ନବୀନଙ୍କ ଲକଡାଉନ୍ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସର ସମର୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିକୁ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛନ୍ତି। ନବୀନଙ୍କ ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରିଥିବାବେଳେ କଂଗ୍ରେସ ଏହାକୁ ସମୟର ଆବଶ୍ୟକତା ବୋଲି କହିଛି। କେନ୍ଦ୍ର ସରକାର ସମଗ୍ର ଦେଶରେ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିଥିବାବେଳେ ଓଡ଼ିଶା ସରକାର […]

niranjan

niranjan

Manoranjan Sial
  • Published: Thursday, 09 April 2020
  • Updated: 09 April 2020, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିକୁ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛନ୍ତି। ନବୀନଙ୍କ ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରିଥିବାବେଳେ କଂଗ୍ରେସ ଏହାକୁ ସମୟର ଆବଶ୍ୟକତା ବୋଲି କହିଛି।

କେନ୍ଦ୍ର ସରକାର ସମଗ୍ର ଦେଶରେ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିଥିବାବେଳେ ଓଡ଼ିଶା ସରକାର ଆଜି ଏହି ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଜେପି ସଙ୍ଗେସଙ୍ଗେ ସମର୍ଥନ ଜଣାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନ୍ ସମୟସୀମାକୁ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କରୋନାର ମୁକାବିଲା କରିବା ପାଇଁ ଲକଡାଉନକୁ ଶତପ୍ରତିଶତ ପାଳନ କରିବା ଓ ସରକାରଙ୍କ କଥା ମାନିବା। ନିଜ ଘରେ ରହିବା, ସାମାଜିକ ଦୂରତ୍ୱକୁ ବଜାୟ ରଖିବା ଓ ମୁହଁରେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଏକ ଭିଡିଓ ଜାରି କରି ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜୁନ୍ ୧୭ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଓଡ଼ିଶା ସରକାର ନେଇଥିବା ନିଷ୍ପତ୍ତିକୁ ପାଳନ ନିମନ୍ତେ ବିଜେପି ସମ୍ପୂର୍ଣ୍ଣ ସହଯୋଗ କରିବ। ସରକାରଙ୍କ ନିୟମ, ଆଇନକାନୁନ ଓ ଗାଇଡଲାଇନ୍ ପାଳନ କରିବା ପାଇଁ ମଧ୍ୟ ସେ ସାଧାରଣଲୋକଙ୍କୁ ଅପିଲ କରିଛନ୍ତି। ଘରୁ ବାହାରିବାବେଳେ ମାସ୍କ ଓ ମୁହଁକୁ ଘୋଡ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ସବୁ ରାଜ୍ୟ ଓ ବିଭିନ୍ନ ଶ୍ରେଣୀର ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ସୁବିଧା ଓ ସହଯୋଗ ପହଂଚାଇବା ପାଇଁ ପଦକ୍ଷେପ ନେଇଛନ୍ତି। ଯେଭଳିକି ଓଡ଼ିଶାରୁ ବହୁ ସଂଖ୍ୟାରେ ଦାଦନ ଶ୍ରମିକମାନେ ଅନ୍ୟ ରାଜ୍ୟରେ ଅଛନ୍ତି। ତାଙ୍କ ପାଖକୁ ସୁବିଧାସୁଯୋଗ, ଖାଦ୍ୟ ପଦାର୍ଥ ପହଚାଂଇବାକୁ ପଦକ୍ଷେପ ନିଆଯାଇଛି। ସରକାରଙ୍କ ବ୍ୟତୀତ ବିଜେପି ମଧ୍ୟ ଦଳ ତରଫରୁ ବିଭିନ୍ନ ରାଜ୍ୟରେ କଂଟ୍ରୋଲ ରୁମ୍ ସ୍ଥାପନ କରି ଏଭଳି ନାଗରିକଙ୍କ ପାଖରେ ସୁବିଧାସୁଯୋଗ ପହଂଚାଉଛି। ବିଜେପିର କର୍ମକର୍ତ୍ତାମାନେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱେଚ୍ଛାକୃତ ଭାବେ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ନାଗରିକଙ୍କ ପାଖରେ ଖାଦ୍ୟ ପହଂଚାଉଛନ୍ତି। ଘରେ ମାସ୍କ ତିଆରି କରି ବାଣ୍ଟୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଲକଡାଉନ୍ ଅବଧି ବୃଦ୍ଧି ଯୋଗୁ ବହୁ ଲୋକଙ୍କ ସମସ୍ୟା ବଢ଼ିବାର ଆଶଙ୍କା କରି ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁମାନେ ଅସୁବିଧା ପାଇଁ କାମକୁ ଯାଇପାରୁନାହାନ୍ତି ଅବା ସେମାନଙ୍କର ଦରମା ପହଞ୍ଚି ପାରୁନଥିବ ସେମାନଙ୍କର ସମସ୍ୟାଗୁଡ଼ିକ ଦୂର କରିବା ପାଇଁ ସରକାର ନିଶ୍ଚିତ ଭାବେ କିଛି ପଦକ୍ଷେପ ନେବେ।ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଏକ ପ୍ରେସ୍ ରିଲିଜ୍ ଜାରି କରି ଲକଡାଉନ୍ ଅବଧି ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କରୋନା ମୁକାବିଲା ପାଇଁ ଏହାଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବେ। ଲକଡାଉନ୍ ପୂର୍ବର ଘୋଷଣା ୧୫ଦିନରେ ପହଞ୍ôଚ ପାରିଲାନି। ଆସନ୍ତା ୧୫ଦିନରେ ଏହାକୁ ଦୃଷ୍ଟିରେ ରଖିବାକୁ ପଡ଼ିବ। ଖରିଫ ଋତୁରେ ଚାଷୀଙ୍କୁ ସରକାର ସାହାଯ୍ୟ କରିବା ଜରୁରୀ। ସରକାର ଯଦି ସାହାଯ୍ୟ ନକରନ୍ତି ଅର୍ଥନୀତି ଆହୁରି ଖରାପ ହେବ। ଗରିବ ଲୋକଙ୍କ ଅସୁବିଧା ସରକାର ବୁଝିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story