ବିପତ୍ତି ବେଳେ ହଜିଗଲା ବିଜେଡିର ‘ମୋ ପରିବାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଭଳି ବିପତ୍ତି ସମୟରେ ଶାସକ ବିଜେଡିର ବହୁଳ ପ୍ରଚାରିତ ସାମାଜିକ ସଂଗଠନ ‘ମୋ ପରିବାର’ କୋମାକୁ ଚାଲି ଯାଇଛି। ଏପରିକି ରାଜ୍ୟ ପ୍ରଶାସନିକ କଳ ମଧ୍ୟ ରାଜ୍ୟ ବାହାରେ ଦୁର୍ଦ୍ଦିନରେ ରହିଥିବା ଓଡ଼ିଆମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆଗ୍ରହ ଦେଖାଉନାହିଁ। ଯେଉଁଥିପାଇଁ ଲକଡାଉନରେ ଘରକୁ ଫେରିନପାରି ହରିୟାଣାରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଜଣେ ଓଡ଼ିଆ ଯୁବକ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବାକୁ ପଛାଇ ନାହାନ୍ତି। ଏହି ଯୁବକଙ୍କ […]

BJD-Flag

BJD-Flag

Manoranjan Sial
  • Published: Wednesday, 13 May 2020
  • Updated: 13 May 2020, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଭଳି ବିପତ୍ତି ସମୟରେ ଶାସକ ବିଜେଡିର ବହୁଳ ପ୍ରଚାରିତ ସାମାଜିକ ସଂଗଠନ ‘ମୋ ପରିବାର’ କୋମାକୁ ଚାଲି ଯାଇଛି। ଏପରିକି ରାଜ୍ୟ ପ୍ରଶାସନିକ କଳ ମଧ୍ୟ ରାଜ୍ୟ ବାହାରେ ଦୁର୍ଦ୍ଦିନରେ ରହିଥିବା ଓଡ଼ିଆମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆଗ୍ରହ ଦେଖାଉନାହିଁ। ଯେଉଁଥିପାଇଁ ଲକଡାଉନରେ ଘରକୁ ଫେରିନପାରି ହରିୟାଣାରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଜଣେ ଓଡ଼ିଆ ଯୁବକ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବାକୁ ପଛାଇ ନାହାନ୍ତି। ଏହି ଯୁବକଙ୍କ ଆତ୍ମହତ୍ୟା ହିଁ ସରକାରୀ ବ୍ୟବସ୍ଥାର ବିଫଳତା ଓ ବିଜେଡି ତଥା ଅନ୍ୟ ରାଜନୀତିକ ଦଳଗୁଡ଼ିକର ସାମାଜିକ ସଂଗଠନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ରାଜକନିକା ଅଞ୍ଚଳର ଗଙ୍ଗାଧର ବିଶ୍ୱାଳ ନାମକ ଜଣେ ଯୁବକ ହରିୟାଣାର ଯମୁନା ବିହାର ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନାଜନିତ ଲକଡାଉନରେ ଫସି ରହିଥିବାରୁ ସେ ନିଜ ଗାଁକୁ ଫେରିବା ପାଇଁ ସୋଶାଲ ମିଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ। କିନ୍ତୁ ସୋଶାଲ ମିଡିଆରେ ସକ୍ରିୟ ରହିଥିବା ବିଜେଡି ସମେତ ଅନ୍ୟ ରାଜ୍ୟର ରାଜନୀତିକ ଦଳଗୁଡ଼ିକର ନଜର ଏଥିପ୍ରତି ପଡ଼ିନଥିଲା କି ଶ୍ରୀ ବିଶ୍ୱାଳଙ୍କ ନିକଟରେ ସହାୟତା ପହଂଚାଇବାକୁ ରାଜ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା।
ଅନ୍ୟ ରାଜ୍ୟରେ ଦୁର୍ଦ୍ଦିନରେ ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର ରାଜ୍ୟୱାରି ନୋଡାଲ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଏପରିକି ଦିଲ୍ଲୀ ଓ ହରିୟାଣାରେ ରହୁଥିବା ଓଡ଼ିଆଙ୍କ ସମସ୍ୟା ବୁଝିବା ପାଇଁ ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ସ୍ୱତନ୍ତ୍ର ପ୍ରକୋଷ୍ଠ ମଧ୍ୟ କାର୍ଯ୍ୟ କରୁଥିଲା। ଏତେ ସତ୍ତ୍ୱେ ସରକାରୀ କଳ ଶ୍ରୀ ବିଶ୍ୱାଳଙ୍କ ଆକୁଳ ନିବେଦନ ପ୍ରତି ଆଗ୍ରହ ଦେଖାଇନଥିଲା।

