ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ଜଣେ ପ୍ରମୁଖ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ମଙ୍ଗୁଳି ଜେନା। ସେ ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ଥିଲେ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧାର ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଦୁର୍ବୃତ୍ତ ବାଇକରେ ଆସି ମଙ୍ଗୁଳିଙ୍କ ଉପରକୁ ଗୁଳି କରିଥିବା କୁହାଯାଉଛି। ତେବେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ସ୍ପଷ୍ଟ […]

bjp-leadermmm

bjp-leadermmm

Tapas Behera
  • Published: Monday, 15 April 2019
  • Updated: 15 April 2019, 02:11 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ଜଣେ ପ୍ରମୁଖ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ମଙ୍ଗୁଳି ଜେନା। ସେ ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ଥିଲେ।

ଗତକାଲି ରାତି ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧାର ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଦୁର୍ବୃତ୍ତ ବାଇକରେ ଆସି ମଙ୍ଗୁଳିଙ୍କ ଉପରକୁ ଗୁଳି କରିଥିବା କୁହାଯାଉଛି।

ତେବେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବିଜେଡି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ବିଜେପି ଅଭିଯୋଗ କରିଛି।

ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ କହିଛନ୍ତି,“ଗତକାଲି ରାତିରେ ମଙ୍ଗୁଳି ଜେନା ମୋ ଘରକୁ ଆସିଥିଲେ। ମୋ ଘର ନବୀନାବାଗ ଅଞ୍ଚଳରେ। ଆମେ ୮ରୁ ୧୦ ଜଣ ଲୋକ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ଜଣେ ପତଳା ବ୍ୟକ୍ତି ବାଇକ୍‌ରେ ଆସି ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା। ଏହି ଗୁଳି ମଙ୍ଗୁଳି ଜେନାଙ୍କ ଦେହରେ ବାଜିଥିଲା। ପରେ ସେ ଆଉ ଗୋଟାଏ ରାଉଣ୍ଡ ଗୁଳି ମୋ ଉପରକୁ ଚଳାଇଥିଲା। ହେଲେ ଗୁଳି ମୋ ଦେହରେ ବାଜି ନଥିଲା। ସେମାନେ ମତେ ଟାର୍ଗେଟ କରିଥିଲେ। ବିଜେଡି ଏହି ହତ୍ୟାକାଣ୍ଡରେ ସଂପୃକ୍ତ।”

ହାରିଯିବା ଭୟରେ ଶାସକ ଦଳ ରକ୍ତମୁଖା ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ‘ଶ୍ୟାଡୋ ମୁଖ୍ୟମନ୍ତ୍ରୀ’ଙ୍କ ନିର୍ଦ୍ଦେଶରେ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି।

ତେବେ ବିଜେପିର ଅଭିଯୋଗକୁ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ହତ୍ୟାକାଣ୍ଡରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ନାହିଁ। ବିଜେଡି ଭଲ ସ୍ଥିତିରେ ରହିଛି। ବିଜେପି ଆମକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଘଟଣାର ନିରପେକ୍ଷ ତଦନ୍ତ ହେଉ ଓ ଦୋଷୀକୁ ଦଣ୍ଡବିଧାନ କରାଯାଉ।

ଏହି ହତ୍ୟାକାଣ୍ଡକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ଖୋର୍ଦ୍ଧାରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଅନ୍ୟପକ୍ଷରେ ଏ ଘଟଣାର ତଦନ୍ତର ତଦାରଖ ଦାୟିତ୍ୱ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଥିବା ଡିଜିପି ଇନ୍‌ଚାର୍ଜ ବି.କେ ଶର୍ମା କହିଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ଯେ ତଦନ୍ତ ପାଇଁ ପୁଲିସ୍‌ର ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସାଇବର ସେଲ୍‌ ଓ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନିଆଯାଉଛି। ଏହା ସହିତ ଖୋର୍ଦ୍ଧାର ବିଜେପି ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ତାଙ୍କ ସହିତ ଦୁଇ ଜଣ ସୁରକ୍ଷାକର୍ମୀ ରହିବେ। ସେହିପରି ଅନ୍ୟ ଯେଉଁ ପ୍ରାର୍ଥୀ ସୁରକ୍ଷା ମାଗିବେ ସେମାନଙ୍କୁ ବି ସୁରକ୍ଷା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos