ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଫିସ୍‌ ଆଗରେ ବିଜେପି, କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ଓ ଶିଶୁ ନିଖୋଜ ପ୍ରସଙ୍ଗରେ ଆଜି ବିଜେପି ଓ କଂଗ୍ରେସ କର୍ମୀମାନେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (SCPCR) ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି କର୍ମୀମାନେ ଅଫିସ୍‌ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ ଅଟକାଇଥିବା ଜଣାପଡ଼ିଛି। ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ କର୍ମୀମାନେ SCPCR ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅଫିସ ଭିତରେ ପଶିବାକୁ […]

bjp

bjp

Manoranjan Sial
  • Published: Monday, 14 December 2020
  • Updated: 14 December 2020, 01:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ଓ ଶିଶୁ ନିଖୋଜ ପ୍ରସଙ୍ଗରେ ଆଜି ବିଜେପି ଓ କଂଗ୍ରେସ କର୍ମୀମାନେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (SCPCR) ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି କର୍ମୀମାନେ ଅଫିସ୍‌ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ ଅଟକାଇଥିବା ଜଣାପଡ଼ିଛି।

ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ କର୍ମୀମାନେ SCPCR ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅଫିସ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇଥିଲେ।

ଏନେଇ ଜଣେ ମହିଳା ବିଜେପି ନେତ୍ରୀ କହିଛନ୍ତି-“ପରୀକୁ ବଳି ଦିଆଯାଇଛି ବୋଲି SCPCR ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମାଡ଼ାମ କହିଲେ। ପରୀକୁ ବଳି ଦିଆଯାଇଛି ବୋଲି ସେ କେମିତି ଜାଣିଲେ? ମନ୍ତ୍ରୀଙ୍କ ଅଡିଓ ଭାଇଲ ପରେ ମଧ୍ୟ ସେ ଏମିତି କେମିତି କହିପାରୁଛନ୍ତି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ସେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଛନ୍ତି। ସେଥିପାଇଁ ମାଡ଼ାମ ବଳି ଥିଓରୀକୁ ବାରମ୍ୱାର ଦୋହରାଉଛନ୍ତି। ତେଣୁ ଆମେ ଏଠି ପଚାରିବାକୁ ଚାହୁଁଛୁ ରାଜ୍ୟରେ ଶିଶୁ ନିଖୋଜ ହେଉଛନ୍ତି। ଆପଣ କଣ କରୁଛନ୍ତି?”

ସେହିପରି କଂଗ୍ରେସ ମଧ୍ୟ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ରାଜ୍ୟରେ ନିଖୋଜ ଥିଲା ଶିଶୁ କୁଆଡ଼େ ଗଲେ ବୋଲି SCPCR ଅଧ୍ୟକ୍ଷାଙ୍କୁ ପଚାରିଛି। ପ୍ରଦୀପ ମାଝୀ ଓ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଚାଲିଥିବା ବିକ୍ଷୋଭରେ ବହୁ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos