର୍ଯ୍ୟାୟରେ ଯଦି ଶାସକ ଦଳର ଏହିପରି ହିଂସାତ୍ମକ ରାଜନୀତି ଦେଖିବାକୁ ମିଳିଲା ତାହାଲେ ଓଡ଼ିଶାରେ ବି ପଶ୍ଚିମବଂଗ ଭଳି ବହିବ ହିଂସାର ପବନ।

Related story