ସେହିପରି ନିଜର ସାମାଜିକ ସଂଗଠନ ‘ମୋ ପରିବାର’ ମାଧ୍ୟମରେ ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବିଜେଡି ବି ସୋଶାଲ ମିଡିଆରେ ଶ୍ରୀ ବିଶ୍ୱାଳଙ୍କ ଆକୁଳ ନିବେଦନ ପ୍ରତି ଧ୍ୟାନ ଦେଇନଥିଲେ। କରୋନା ପୂର୍ବରୁ ପ୍ରଚାରପ୍ରସାରରେ ବ୍ୟସ୍ତ ଥିବା ‘ମୋ ପରିବାର’ର ମୁଖ୍ୟ ଅରୂପ ପଟ୍ଟନାୟକ ଓ ତାଙ୍କ ଟିମ୍ ଏବେ ବିପତ୍ତି ସମୟରେ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି।
ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଲୋକମାନେ କେଉଁଭଳି ପରିସ୍ଥିତିରେ ଅଛନ୍ତି ସେଥିପ୍ରତି ସରକାର କିମ୍ବା କୌଣସି ସଂଗଠନର ସାମାନ୍ୟତମ ଦୃଷ୍ଟି ପଡ଼ିନି। ସମ୍ପୃକ୍ତ ଦାଦନ ଶ୍ରମିକମାନଙ୍କ ପାଖରେ ଘରକୁ ଫେରିବା ପାଇଁ ଟଙ୍କା ଅଛି ନା ନାହିଁ ତଥା ଗତ ଦୁଇମାସ ଧରି ଲକଡାଉନବେଳେ ସେମାନେ କିଭଳି ସ୍ଥିତିରେ ରହିଥିଲେ ତାହା ବି ଜାଣିବାକୁ ସରକାର ପ୍ରୟାସ କରିନାହାନ୍ତି।

ନିର୍ବାଚନବେଳେ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ସଂଗଠନ ମାଧ୍ୟମରେ ଭୋଟ୍ ସଂଗ୍ରହ କରିବାକୁ ପଛାଉନଥିବା ବିଜେଡି ଏବେ କରୋନା ବିପତ୍ତି ସମୟରେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆଙ୍କ ପାଖରେ ପହଂଚିବାକୁ କାହିଁକି ପଛଘୁଞ୍ଚା ଦେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ତତଃପକ୍ଷେ ନୈତିକତା ଦୃଷ୍ଟିରୁ ବିଜେଡି ନିଜର ସଂଗଠନ ‘ମୋ ପରିବାର’ ମାଧ୍ୟମରେ ଅନ୍ୟ ରାଜ୍ୟରେ ଦୁର୍ଦ୍ଦିନରେ ରହିଥିବା ଗରିବ ଓଡ଼ିଆଙ୍କ ଘରବାହୁଡ଼ା ପାଇଁ ପଦକ୍ଷେପ ନେଲେ ଶ୍ରୀ ବିଶ୍ୱାଳଙ୍କ ଭଳି ଅନେକ ନିରୀହ ଜୀବନ ସୁରକ୍ଷିତ ରହିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story