ବୈଜୟନ୍ତଙ୍କୁ ପାଉନାହାଁନ୍ତି ପ୍ରମିଳା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ କେନ୍ଦ୍ରାପଡ଼ାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି କର୍ମକର୍ତ୍ତାମାନେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଫେରାଦ ହେଉଛନ୍ତି। ଅନ୍ୟପକ୍ଷରେ ସାଂସଦ ପଣ୍ଡାଙ୍କ ନାଁରେ ହୋଇଥିବା ଅଭିଯୋଗଗୁଡ଼ିକ ଉପରେ ତଦନ୍ତ କରିବାକୁ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ପ୍ରମିଳା କହିଛନ୍ତି ଯେ ଦୁଇ ଦିନ ହେଲା ବୈଜୟନ୍ତଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ। ଗତକାଲି ତାଙ୍କୁ ଚାରି ପାଞ୍ଚ ଥର […]

pramilabbbbb

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 09:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ କେନ୍ଦ୍ରାପଡ଼ାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି କର୍ମକର୍ତ୍ତାମାନେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଫେରାଦ ହେଉଛନ୍ତି। ଅନ୍ୟପକ୍ଷରେ ସାଂସଦ ପଣ୍ଡାଙ୍କ ନାଁରେ ହୋଇଥିବା ଅଭିଯୋଗଗୁଡ଼ିକ ଉପରେ ତଦନ୍ତ କରିବାକୁ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ପ୍ରମିଳା କହିଛନ୍ତି ଯେ ଦୁଇ ଦିନ ହେଲା ବୈଜୟନ୍ତଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ। ଗତକାଲି ତାଙ୍କୁ ଚାରି ପାଞ୍ଚ ଥର ଫୋନ୍ କରିଥିଲି, କିନ୍ତୁ ତାଙ୍କ ସହିତ କଥାବାର୍ତ୍ତା ହୋଇପାରିନଥିଲେ। ତାଙ୍କର କେହି ଫୋନ୍ ଉଠାଇ ଏଇ ସମୟରେ ଫୋନ୍ କରନ୍ତୁ ବୋଲି କହିଥିଲେ। ତେବେ ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି,“ ଏହା ସତ୍ୟ ନୁହେଁ। ମୁଁ ଗତକାଲି ରାତିରେ ଘରେ ନଥିବା ବେଳେ ସେ ଫୋନ୍ କରିଥିଲେ। ଆଜି ସକାଳେ ମୁଁ ତାଙ୍କ ସହିତ ଫୋନ୍‌ରେ କଥା ହୋଇଛି। ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକୁ ଲିଖିତ ଭାବେ ଦେବା ପାଇଁ ତାଙ୍କୁ କହିବା ସହ ଅଭିଯୋଗଗୁଡ଼ିକର ଉତ୍ତର ଦେବି ବୋଲି କହିଥିଲି।”

ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ଜିତିବା ଦିନଠାରୁ ବିଜେଡି କର୍ମୀଙ୍କ ସହିତ ସଂପର୍କ ରଖି ନାହନ୍ତି ଓ  ବ୍ୟକ୍ତିଗତ କର୍ମଚାରୀ ଦ୍ୱାରା ସବୁ କାମ କରାନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଦଳୀୟ ନେତା ଓ କର୍ମୀ।  ସାଂସଦ ପାଣ୍ଠିକୁ ସେ ନିଜ ଇଚ୍ଛା ଅନୁସାରେ ଓ ବିରୋଧୀଙ୍କ କଥାରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।

Related story