ପାଟ ପଟୁଆର ଧରି ପାଟକୁରାରେ ନବୀନ, ଏପଟେ ମନ୍ତ୍ରୀ ଅରୁଣ ସାହୁ ଓ ରାଜା ସ୍ୱାଇଁଙ୍କ ପାଇଁ ଉତ୍ତର ରଖିଲେ ନିରଞ୍ଜନ

ପାଟକୁରା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର। ଗତ ସାଧାରଣ ନିର୍ବାଚନ ଭଳି ହାଇଟେକ୍ ବସ୍‌ରେ ବସି ପଞ୍ଚାୟତରୁ  ପଞ୍ଚାୟତ ବୁଲିବା ସହ  ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଭୋଟ୍ ମାଗିଥିଲେ ନବୀନ। ସେପଟେ ନବୀନଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିବାରୁ ଆଜି ଦଳର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ସେଠାରେ ଡେରା ପକାଇଥିଲେ। ଫଳରେ ବିଧାନସଭାର ଆଜିର ଚିତ୍ର ଗତକାଲିଠାରୁ ବି ଅଧିକ ଦୟନୀୟ ଥିଲା। ଏହାକୁ ନେଇ ବିରୋଧୀ ବିଜେଡିକୁ ଘେରିଥିବା ବେଳେ ଗୃହ […]

431

Tapas Behera
  • Published: Wednesday, 17 July 2019
  • , Updated: 17 July 2019, 08:02 PM IST

ପାଟକୁରା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର। ଗତ ସାଧାରଣ ନିର୍ବାଚନ ଭଳି ହାଇଟେକ୍ ବସ୍‌ରେ ବସି ପଞ୍ଚାୟତରୁ  ପଞ୍ଚାୟତ ବୁଲିବା ସହ  ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଭୋଟ୍ ମାଗିଥିଲେ ନବୀନ। ସେପଟେ ନବୀନଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିବାରୁ ଆଜି ଦଳର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ସେଠାରେ ଡେରା ପକାଇଥିଲେ।

ଫଳରେ ବିଧାନସଭାର ଆଜିର ଚିତ୍ର ଗତକାଲିଠାରୁ ବି ଅଧିକ ଦୟନୀୟ ଥିଲା। ଏହାକୁ ନେଇ ବିରୋଧୀ ବିଜେଡିକୁ ଘେରିଥିବା ବେଳେ ଗୃହ ପରିଚାଳନାରେ କିଛି ଅସୁବିଧା ହୋଇନି ବୋଲି ଶାସକ ଦଳ ମୁଖ୍ୟ ସଚେତକ କହିଛନ୍ତି।

ଦୁଲୁକୁଛି ପାଟକୁରା । ପାଟପଟୁଆର ଧରି ଆଜି ଏଠି ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  ହାଇଟେକ୍ ବସ୍‌ରେ ନବୀନ ପ୍ରଚାର କରିଥିବା ବେଳେ ପଛେ ପଛେ ଥିଲେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍। ସାଙ୍ଗରେ ଥିଲେ ମନ୍ତ୍ରୀ, ବିଧାୟକ ଓ ଦଳର ସ୍ଥାନୀୟ ନେତା । ସାଧାରଣ ନିର୍ବାଚନ ଭଳି ପାଟକୁରାରେ ମଧ୍ୟ ସମାନ ଷ୍ଟାଇଲ ହେଲିକପ୍ଟରରେ ବାରିମୂଳରେ ଓହ୍ଲାଇବା ପରେ ବସ୍‌ରେ ବସି ପଞ୍ଚାୟତରୁ ପଞ୍ଚାୟତ ବୁଲିବା ସହ ସାବିତ୍ରୀଙ୍କ ପାଇଁ ଭୋଟ ମାଗିଥିଲେ। ୨୦ ତାରିଖରେ ଭୋଟ ହେବାକୁ ଥିବାବେଳେ ଆସନ୍ତାକାଲି ସରିବ ପ୍ରଚାର। ପାଟକୁରା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦଳୀୟ ନେତା ଜୀ ଜାନ୍ ଲାଗାଇ ଦେଇଛନ୍ତି।

ନବୀନଙ୍କ ପ୍ରଚାର କାର୍ଯ୍ୟଥିବାରୁ ଆଜି ପାଟକୁରାରେ ଡେରା ପକାଇଥିଲେ ଦଳର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ। ସେପଟେ ବିଧାନସଭାର  ଅଧିକାଂଶ ଆସନ ଫାଙ୍କା ପଡ଼ିଥିଲା। ଗତକାଲି  ଅଳ୍ପ କିଛି ବିଧାୟକ ଓ ମନ୍ତ୍ରୀ ଅନୁପସ୍ଥିତ ଥିବା ବେଳେ ଆଜି ଅଧିଂକାଶ ମନ୍ତ୍ରୀ ଓ  ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା। ସ୍ଥିତି ଏମିତି ହୋଇଥିଲା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଖାଦ୍ୟ  ଯୋଗାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ଅର୍ଥମନ୍ତ୍ରୀ ନିରଜଂନ ପୂଜାରି ଉତ୍ତର ରଖିଥିଲେ।

ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ପଦ୍ମନାଭ ବେହେରା ଉତ୍ତର ରଖିଥିଲେ। ଏକ ଘଣ୍ଟାର ପ୍ରଶ୍ନକାଳରେ ଏହି ଦୁଇ ମନ୍ତ୍ରୀ ସବୁ  ବିଭାଗର ଉତ୍ତର ଦେଇଥିଲେ। ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଜେପି ବିଧାୟକ ବିଷ୍ଣୁ ସେଠୀ କଟାକ୍ଷ କରିଥିଲେ।  ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ।  ବିଧାନସଭା ବାହାରେ କଂଗ୍ରେସ ବି ସମାଲୋଚନା କରିଥିଲ॥  ତେବେ ଗୃହକାର୍ଯ୍ୟ ଚାଲିବାରେ କୌଣସି ଅସୁବିଧା ହୋଇନଥିବା ସରକାରୀ ଦଳ ମୁଖ୍ୟ ସେଚତକ ସଫେଇ ଦେଇଥିଲେ।

ଗତାକଲି ଭଳି ଆଜି ବି ପ୍ରଶ୍ନକାଳରେ ବାଚସ୍ପତି ନାଁ ଡାକିଲା ବେଳକୁ ଅନୁପସ୍ଥିତି ଥିଲେ ଅଧିକାଂଶ ବିଧାୟକ ।

Related story