ଗମାଙ୍ଗ କହିଲେ ମୋ ବେଳେ ରତ୍ନଭଣ୍ଡାର ଚାବି ହଜିନି, ରାଜରାସ୍ତାରେ ଗର୍ଜିଲା ବିଜେପି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଚାଲିଛି ଦୋଷଠେଲାଠେଲି ରାଜନୀତି । ୧୯୯୯ରେ ମୁଖ୍ୟମନ୍ତ୍ରୀ ଥିବା ଗିରଧର ଗମାଙ୍ଗୋ ଆଜି କହିଛନ୍ତି ତାଙ୍କ ସମୟରେ ଚାବି ହଜିନି।  ଅର୍ଥାତ୍ ତାଙ୍କ ପରେ ନବୀନଙ୍କ ଶାସନରେ ଚାବି ହଜିବା ନେଇ ପରୋକ୍ଷରେ ଦୋଷ ଠେଲିଛନ୍ତି ଗମାଙ୍ଗ । ଏପଟେ ଚାବି ହଜିବା ନେଇ ସରକାରଙ୍କୁ କାଠଗଡ଼ାରେ ଠିଆକରି ରାଜ୍ୟ ବ୍ୟାପି ବିକ୍ଷୋଭ ଓ ଜନଜାଗରଣ ସଭା କରିଛି ବିଜେପି । ଏଣେ ବିଜେଡି କହିଛି ୧୯୮୫ର ପ୍ରଶାସନିକ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟଣା ନ ଯାଉ।

ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପି କରିଛି ହଲ୍ଲାବୋଲ।  ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଗର୍ଜିଛନ୍ତି ବିଜେପି କର୍ମୀ ଓ ନେତା । ପୁରୀ,ଭଦ୍ରକ,ବାଲେଶ୍ୱର ସବୁଠି  ବିକ୍ଷୋଭ ଓ ପ୍ରତିବାଦ ସଭା ହୋଇଛି। କେନ୍ଦ୍ରାପଡାର ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର  ଦୁହୁରିଆରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ କର୍ମୀ । ଦଳର ଅଭିଯୋଗ, ରତ୍ନଭଣ୍ଡାର ଯାଞ୍ଚବେଳେ ଏପ୍ରିଲ ୪ରେ ସରକାର ଚାବି ହଜିବା ଘଟଣା ଜାଣିଥିଲେ ବି  ପ୍ରକାଶ ନ କରି ଚୁପ ରହିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ଓ  ଚାବି କେଉଁଠି ଅଛି ଲୋକଙ୍କ ଜଣାନ୍ତୁ ।  ଏହି ପ୍ରସଙ୍ଗକୁ ନେଇ ଆସନ୍ତା କାଲି ଦଳ ସବୁ ଥାନାରେ ଏଫଆଇଆର୍ ଦେବା ପରେ ତା ପର ଦିନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଦୀପ ଦାନ କରିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଦାନ ଅଳଙ୍କାରକୁ ରତ୍ନ ଭଣ୍ଡାରରେ ନ ରଖି କେଉଁ ଆଇନ ବଳରେ ଷ୍ଟେଟବ୍ୟାଙ୍କର ଲକରରେ ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି  ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। ଗୋଟିଏ ପଟେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସେପଟେ ଶ୍ରୀ  ଜଗନ୍ନାଥ ମନ୍ଦିରରେ ପରିଚାଳନା ଗତ ତ୍ରୁଟି ଓ ଚାବି ହଜିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ  ପାଖକୁ ଅନଲାଇନରେ ଅଭିଯୋଗ ପତ୍ର ପଠାଇ ଦସ୍ତଖତ ଅଭିଯାନ ବି ଆରମ୍ଭ କରିଛନ୍ତି କିଛି ସଂଗଠନ।

Ordigital Desk
• Published: Monday, 11 June 2018
• Updated: 11 June 2018, 09:27 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos