‘ହିଂସାର ବାତାବରଣ ପାଇଁ କଂଗ୍ରେସ ଓ କମ୍ୟୁନିଷ୍ଟ୍ ଦଳ ପ୍ରୟାସ କରୁଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ପାଳନ ନାଁରେ କଂଗ୍ରେସ ଓ କମ୍ୟୁନିଷ୍ଟମାନେ ସବୁବେଳେ ହିଂସାକାଣ୍ଡ କରନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଏପରି ଅନେକଥର ହୋଇଛି। ଦେଶରେ ହିଂସା ଓ ଭୟର ବାତାବରଣ କରିବା ଏହି ବନ୍ଦ ପାଳନର ଉଦ୍ଦେଶ୍ୟ ବୋଲି ବିଜେପି କହିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତିା ସମଗ୍ର ଦେଶର ଜନତା […]

samir-mohanty

Manoranjan Sial
  • Published: Tuesday, 07 January 2020
  • , Updated: 07 January 2020, 06:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ପାଳନ ନାଁରେ କଂଗ୍ରେସ ଓ କମ୍ୟୁନିଷ୍ଟମାନେ ସବୁବେଳେ ହିଂସାକାଣ୍ଡ କରନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଏପରି ଅନେକଥର ହୋଇଛି। ଦେଶରେ ହିଂସା ଓ ଭୟର ବାତାବରଣ କରିବା ଏହି ବନ୍ଦ ପାଳନର ଉଦ୍ଦେଶ୍ୟ ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତିା ସମଗ୍ର ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତିା ଏହି ଆଇନ ସଂସଦରେ ପାରିତ ହେବାବେଳେ ଯେଉଁ କିଛି ସ୍ଥାନରେ ମୁସଲମାନମାନେ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ସେମାନେ ବନ୍ଦ କରିସାରିଲେଣିା ଏହି ନାଗରିକ ସଂଶୋଧନ ଆଇନରେ ସେମାନଙ୍କର କିଛି କ୍ଷତି ହେବ ନାହିାଁ କେବଳ ବାମପନ୍ଥୀ, କଂଗ୍ରେସ ଓ ଅନ୍ୟ କେତେକ ଦଳ ସାଧାରଣ ଲୋକଙ୍କ ମନରେ ମିଛ ଗୁଜବ ପ୍ରଚାର କରି ହିଂସା କରିବା ପାଇଁ ଉସୁକାଉଥିଲୋ ମାତ୍ର ଦେଶର ନାଗରିକ ମାନେ ସେମାନଙ୍କର ଏହି ମିଛ ଗୁଜବକୁ ବୁଝିସାରିଲାପରେ ଏବେ ସେମାନେ ଦେଶରେ ବନ୍ଦପାଳନ କରିବା ପାଇଁ ଡାକରା ଦେଇଛନ୍ତି। ଦେଶର ଜନତା ଏମାନଙ୍କର ଏହି ବନ୍ଦ ପାଳନକୁ କଦାପି ସମର୍ଥନ କରିବେ ନାହିାଁ

ମାତ୍ର ୬ ମାସ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ରାଷ୍ଟ୍ରହିତରେ ଅନେକ ପଦକ୍ଷେପ ନେଇଛନ୍ତିା ଧାରା ୩୭୦ର ଉଛେଦ, ନାଗରିକ ଆଇନରେ ସଂଶୋଧନ ଭଳି ଐତିହାସିକ ପଦକ୍ଷେପ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି। ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରାଧାରକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। କେବଳ ନିଜର ପରିଚୟ ବଞ୍ଚାଇବା ପାଇଁ ସେମାନଙ୍କର ଏହି ବନ୍ଦ ପାଳନ। କଂଗ୍ରେସ ଓ ବାମପନ୍ଥୀମାନଙ୍କର ଏହି ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦେଖାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶା ପୁଲିସ ଆଗୁଆ ପଦକ୍ଷେପ ନେଇ କିପରି ଏହି ଦୁଇ ଦଳର ଗୁଣ୍ଡାମାନେ ଆସନ୍ତାକାଲି ହିଂସା ଓ ପୋଡ଼ାଜଳା ନକରିବେ ସେଥିପ୍ରତି ସଜାଗ ରୁହନ୍ତୁ। ସାଧାରଣ ଲୋକମାନେ କେମିତି ଏମାନଙ୍କର ଗୁଣ୍ଡାରାଜରେ ପ୍ରଭାବିତ ହେବେନାହିଁ ସେଥିପାଇଁ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Related story