ବଡ଼ ଫଟୋ, ଛୋଟ ଅକ୍ଷରକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ବାରିପଦା(ମାଣିକଲାଲ ପାଣି ):ଯୋଜନା କାହାର। ଫଟୋ ଆଉ କାହାର। ଏହି କଥାକୁ ନେଇ ମୁହାଁ ମୁହିଁ ହେଲେ ନିର୍ବାଚିତ ପ୍ରତିନିଧି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  କାହିଁକି ବିଜୁବାବୁଙ୍କ ବଡ଼ ଫଟୋ ଏବଂ କେନ୍ଦ୍ର ଯୋଜନା ଛୋଟ ଅକ୍ଷର ଏହି କଥାରୁ ଆଜି ବିଗିଡି ଗଲା ମାହୋଲ। ଏମିତି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଶେଷରେ ବୈଠକ ହୋଇପାରିଲା ନାହିଁ । ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାରିପଦା ପ୍ରୟାସ ହଲରେ ଜିଲ୍ଲା ଯୋଜନା ପ୍ରସ୍ତୁତି […]

hn3

hn3

Tapas Behera
  • Published: Tuesday, 12 January 2021
  • Updated: 12 January 2021, 07:11 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି ):ଯୋଜନା କାହାର। ଫଟୋ ଆଉ କାହାର। ଏହି କଥାକୁ ନେଇ ମୁହାଁ ମୁହିଁ ହେଲେ ନିର୍ବାଚିତ ପ୍ରତିନିଧି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  କାହିଁକି ବିଜୁବାବୁଙ୍କ ବଡ଼ ଫଟୋ ଏବଂ କେନ୍ଦ୍ର ଯୋଜନା ଛୋଟ ଅକ୍ଷର ଏହି କଥାରୁ ଆଜି ବିଗିଡି ଗଲା ମାହୋଲ। ଏମିତି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଶେଷରେ ବୈଠକ ହୋଇପାରିଲା ନାହିଁ । ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାରିପଦା ପ୍ରୟାସ ହଲରେ ଜିଲ୍ଲା ଯୋଜନା ପ୍ରସ୍ତୁତି ଦିଶା ବୈଠକ ହୋଇଥିଲା। ଏହି ବୈଠକରେ ଉଭୟ ବିଜେଡି ଓ ବିଜେପି ନେତୃବୃନ୍ଦର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

ବୈଠକରେ କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର ବାହା ବାହା ନେବା ସହିତ ଯୋଜନାରେ ଲାଗୁଥିବା ଲୋଗୋରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଫଟୋ ବଡ ଆକାରରେ ରହୁଥିବା ବେଳେ ପ୍ରଧାନମନ୍ତ୍ରୀ ଯୋଜନା  ଲେଖା ଛୋଟ ଆକାର ରେ ରହୁଥିବା ନେଇ ଉଠିଥିଲା ପ୍ରଶ୍ନ। ମୟୁରଭଞ୍ଜ ଜିଲ୍ଲାପରିଷଦ ଅଧକ୍ଷା ସୁଜାତା ମୁର୍ମୁ ଏମିତି ପ୍ରଶ୍ନ ପଚାରି ଟାର୍ଗେଟ କରିଥିଲେ। ଅନ୍ୟପଟେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ ଅସମ୍ମାନୀତ କରିଥିବା ଅଭିଯୋଗ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ।

ପରେ ବିଜେଡି ସାଂସଦ ମମତା ମହାନ୍ତ  ବୈଠକକୁ ବର୍ଜନ କରିଥିଲେ। ଖବର ପାଇ ବିଜେଡି କର୍ମୀ ଯୁବ ଓ ମହିଳା ମୋର୍ଚ୍ଚା ନେତା ପହଞ୍ଚି ହୋହାଲ୍ଲା କରିବା ସହ  ସୁଜାତା ମୂର୍ମୁ କ୍ଷମା ପ୍ରାର୍ଥନା କରନ୍ତୁ ଓ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ସୁଜାତା ମୂର୍ମୁଙ୍କ ଗାଡ଼ି ଆଗରେ ବିଜେଡି କର୍ମୀମାନେ ବସି ରହିଥିଲେ।

ସୁଜାତା ମୁର୍ମୁ ଓ ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ଵର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସରେନ ଓ ବିଜେପିର ଅନ୍ୟ ବିଧାୟକଙ୍କ ଗାଡିକୁ ଅଟକାଇବା ସହ ଗାଡି ସମ୍ମୁଖରେ ବିଜେଡି କର୍ମୀ ମାନେ ଶୋଇ ରହିଥିଲେ।

ବିଜେଡି କର୍ମୀ ମାନେ ଦୀର୍ଘ ସମୟ ଧରି ଗାଡି ଗୁଡିକ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ବିଜୁ ପଟ୍ଟନାୟକଙ୍କୁ ସେ ଅସମ୍ମାନିତ କରି ନ ଥିବା କହିଛନ୍ତି । ଘଟଣାସ୍ଥଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ଉକ୍ତ ବିକ୍ଷୋଭରେ ଯୋଗ ଦେଇଥିଲେ।

ପରେ ପୁଲିସ ପହଞ୍ଚି ପରିସ୍ଥିତି ଶାନ୍ତ କରିବାପାଇଁ ଚେଷ୍ଟା କରିଥିଲେ। ଏପଟେ ବିଜେପି ନେତା ବଡ଼ସାହି ବିଧାୟକ ଓ କର୍ମୀ ମଧ୍ୟ  ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି  ବିପକ୍ଷରେ ନାରାବାଜି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos