କଟକରେ ଗଣଦୁଷ୍କର୍ମ: ସରକାର ଗାଦି ଛାଡ଼- ବିଜେପି, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଢ଼ିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ନାବାଳିକାକୁ ୨୨ଦିନ ଧରି ଗଣଦୁଷ୍କର୍ମ କରାଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ନାବାଳିକା ଓ ମହିଳାଙ୍କ ଉପରେ ଅତ୍ୟାଚାର,ଦୁଷ୍କର୍ମ ଓ ହିଂସା ବଢ଼ି ଚାଲିଥିବାରୁ ମହିଳାଙ୍କୁ ସୁରକ୍ଷା ଦେଇପାରୁନଥିବାରୁ ରାଜ୍ୟ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ବିଜେପି ଦାବି କରିଥିବାବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଦର୍ଶାଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଂଗ୍ରେସ ଗଠନ କରିଛି। ଆଜି ରାଜ୍ୟ […]

bjp-congress

bjp-congress

Manoranjan Sial
  • Published: Wednesday, 14 October 2020
  • Updated: 14 October 2020, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ନାବାଳିକାକୁ ୨୨ଦିନ ଧରି ଗଣଦୁଷ୍କର୍ମ କରାଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ନାବାଳିକା ଓ ମହିଳାଙ୍କ ଉପରେ ଅତ୍ୟାଚାର,ଦୁଷ୍କର୍ମ ଓ ହିଂସା ବଢ଼ି ଚାଲିଥିବାରୁ ମହିଳାଙ୍କୁ ସୁରକ୍ଷା ଦେଇପାରୁନଥିବାରୁ ରାଜ୍ୟ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ବିଜେପି ଦାବି କରିଥିବାବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଦର୍ଶାଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଂଗ୍ରେସ ଗଠନ କରିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଚନ୍ତି ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳର ଜଣେ ନବାଳିକାକୁ ୨୨ ଦିନ ଧରି ଦୁଷ୍କର୍ମ କରିବା ଘଟଣା ରାଜ୍ୟ ସରକାର ଓ କମିଶନରେଟ୍ ପୁଲିସ ପ୍ରଶାସନର ମୁଖା ଖୋଲିଦେଇଛି । ଏ ସମ୍ବନ୍ଧରେ ପୁଲିସ୍ କିପରି କିଛି ଜାଣିପାରିଲେ ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳାଙ୍କ ସୁରକ୍ଷା ଦିଗରେ କୌଣସି କଠୋର ଆଇନ ରାଜ୍ୟରେ ଲାଗୁ ହୋଇନଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି । ଗତ ଦୁଇ ବର୍ଷ ମଧ୍ୟରେ ବିଜେପି ପକ୍ଷରୁ ୧୫୦ରୁ ଉର୍ଦ୍ଧ୍ୱ ଦୁଷ୍କର୍ମ ଘଟଣା ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ବି ମୁଖ୍ୟମନ୍ତ୍ରୀ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମାଲକାନଗିରି ପୁଲିସ କ୍ୟାଟିଂନରେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା, ବୀରମିତ୍ରପୁର ପୋଲିସ ଥାନା ଭିତରେ ଜଣେ ନାବାଳିକା ଆଦିବାସୀ ଝିଅକୁ ୪ ମାସ ଧରି ଦୁଷ୍କର୍ମ କରିବା ଘଟଣା ସମେତ ଅନେକ ଘଟଣାରେ ରାଜ୍ୟସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ମହିଳା ଶିଶୁ ବିକାଶ ମନ୍ତ୍ରୀ, ଗୃହମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷା ଦିଗରେ ସବୁବେଳେ ନୀରବ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ସମ୍ମାନର କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କର ଗତ ୭ ମାସ ହେଲା ଦର୍ଶନ ମିଳୁନି। ମାସ ମାସ ଧରି ଅଜ୍ଞାତବାସରେ ରହିଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାମାନଙ୍କୁ କେବେ ବି ନ୍ୟାୟ ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଓ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲୋ

ସେହିପରି କଟକରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ଘଟଣାର ସରଜମିନ୍ ଅନୁଧ୍ୟାନ ନିମନ୍ତେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ନାରୀ ଅସୁରକ୍ଷିତ ଓ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ। ଘଟଣା ସଂପର୍କରେ ପୁଲିସ ପାଖରେ ଅପରାଧିଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟଭିତ୍ତିକ ଅଭିଯୋଗ ହେବାର ୪୮ ଘଂଟା ବିତି ଯାଇଥିଲେ ବି ଅପରାଧିଙ୍କୁ ପୁଲିସ ଧରିବାରେ ବିଫଳ। ସମଗ୍ର ଦେଶରେ ଦଣ୍ଡହାର ଠାରୁ ରାଜ୍ୟର ଦଣ୍ଡ ହାର ସର୍ବନିମ୍ନ। ଯେଉଁଥିପାଇଁ ଅପରାଧିମାନେ ଅପରାଧ ଘଟାଇବା ପାଇଁ ପଛଘୁଂଚା ଦେଉନାହାନ୍ତ। ପିପିଲିର ବେବିନା, ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ଓ ଆୟୁଷ ଡାକ୍ତରାଣୀ ମାଧବୀଲତା ଘଟଣାକୁ ରାଜ୍ୟ ସରକାର ଯେଭଳି ଭାବେ ତଦନ୍ତ କରାଇଲେ ତାହା ସମସ୍ତ ରାଜ୍ୟବାସୀ ଅବଗତ। ବିଶେଷକରି କୁନ୍ଦୁଲି ଘଟଣାରେ ସରକାରଙ୍କର ତଦନ୍ତ ଏବଂ ମାତ୍ରାଧିକ ଚାପ ସହି ନପାରି କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିଲେ। ତେଣୁ ତିର୍ତୋଲ ପୀଡ଼ିତାଙ୍କ କ୍ଷେତ୍ରରେ କୁନ୍ଦୁଲି ଘଟଣାର ଯେଭଳି ପୁନରାବୃତ୍ତି ନହେଉ, ସେଥିପାଇଁ ଘଟଣାର କ୍ରାଇମ୍‌ବ୍ରାଂଚ ତଦନ୍ତ କରାଇବା ସହ ପୀଡ଼ିତାଙ୍କ ପରିବାରକୁ ଭରଣପୋଷଣ ଖର୍ଚ୍ଚ, ସୁରକ୍ଷା ଓ ୨୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ କଂଗ୍ରେସ ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଜିନେସ ଦାସ, ନାରାୟଣ ଜେନା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ ଗଢ଼ିଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ପ୍ରତିମା ମଲ୍ଲିକ, ରଶ୍ମି ମହାପାତ୍ର ଓ ନିଶିକାନ୍ତ ମିଶ୍ର ରହିଛନ୍ତି। ଏହି କମିଟି ଖୁବଶୀଘ୍ର ଘଟଣା ସ୍ଥଳ ଗସ୍ତ କରି ତଥ୍ୟ ଅନୁଧ୍ୟାନ କରିବା ସହ ପିପିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story