କଟକ (ଓଡ଼ିଶା ରିପୋର୍ଟର): କଟକ ମ୍ୟୁନିସିପାଲ୍ କର୍ପୋରେସନ (CMC)ର ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ ହୋଇଛନ୍ତି। ବେଆଇନ୍ ବନ୍ଧୁକ ରଖିଥିବା ଓ ଆଗାମୀ ନିର୍ବାଚନରେ ବିଶୃଙ୍ଖଳା କରିବା ପାଇଁ ଯୋଜନା କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଚାଉଳିଆଗଞ୍ଜ ଥାନା ଓ ସ୍ପେଶାଲ ସ୍କ୍ୱାଡ଼ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିା ରଞ୍ଜିତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଓ ୪ ଟି ଗୁଳି ଜବତ କରିଛି ପୁଲିସ।
ଧଳ ସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କୁ ବେଆଇନ ବନ୍ଧୁକ ରଖିବା ମାମଲାରେ ପୁଲିସ ଗିରଫ କରି ପଚରାଉଚରା କରିଥିଲା। ସେହି ସମୟରେ ରଞ୍ଜିତାଙ୍କ ନାଁ ସାମ୍ନାକୁ ଆସିଥିଲେ। ତା’ପରେ ପୁଲିସ ରଞ୍ଜିତାକୁ ଗିରଫ କରିଥିଲା। ସେହିପରି ପୁଲିସ ଆଲୋକ ପୃଷ୍ଟିଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଥିଲା।
ପୂର୍ବରୁ ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ରଞ୍ଜିତା ଗିରଫ ହୋଇ ଜାମିନରେ ଆସିଥିଲେ।