ମଣିପୁର ସଫଳତା ପରେ ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିପୁର ଉପନିର୍ବାଚନର ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଦଳ ପକ୍ଷରୁ ତାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଅର୍ଥାତ ଏଠାରେ ବିଜେପି ପାଇଁ ବୈଜୟନ୍ତ ପଣ୍ଡା ରଣନୀତି ପ୍ରସ୍ତୁତ କରିବେ। ସେହିପରି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାର ବିଜେପି ପ୍ରଭାରୀ ଭାବେ ଡି. ପୁରନ୍ଦେଶୁରୀଙ୍କୁ ନିଯୁକ୍ତି ପାଇଛନ୍ତି। ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱରେ ବିଜୟପାଲ ସିଂହ […]

baijayant

baijayant

Manoranjan Sial
  • Published: Friday, 13 November 2020
  • Updated: 13 November 2020, 10:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିପୁର ଉପନିର୍ବାଚନର ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଦଳ ପକ୍ଷରୁ ତାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଅର୍ଥାତ ଏଠାରେ ବିଜେପି ପାଇଁ ବୈଜୟନ୍ତ ପଣ୍ଡା ରଣନୀତି ପ୍ରସ୍ତୁତ କରିବେ।

ସେହିପରି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାର ବିଜେପି ପ୍ରଭାରୀ ଭାବେ ଡି. ପୁରନ୍ଦେଶୁରୀଙ୍କୁ ନିଯୁକ୍ତି ପାଇଛନ୍ତି। ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱରେ ବିଜୟପାଲ ସିଂହ ତୋମର କାର୍ଯ୍ୟ କରିବେ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ପାଇଁ କୈଳାଶ ବିଜୟବର୍ଗୀୟ, ତାମିଲନାଡୁରେ ସିଟି ରବି, କେରଳରେ ସିପି ରାଧାକୃଷ୍ଣନ, ପୁଡୁଚେରୀରେ ନିର୍ମଳ କୁମାର ସୁରାଣା, ରାଜସ୍ଥାନ ଓ କର୍ଣ୍ଣାଟକ ପାଇଁ ଅରୁଣ ସିଂହଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି। ଜମ୍ମୁ-କଶ୍ମୀର, ଲଦାଖ ଓ ତେଲେଙ୍ଗାନା ଦାୟିତ୍ୱ ପାଇଛନ୍ତି ତରୁଣ ଛୁଗ।

ଆଜି ବିଜେପି ପକ୍ଷରୁ ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ପ୍ରଭାରୀ ତାଲିକା ପ୍ରକାଶ ପାଇଛି।

https://twitter.com/ANI/status/1327280205136752640?s=20

ସୂଚନାଯୋଗ୍ୟ, ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପି ବାଜିମାତ୍ କରିଥିଲା। ମୋଟ୍ ୫ଟି ଆସନରୁ ବିଜେପି ୪ଟି ଆସନ ଦଖଲ କରିଥିଲା। ଏହି ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ବୈଜୟନ୍ତଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ରଣନୀତି ଯୋଗୁ ଦଳ ସେଠାରେ ବିଜୟବାନା ଉଡ଼ାଇବାକୁ ସକ୍ଷମ ହୋଇଥିଲା। ଏଥିପାଇଁ ନିର୍ବାଚନର ସଫଳତା ପରେ ମୁଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ଟ୍ୱିଟ୍‌ କରି ବୈଜୟନ୍ତଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ନିର୍ବାଚନରେ ବୈଜୟନ୍ତଙ୍କ ଯୋଗଦାନ ଓ ପ୍ରଚାର ସହ ଦଳୀୟ କର୍ମୀଙ୍କ ପରିଶ୍ରମ ପାଇଁ ବିଜେପି ଏହି ସଫଳତା ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos