ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଆଜିଠୁ ବିଜେପିର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିବା ବିଜେପି ଏହା ପ୍ରତିବାଦରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ। ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ । ଦଳ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି।  କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା କୁହାଯାଇଛି । କେଉଁ […]

bjp

bjp

Niharika Rout
  • Published: Wednesday, 07 July 2021
  • Updated: 07 July 2021, 12:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିବା ବିଜେପି ଏହା ପ୍ରତିବାଦରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ। ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ ।

ଦଳ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି।  କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା କୁହାଯାଇଛି । କେଉଁ ଅଯୋଗ୍ୟ ହିତାଧିକାରୀଙ୍କ ବାପାଙ୍କ ନାଁରେ ଘର ଦିଆଯାଇଛି ତ ଗୁହାଳ ପାଇଁ କାହାକୁ ମିଳିଛି ଅର୍ଥ।

ଆବଣ୍ଟିତ ଘରେ ବିଜୁ ପକ୍କାଘର ବୋଲି ବଡ଼ ବଡ଼ ଫଳକ ଲଗାଯାଇଥିବା ମଧ୍ୟ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଥିଲେ ।  ୯୮ ହଜାର  ୫୬୨ ହିତାଧିକାରୀଙ୍କୁ ମାନୁଆଲି ପାଣ୍ଠି ହସ୍ତାନ୍ତର କରାଯାଇଥିବା ବେଳେ ଘର ପିଛା ଲକ୍ଷେ ୨୦ ହଜାର ହିସାବରେ ପ୍ରାୟ ହଜାରେ କୋଟି ଦୁର୍ନୀତି ହୋଇଥିବା ଅଭିଯୋଗ ସମୀର ମହାନ୍ତି ଅଭିଯୋଗ କରିଥିଲେ । ତା ସହିତ ଅଧିକାଂଶ ଘର ନିର୍ମାଣ ନିମ୍ନମାନର ହୋଇଥିବା ବେଳେ କାହାର ଝରକା ନାହିଁ କି ଶୌଚାଳୟ ଆଦି ନାହିଁ । ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନି । ଝାରସୁଗୁଡ଼ାକୁ ମାତ୍ର ୪ଟି ଘର ଏସବୁ ଅନିୟମିତତା ପ୍ରତିବାଦରେ ବିଜେପି ୩ ଦିନିଆ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos